ପ୍ରଚୁର ପରିମାଣରେ ସୂର୍ଯ୍ୟକିରଣ ପିଟି ହେଉଥିଲା ଗଛ ଦେହରେ, ଗଛ ଡାଳରେ, ଗଛର ପତ୍ରରେ, ଫୁଲରେ । ବେଳେବେଳେ ମନେ ହେଉଥିଲା ସୂର୍ଯ୍ୟକିରଣ ସାଏଁ କି ଆସି ପିଟି ହେଉଥିଲା ଆଉ ବେଳେବେଳେ ମନେହେଉଥିଲା ସୂର୍ଯ୍ୟକିରଣ ଗଛଦେହରେ ପିଟି ହୋଇ, ଡାଳକୁ ଆବୋରି ନେଉଥିଲା, ପତ୍ରକୁ ଗେଲ କରୁଥିଲା ଏବଂ ଫୁଲକୁ ଚୁମା ଦେଉଥିଲା ।
ବର୍ଷା ପରର ଖରା ବେଶ୍ ଉପଭୋଗ୍ୟ । ରାତିସାରା ବର୍ଷା ହେଇଛି । ଭୋରରୁ ସୂର୍ଯ୍ୟଙ୍କର ସୁନେଲିକିରଣ ବିଛେଇ ହୋଇପଡ଼ିଛି ଧରାରେ । ସମ୍ବିତକୁ ଭଲଲାଗେ ଏମିତି ଖରାର ଦୃଶ୍ୟ, ସବୁବେଳେ ।
ସୂର୍ଯ୍ୟକିରଣ ଖାଲି ଗଛ ଦେହରେ ପିଟି ହେଉନଥିଲା, ପିଟି ହେଉଥିଲା ଛାତ ଉପରେ ଛିଡ଼ା ହୋଇ ସକାଳର ଦୃଶ୍ୟକୁ ଉପଭୋଗ କରୁଥିବା ସମ୍ବିତ ଦେହରେ ମଧ୍ୟ ।
ଖୋଲାଦେହରେ ଛିଡ଼ା ହୋଇଥିବା ସମ୍ବିତ ବେଶ୍ ଉପଭୋଗ କରୁଥିଲା ସୂର୍ଯ୍ୟାଂଶୁକୁ । ସାରା ଶରୀର ସତେଜ ଲାଗୁଥିଲା । ମନରେ ଉଲ୍ଲାସ ।
ଏମିିତି ଗୋଟାଏ ସକାଳକୁ ଆଉ ଏମିତି ଗୋଟାଏ ମୁଡ୍କୁ ନଷ୍ଟ ହେବାକୁ ଦେବନାହିଁ ସମ୍ବିତ । ସ୍ଥିର କଲା ଗାଧୋଇ ସାରି ବାହାରି ପଡ଼ିବ ବୁଲିବାକୁ । ସକାଳର କଅଁର ଖରାକୁ ଉପଭୋଗ କରି କରି ବୁଲିବ ସହରସାରା ସାଇକଲରେ । ବାଇକ୍ ନେବନି । ଧୀରେ ଧୀରେ ସାଇକଲ ଚଲେଇ ସକାଳେ ବୁଲିବାର ମଜା ନିଆରା ।
ଘରୁ ବାହାରି ପଡ଼ିଲା ସାଇକଲକୁ ଧରି । ଖୁଡୀ ବି ଉଠିଯା’ନ୍ତି ଭୋର୍ରୁ । “ସକାଳୁ ସକାଳୁ ବାହାରି ଯାଉଛୁ, ପୁଣି ସାଇକଲ ଧରି । ଚା’ ପିଇ କି ଯା”- ଖୁଡୀ ତାଗିଦ୍ କଲେ ।
“ନାଇଁ ଖୁଡୀ, ଆସିକି ପିଇବି । ଏ ସକାଳର ମଜା ଅଲଗା । ମୁଁ ବୁଲି ଆସିଲା ପରେ କହିବି ।”
ଘରୁ ବାହାରି ଅଳ୍ପବାଟ ଯିବା ପରେ ସମ୍ବିତ ଦେଖିଲା ପଛରୁ ଚାରୋଟି କୁକୁର ଆସୁଛନ୍ତି ଭୁକି ଭୁକି । ସକାଳୁ ସକାଳୁ ସାଇକଲ ଆରୋହୀ ତାଙ୍କ ଇଲାକା ଦେଇ ସାଇକଲ ଚଳେଇ ଯିବାଟା ସେମାନଙ୍କର ପସନ୍ଦ ହେଲା ନାହିଁ ବୋଧେ । ସମ୍ବିତ ଅନୁଭବ କଲା ଶ୍ୱାନଙ୍କର ଭୁକିବା ଶବ୍ଦ ଆହୁରି ତୀବ୍ର ହେଉଛି । ବୋଧହୁଏ ସେମାନେ ପାଖେଇ ଆସୁଛନ୍ତି । ବେଶି ପାଖକୁ ଆସିଲେ କାମୁଡ଼ି ପକେଇବେ ହୁଏତ । କିନ୍ତୁ ନା, ସେମିତି ଭୁକି ଭୁକି ସେମାନେ ଆଗେଇଗଲେ । ତାଙ୍କର ଉଦେ୍ଦଶ୍ୟ ସମ୍ବିତକୁ କୌଣସି ଆଘାତ ଦେବାର ନଥିଲା ବୋଧେ । ଭୁକିବାର ଅର୍ଥ ବୁଝୁଥିଲେ ହୁଏତ ସମ୍ବିତ ଜାଣି ପାରନ୍ତା ସେମାନେ କ’ଣ କହିବାକୁ ଚାହୁଁଥିଲେ । ବୋଧହୁଏ ସେମାନେ କହୁଥିଲେ, “ମଣିଷଗୁଡାକ ପଶୁମାନଙ୍କୁ ଏତେ ଡରନ୍ତି କାହିଁକି? ସେମାନେ କ’ଣ ଭୟଙ୍କର ନୁହନ୍ତି ?”
ଛାଡ, କୁକୁରର ଭୟ ମନରୁ ଦୂରେଇଯିବା ପରେ ପୁଣି ସତେଜ ଅନୁଭବ କଲା ସମ୍ବିତ ।
ଇଚ୍ଛା ହେଲା ନାହିଁ ସହର ଭିତରକୁ ଯିବା ପାଇଁ । କିଛି ଚାରିଚକିଆ ଗାଡ଼ି ଓ ଦୁଇ ଚକିଆ ବାଇକ୍ ଏବଂ ସ୍କୁଟି ଯିବା ଆସିବା କଲେଣି ସହର ଭିତରେ । ହୋଟେଲମାନଙ୍କରୁ ଧୂଆଁ ବାହାରିବା ଆରମ୍ଭ କଲାଣି । ଏଇ ସ୍ୱର୍ଣ୍ଣିମ ସକାଳକୁ ନଷ୍ଟ କରିଦେବ ଏଇ ଧୂଅାଁ । ସମ୍ବିତ ମନସ୍ଥ କଲା ନଈକୂଳକୁ ଯିବ । ନଈକୂଳ ରାସ୍ତାରେ ଏତେ ଭିଡ଼ ବି ନାହିଁ । ଥଣ୍ଡା ମନମତାଣିଆ ପବନ ସାଙ୍ଗକୁ ସୁନେଲି କିରଣ ଦେହରେ ପୁଲକ ଆଣିଦେବ । ସାଇକଲ ମୁହାଁଇଲା ନଦୀକୂଳ ରାସ୍ତା ଆଡକୁ ସମ୍ବିତ ।
ରାସ୍ତାରେ ଦୌଡ଼ୁଛନ୍ତି ତିନିଜଣ ବାଳକ ଓ ଦୁଇଜଣ ବାଳିକା । ବୋଧହୁଏ କୌଣସି ପ୍ରତିଯୋଗିତାରେ ଭାଗନେବେ ଏମାନେ । ବୟସ ପନ୍ଦରରୁ ଅଠର ଭିତରେ । ପିନ୍ଧିଛନ୍ତି ଖେଳାଳିମାନେ ପିନ୍ଧୁଥିବା ହାପ୍ପ୍ୟାଣ୍ଟ ଓ ସ୍ପୋଟିଂ ବାନିଅନ୍ । ପାଦରେ ସ୍ପୋଟ୍ସସୁଜ୍ । ଦୌଡ଼ିବା ପାଇଁ ବେଶ୍ ଆରାମପ୍ରଦ । ସେମାନଙ୍କ ପାଖ ଦେଇ ସାଇକଲ ଚଲେଇ ଯିବାବେଳେ ହଠାତ୍ ସମ୍ବିତର ଇଚ୍ଛା ହେଲା ସେମାନଙ୍କୁ ହାତ ହଲେଇ ଉତ୍ସାହିତ କରିବା ପାଇଁ । ପ୍ରତୁ୍ୟତ୍ତରରେ ସେମାନେ ବି ହାତ ହଲେଇଲେ ଏବଂ ହସିଲେ ମୁରୁକି ମୁରୁକି ।
ଆଉ ଟିକେ ଆଗକୁ ସାଇକଲ ଚଲେଇ ଯିବା ପରେ ହଠାତ୍ ଚମକି ପଡ଼ିଲା ସମ୍ବିତ । ଖୁବ୍ ଜୋରରେ ମଟର ହର୍ଣ୍ଣ ବଜାଇ ବାଇକ୍କୁ ସାପଭଳି ରାସ୍ତାରେ ବଙ୍କେଇ ବଙ୍କେଇ ଚଲେଇ ହୋ ହୋ ହୋ… ଚିକ୍ରାର କରି ବାଇକ୍ ଆରୋହୀଟେ ମାଡ଼ି ଆସୁଛି । ସାବଧାନ ହୋଇଗଲା ସମ୍ବିତ । ସାଇକଲକୁ ରାସ୍ତାକଡ଼କୁ ନେଇଗଲା । ତା’ପାଖ, ଖୁବ୍ ପାଖ ଦେଇ ବାଇକ୍ ଆରୋହୀ ଚାଲିଗଲା ଆଗକୁ ସେମିତି କାନଫଟା ହର୍ଣ୍ଣ ବଜାଇ । ଠିକ୍ ତା’ର ଦୁଇ ମିନିଟ୍ ପରେ ସେଇ ଢଙ୍ଗରେ ଆସିଲା ଆଉ ଜଣେ ବାଇକ୍ ଆରୋହୀ । ତା’ ବାଇକ୍ର ଗତି ମଧ୍ୟ ସର୍ପିଳ ଓ ତା’ର ବାଇକ୍ରୁ ଉଦ୍ଗତ ସେମିତି କାନଫଟା ହର୍ଣ୍ଣ । ଏଥର ସାଇକଲରୁ ଓହ୍ଲାଇ ପଡ଼ିଲା ସମ୍ବିତ ଏବଂ ରାସ୍ତାର ଏକେବାର କଡ଼କୁ ଯାଇ ଛିଡ଼ା ହେଲା । ତା’କୁ ଦେଖି ଜୋରରେ ଅଶ୍ଳୀଳ ଶବ୍ଦଟେ ସୃଷ୍ଟି କରି ଆଗକୁ ମାଡ଼ିଗଲା ବାଇକ୍ ଆରୋହୀ ଦି’ଟା ବିଭ୍ରାନ୍ତ, ବିଶୃଙ୍ଖଳ ଯୁବକ । କ’ଣ ହେବେ ଏମାନେ ଭବିଷ୍ୟତରେ ।
ମନରେ ବିଷାଦ ଭରିଗଲା ସମ୍ବିତର । ସୁନେଲି କିରଣ ଆନୀତ ପ୍ରାକୃତିକ ସତେଜତା ଏଇ ଦୃଶ୍ୟମାନଙ୍କ ଆଘାତରେ ମଉଳିବା ଆରମ୍ଭ କଲା । ନିଜର ମନରୁ ଦୁଶ୍ଚିନ୍ତାକୁ ଫୋପାଡ଼ି ଦେବା ପାଇଁ ଚେଷ୍ଟା କଲା ସମ୍ବିତ । ବୋଲିଲା ଗୀତଟିଏ “ରଘୁପତି ରାଘବ ରାଜାରାମ…” ଧୀରେ ଧୀରେ ପୂର୍ବର ମାନସିକତା ଫେରିଆସିଲା । ପ୍ରଫୁଲ୍ଲ ଚିତ୍ତରେ ସାଇକଲ ଚଲେଇ ଆଗକୁ ମାଡ଼ିଗଲା । ଚିନ୍ତାକଲା- ହଁ, ଏମିତି କିଛି ଯୁବକ ଯୁବତୀ ତ ବିଶୃଙ୍ଖଳ ହେବେ । କିନ୍ତୁ ଆହୁରି ଶହ ଶହ ଯୁବକ ଯୁବତୀ ଅଛନ୍ତି ଯୋଉମାନେ ଶୃଙ୍ଖଳିତ, ସଞ୍ଜତ ଦେଶ ପ୍ରତି, ପରିବାର ପ୍ରତି, ସମାଜ ପ୍ରତି ଥିବା ସେମାନଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ । ସେମାନଙ୍କୁ ନେଇ ଏ ଜାତି ଦର୍ପରେ ଆଗେଇଯିବ ସୁନେଲି ଭବିଷ୍ୟତ ଆଡକୁ । ପୁଲକିତ ହୋଇ ଟିକେ ଜୋରରେ ସାଇକଲ୍ ଚଲେଇଲା ସମ୍ବିତ । ଭଜନଟିଏ ବି ଗାଇଲା ସାମାନ୍ୟ ଉଚ୍ଚକଣ୍ଠରେ ।
ଗୋଟିଏ ଜାଗାରେ ସାଇକଲରୁ ଓହ୍ଲାଇ ସେଇ ରାସ୍ତାକଡ଼ରେ ଛିଡ଼ା ହୋଇ ନଈ ଆଡକୁ ଅନେଇଲା ସମ୍ବିତ । ଏଠି ନଈରେ ପାଣିଥାଏ ବର୍ଷସାରା । ଏଠି ନଈଟିକେ ଗଭୀର । ଚିକ୍ ଚିକ୍ କରୁଥିବା ନଈପାଣିରେ ସୂର୍ଯ୍ୟକିରଣର ସ୍ପର୍ଶ ସୁନ୍ଦର ଚିତ୍ରଟିଏ ଆଙ୍କୁଥିଲା । ଏଇ ପାଣି ଏବେ କେତେ ସ୍ୱଚ୍ଛ, କେତେ ନିର୍ମଳ, କେତେ ସୁନ୍ଦର ଦେଖାଯାଉଛି । ଏଇ ପାଣି ପୁଣି ବର୍ଷାଦିନରେ ମାଟିଆ, ଗୋଳିଆ ହୋଇଯାଏ । ତା’ ଗର୍ଭରେ ଧାରଣ କରି ଭସେଇନିଏ କେତେ ମଇଳା, କେତେ ପୁରୁଣା କାଠ, ବାଉଁଶ, ଆଉ ବେଳେବେଳେ ପଚାଶଢ଼ା ଶବ ମଧ୍ୟ ଗୋରୁଗାଈଙ୍କର, ଛେଳିମେଣ୍ଢାଙ୍କର, କୁକୁର, ବିଲେଇଙ୍କର ଆଉ ମଣିଷଙ୍କର କେବେ କେମିତି । କିନ୍ତୁ ସେସବୁକୁ ଭୁଲିଯାଇ ହୋଇଯାଏ ସ୍ୱଚ୍ଚ, ନିର୍ମଳ ନୀର । ସତରେ ନଈଠୁ, ଆକାଶଠୁ, ସୂର୍ଯ୍ୟକିରଣଠୁ ବହୁତ କିଛି ଶିଖିବାର ଅଛି ।
ଖୋଲା ଆକାଶ ତଳେ ରାସ୍ତାକଡ଼ରେ ଛିଡ଼ା ହୋଇ ସୂର୍ଯ୍ୟକିରଣରେ ଗାଧେଇ ନଦୀର ଦୃଶ୍ୟକୁ ବେଶ୍ କିଛି ସମୟ ଉପଭୋଗ କଲା ସମ୍ବିତ । ମନରେ ଭରିଗଲା ସତେଜତା । ଦୂରେଇ ଗଲା ବିଷାଦ । ଏଥର ସାଇକଲର ପେଡାଲରେ ଗୋଡ ରଖିଲା । ଅଧକିଲୋମିଟର ପାଖାପାଖି ସାଇକଲ ଚଲେଇ ଯିବା ପରେ ଆଉ ଏକ ଦୃଶ୍ୟ ସମ୍ବିତର ମନକୁ ବିଚଳିତ କରିବା ଆରମ୍ଭ କଲା । ଅଳ୍ପ ଦୂରରେ ବସିଛନ୍ତି ଗୋଟିଏ ଯୁବକ ଆଉ ଗୋଟିଏ ଯୁବତୀ ଅସଂଯତ ଅବସ୍ଥାରେ । ସମ୍ଭବତଃ ଘରୁ ବାହାରି ଆସିଛନ୍ତି କୌଣସି ଏକ ଆଳରେ ଏବଂ ଏଠି ବସିଯାଇଛନ୍ତି । ପାଖରେ ଥୁଆ ହୋଇଛି ବାଇକ୍ । ସାମାନ୍ୟ ଖଣ୍ଡିକାଶ ଦେଇ ନିଜର ଉପସ୍ଥିତି ଜଣେଇଲା ସମ୍ବିତ । ଭାବିଲା ତା’ଭଳି ଆଗନ୍ତୁକର ଉପସ୍ଥିତି ପ୍ରତି ସଚେତନ ହେଲେ ସେମାନେ ସଂଯତ ହୋଇଯିବେ । ହଠାତ୍ ଉଠିପଡ଼ି ନିଜର ବସ୍ତ୍ର ସଜାଡି ଚାଲିଯିବେ ସେଠୁ ବାଇକ୍ରେ । କିନ୍ତୁ ସେମିତି କିଛି ହେଲା ନାହିଁ । ସାଇକଲର ଘଣ୍ଟି ବଜାଇଲା ସମ୍ବିତ ଜୋର୍ରେ ବେଶ୍ କିଛି ସମୟ । ଫଳ ଶୂନ ।
ସାଇକେଲ ଚଲାଇ ଆଗେଇଲା ସମ୍ବିତ । ଯୁବକ ଯୁବତୀ ସୃଷ୍ଟି କରିଥିଲେ ଏକ ଅଶ୍ଳୀଳ ଦୃଶ୍ୟ । ସେମାନଙ୍କ ଆଡେ ଅନେଇ ପାରିଲା ନାହିଁ ସମ୍ବିତ ବେଶି ସମୟ ।
ସାଇକେଲର ଘଣ୍ଟି ବଜାଇଲା ଜୋର୍ରେ । ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ । ସମ୍ଭବତଃ ସେମାନେ ଥିଲେ ଭିନ୍ନ ଏକ ଜଗତରେ । ସମ୍ବିତର ଘଣ୍ଟି ବଜାଇବା ଜନିତ ଚେତାବନୀ ସେମାନଙ୍କର କର୍ଣ୍ଣଗହ୍ୱରରେ ପ୍ରବେଶ କରୁଥିଲା ସତ; କିନ୍ତୁ ପହଞ୍ଚି ପାରୁନଥିଲା ସେମାନଙ୍କ ନିକଟକୁ ।
ସ୍ତ୍ରୀଲୋକର ଏ ବିଚିତ୍ର ବ୍ୟବହାର ବୁଝିବା ପୂର୍ବରୁ ଚମକି ପଡ଼ିଲା ସମ୍ବିତ ଗୋଟିଏ ଛୋଟ ଶିଶୁର ‘କୁଆଁ କୁଆଁ’ କାନ୍ଦିବା ଶବ୍ଦରେ । ସାଇକଲ ସେଠି ରଖି ଦେଖିଲା ସ୍ତ୍ରୀଲୋକ ବସିଥିବା ଜାଗାରେ ଟୋକେଇଟିଏ । ଆଉଟିକେ ଆଗକୁ ଯାଇ ଦେଖିଲା ଏବଂ ଅତ୍ୟଧିକ ବିସ୍ମିତ ହେଲା- ଛୋଟ ଶିଶୁଟିଏ ଶୋଇଛି ଏବଂ ମଝିରେ ମଝିରେ କାନ୍ଦୁଛି । ସମ୍ଭବତଃ ଶିଶୁଟି ନବଜାତ । ସମ୍ଭବତଃ ସାତ ଆଠଦିନର ଆଲୋକ ଦେଖିଥିବା ଶିଶୁ । ଏଥର ଅନୁମାନ କଲା ସେଇ ସ୍ତ୍ରୀଲୋକଟି ନିଶ୍ଚିତ ଶିଶୁଟିର ମାଆ । ତେବେ ସେ ଗଲା କୁଆଡେ? ତା’କୁ ଏମିତି ରାସ୍ତାକଡ଼ରେ ଶୁଆଇ ଦେଇଛି ଟୋକେଇରେ କାହିଁକି?
ନିଜକୁ ସଂଯତ କଲା ସମ୍ବିତ । ତା’ର, ଏଠି ରହିବା ଠିକ୍ ହେବ ନାହିଁ । ଆଗକୁ ମାଡ଼ି ଚାଲିଲା ଜୋର୍ରେ ସାଇକଲ ଚଲେଇ ।
ହଠାତ୍ ମେଘ ଘୋଟି ଆସିଲା ଆକାଶରେ । ଏଇଟା ସଂପୂର୍ଣ୍ଣ ଅପ୍ରତ୍ୟାଶିତ । ଟିକିଏ ଆଗରୁ ସୂର୍ଯ୍ୟକିରଣ ବୁଣି ହୋଇ ଯାଉଥିଲା ଚତୁର୍ଦ୍ଦିଗରେ ଆଉ ଏବେ ସବୁ ଅନ୍ଧାରୁଆ ଅନ୍ଧାରୁଆ । ପ୍ରକୃତିର ଏ ପରିବର୍ତ୍ତନ ଏ ଦେଶରେ ଘଟୁଥିବା ଘଟଣା ଭଳି । କେତେବେଳେ ଭଲ, କେତେବେଳେ ମନ୍ଦ । କେତେବେଳେ କ’ଣ ଘଟିବ କହିବା ମୁସ୍କିଲ ।
ସାଇକଲରେ ଆଗକୁ ଆଗକୁ ମାଡ଼ି ଚାଲିଲା ସମ୍ବିତ ସେଇ ନଈକୂଳିଆ ରାସ୍ତାରେ । ମନରେ ଅନେକ ଚିନ୍ତା । ହଠାତ୍ ଅନତି ଦୂରରେ ସ୍ତ୍ରୀ ଲୋକଟିଏ ତାକୁ ପଛ କରି ବସିଥିବାର ଦେଖିଲା । ସ୍ତ୍ରୀଲୋକର ଆଲୁଳାୟିତ କେଶ ତା’ର ପଛପାଖକୁ ସଂପୂର୍ଣ୍ଣ ଆଚ୍ଛାଦିତ କରି ରଖିଛି । ସକାଳୁ ସକାଳୁ ନିଛାଟିଆ ନଈକୂଳିଆ ରାସ୍ତାରେ ଏମିତି ସ୍ତ୍ରୀଲୋକଟିଏ ବସିଥିବାର ଦେଖି ମନରେ ଭ୍ରମ ଓ ତଜ୍ଜନିତ ଭୟ ସୃଷ୍ଟି ହେଲା ସମ୍ବିତର । ବହିରେ ପଢ଼ିଛି ଓ ଦୂରଦର୍ଶନର ସିରିଆଲ୍ରେ ଦେଖିଛି ଡାହାଣୀ ବା ଭୂତୁଣୀମାନେ ଏମିତି କେଶ ଲମ୍ବେଇ ପଛ କରି ବସିଥା’ନ୍ତି । ଛାତିକୁ ଦମ୍ଭ କରି ସାଇକଲ ଆଗକୁ ନେଲା ସମ୍ବିତ ଏବଂ ସ୍ତ୍ରୀଲୋକଠାରୁ ପ୍ରାୟ ଦଶବାର ଫୁଟ ଦୂରରେ ସେ ଥିବାବେଳେ ସ୍ତ୍ରୀଲୋକଟି ହଠାତ୍ ଉଠି ଦୌଡ଼ିବାରେ ଲାଗିଲା ଏବଂ ସମ୍ବିତ କିଛି କହିବା ପୂର୍ବରୁ ଅଦୃଶ୍ୟ ହୋଇଗଲା ଗୋଟିଏ ଗଳିରେ ।
ସ୍ତ୍ରୀଲୋକର ଏ ବିଚିତ୍ର ବ୍ୟବହାର ବୁଝିବା ପୂର୍ବରୁ ଚମକି ପଡ଼ିଲା ସମ୍ବିତ ଗୋଟିଏ ଛୋଟ ଶିଶୁର ‘କୁଆଁ କୁଆଁ’ କାନ୍ଦିବା ଶବ୍ଦରେ । ସାଇକଲ ସେଠି ରଖି ଦେଖିଲା ସ୍ତ୍ରୀଲୋକ ବସିଥିବା ଜାଗାରେ ଟୋକେଇଟିଏ । ଆଉଟିକେ ଆଗକୁ ଯାଇ ଦେଖିଲା ଏବଂ ଅତ୍ୟଧିକ ବିସ୍ମିତ ହେଲା- ଛୋଟ ଶିଶୁଟିଏ ଶୋଇଛି ଏବଂ ମଝିରେ ମଝିରେ କାନ୍ଦୁଛି । ସମ୍ଭବତଃ ଶିଶୁଟି ନବଜାତ । ସମ୍ଭବତଃ ସାତ ଆଠଦିନର ଆଲୋକ ଦେଖିଥିବା ଶିଶୁ । ଏଥର ଅନୁମାନ କଲା ସେଇ ସ୍ତ୍ରୀଲୋକଟି ନିଶ୍ଚିତ ଶିଶୁଟିର ମାଆ । ତେବେ ସେ ଗଲା କୁଆଡେ? ତା’କୁ ଏମିତି ରାସ୍ତାକଡ଼ରେ ଶୁଆଇ ଦେଇଛି ଟୋକେଇରେ କାହିଁକି? ତେବେ କ’ଣ…
ମନରେ ସନେ୍ଦହ ଘନୀଭୂତ ହେବାରେ ଲାଗିଲା ସମ୍ବିତର । ନିଶ୍ଚିତ ରୂପେ ସ୍ତ୍ରୀଲୋକଟିର ଏଇ ସନ୍ତାନଟି ତା’ ପାଇଁ ଥିଲା ଅବା‚ିତ । ବୋଧହୁଏ ଅବିବାହିତା ଅବସ୍ଥାରେ କୌଣସି ଲମ୍ପଟ ପୁରୁଷର ଷଡ଼ଯନ୍ତ୍ରର ଶିକାର ହୋଇ ଗର୍ଭବତୀ ହୋଇଥିବା ସ୍ତ୍ରୀଟି ପ୍ରସବ କରିଛି ଏଇ ଶିଶୁଟିକୁ, କିନ୍ତୁ ତାକୁ ଲାଳନପାଳନ କରି ବଡ଼ କରିବାର, ମଣିଷ କରିବାର ସାହସ ବା ଶକ୍ତି ସଂଚୟ କରିପାରିନାହିଁ । ତେବେ, ତାକୁ ମରିବା ପାଇଁ ଛାଡି ଦେଇନାହିଁ । ସେ ସେଠାରେ ପହଞ୍ଚିବାଟା ଜାଣିବା ପରେ ହିଁ ଦୌଡ଼ି ପଳେଇଛି । ଯଦି ସେ ସେଠାରେ ଶିଶୁଟିକୁ ଛାଡି ଆଗେଇ ଯାଏ ପୁଣି ଚାଲି ଆସିବ ଲୁଚିଥିବା ସ୍ଥାନରୁ ।
“କିଏ ତୁମେ ଏଇ ଶିଶୁର ମା’? ଶୀଘ୍ର ଆସି ତା’କୁ ନେଇଯାଅ । ତାକୁ ଏମିତି ମରିବା ପାଇଁ ଛାଡିଯାଅ ନାହିଁ ।” ଖୁବ୍ ଜୋର୍ରେ ଚିକ୍ରାର କରି ବାକ୍ୟ ଦୁଇଟି ଉଚ୍ଚାରଣ କଲା ସମ୍ବିତ । କିନ୍ତୁ ସ୍ତ୍ରୀଲୋକଟି ଆସିଲା ନାହିଁ ଦୌଡ଼ି ଦୌଡ଼ି । ଭାବିଲା ସମ୍ବିତ- ସେ ଶିଶୁଟିକୁ ସେଇ ଅବସ୍ଥାରେ ଛାଡି ଚାଲିଯିବ? ସିଏ ସେ ସ୍ଥାନ ଛାଡିବା ପରେ ସ୍ତ୍ରୀଲୋକଟି ହୁଏତ ଆସିପାରେ ।
ଉପରକୁ ଅନେଇଲା ସମ୍ବିତ । ଆକାଶ ସାରା ମେଘ । ମେଘ ପଛପଟେ ସକାଳର କଅଁଳିଆ ଖରା ଲୁଚି ଯାଇଛି । ମେଘୁଆ ପାଗ ସଙ୍ଗକୁ ଅନ୍ଧାରୁଆ ଅନ୍ଧାରୁଆ ପରିବେଶ ।
ତା’ ସାଙ୍ଗରେ ଏ ବିରାଟ ସମସ୍ୟା । ରହିବ ନା ଛାଡି ଚାଲିଯିବ ଆଗକୁ । ଯଦି ରହିବ କେତେ ସମୟ ରହିବ?
ଶେଷରେ ସ୍ଥିର କଲା ସେ ସାଇକଲ୍ ଚଢ଼ି କିଛି ବାଟ ଆଗେଇ ଯାଇ ଦେଖିବ କ’ଣ ହେଉଛି । ସେଇ ରାସ୍ତାରେ ଆଉ କେହି ଆସୁ ବି ନାହାନ୍ତି, ନଚେତ୍ ସେମାନଙ୍କ ସହ ପରାମର୍ଶ କରନ୍ତା । ମୋବାଇଲ୍ ବି ଛାଡି ଆସିଛି । ଆଣିଥିଲେ ହୁଏତ ଖୁଡୀଙ୍କ ସହ ପରାମର୍ଶ କରିଥା’ନ୍ତା ।
କିଛିବାଟ ଆଗକୁ ଗଲା ସମ୍ବିତ ସାଇକଲରେ । ତା’ପରେ ଅଟକିଲା । କାଳେ ସ୍ତ୍ରୀଲୋକଟି ଫେରୁଥିବ । ନା’ । ସେ ଅଞ୍ଚଳରେ ସ୍ତ୍ରୀଲୋକଟି ଆଉ ନାହିଁ ବୋଧେ । ମନେ ମନେ ବହୁତ ଗାଳିଦେଲା ସ୍ତ୍ରୀଲୋକଟିକୁ । ଫେରି ଆସିଲା ଶିଶୁଟି ପାଖକୁ । ମଣିଷ ଶିଶୁଟିକୁ ଶ୍ୱାନର ଖାଦ୍ୟ ପାଇଁ ଛାଡି ଦେଇଯିବାଟା ଆଦୌ ଉଚିତ ମନେକଲା ନାହିଁ ସମ୍ବିତ । ବିବେକ ତା’ର ବାଧା ଦେଲା ।
କିଛି ସମୟ ପରେ ବାଇକ୍ଟିଏ ଆସିଲା ଗୋଟିଏ ଦିଗରୁ । ହାତରେ ଇସାରା ଦେଇ ଅଟକାଇଲା ବାଇକ୍ ଆରୋହୀଙ୍କୁ । ମଧ୍ୟବୟସ୍କ ଲୋକଟି । କହିଲା ତାଙ୍କୁ ଶିଶୁଟିର କଥା ତା’ର ମା’ ତାକୁ ଛାଡି ଦେଇଯିବାର କଥା । ବାଇକ୍ ଆରୋହୀ କହିଲେ- “ଆ ବଳଦ ମୋତେ ବିନ୍ଧ । ଶୁଖିଲାରେ ସମସ୍ୟାକୁ କାହିଁକି ଡାକୁଛନ୍ତି? ହଇରାଣ ହୋଇଯିବେ । ଯା’ନ୍ତୁ ନିଜ ବାଟରେ । ସେ ସ୍ତ୍ରୀଲୋକ ବୁଝିବ ତା’ ଛୁଆ କଥା ।” ତା’ପରେ ବାଇକ୍ ଷ୍ଟାର୍ଟ କରି ଚାଲିଗଲେ ଭଦ୍ରଲୋକ ।
ସତରେ ସେ ଚାଲିଯିବ ସେମିତି ଶିଶୁଟିକୁ ସେଇଠି ଛାଡି ସେଇ ଅବସ୍ଥାରେ? ନା’ ସେ ପାରିବ ନାହିଁ । ତାକୁ ନେଇ ଘରକୁ ଯିବ, ଖୁଡୀଙ୍କ ସହ ପରାମର୍ଶ କରି ଡାକ୍ତରଖାନା କିମ୍ବା ପୁଲିସ ଷ୍ଟେସନରେ ନେଇ ଛାଡି ଆସିବ ତାକୁ । ତେବେ, ନେବ କେମିତି? ସାଇକଲ ଛାଡି ଟୋକେଇକୁ ବୋହି ନେଇ ହେବନି ଏତେ ବାଟ । ତେବେ?
ଅଧଘଣ୍ଟା ପରେ ଅଟୋରିକ୍ସାଟେ ଆସିଲା ସେପଟେ । ହାତ ଦେଖାଇ ଅଟୋରିକ୍ସାକୁ ଅଟକାଇଲା । ଖାଲିଥିଲା ଅଟୋରିକ୍ସା । ସାଇକଲ ସେଇଠି ରଖି ତାଲା ଲଗେଇଲା ।
ତା’ପରେ ଅତି ସତର୍କତାର ସହ ଟୋକେଇ ସହ ଶିଶୁକୁ ନେଇ ବସିଲା ଅଟୋରିକ୍ସାରେ । ଅଟୋରିକ୍ସାର ଡ୍ରାଇଭର ଆଶ୍ଚର୍ଯ୍ୟ ହୋଇ ଅନଉଥାଏ ତା’ ମୁହଁକୁ ଥରେ ଏବଂ ଶିଶୁଟିକୁ ଥରେ ।ଏଥର ସମ୍ବିତ ଜଣେଇ ଦେଲା- ଜଣେ ସ୍ତ୍ରୀଲୋକ ଛାଡି ଦେଇଯାଇଛି ରାସ୍ତାକଡ଼ରେ । ତା’କୁ ପୁଲିସ ଷ୍ଟେସନ କିମ୍ବା ଡାକ୍ତରଖାନାରେ ନେଇ ଛାଡିଦେବି ।
ଅଟୋରିକ୍ସାର ଡ୍ରାଇଭର କିଛି କହିବା ପୂର୍ବରୁ ଟୋକେଇ ସହ ଶିଶୁକୁ ନେଇ ବସିଲା ଅଟୋରିକ୍ସାରେ ସମ୍ବିତ । କହିଲା- ‘ଚାଲ’ ।
ଘର ଆଗରେ ଅଟୋରିକ୍ସାକୁ ରଖି ସାନଭାଇ ବୁଲୁକୁ ଡାକ ପକେଇଲା । ଅଟୋରିକ୍ସାର ଡ୍ରାଇଭର ହାତକୁ ବଢ଼େଇଦେଲା ଶହେଟଙ୍କିଆ ନୋଟ୍ଟିଏ ପକେଟରୁ ବାହାର କରି ।
ସାନଭାଇ ଡାକି ଆଣିଲା ଖୁଡୀଙ୍କୁ । ସମ୍ବିତ ଟୋକେଇ ସହ ଶିଶୁକୁ ନେଲା ଘର ଭିତରକୁ ଆଉ ଅନର୍ଗଳ ଭାବେ ବଖାଣି ଦେଇଗଲା ତା’ର ସକାଳର ଅନୁଭୂତି ।
ଖୁଡୀ ପିଠି ଥାପୁଡେଇଲେ ସମ୍ବିତର । କହିଲେ, “ଡାକ୍ତରଖାନା କି ପୁଲିସ ଷ୍ଟେସନ ନେବା ଦରକାର ନାହିଁ । ଘରକୁ ଲକ୍ଷ୍ମୀ ଆସିଛନ୍ତି । ସେ ଏଇଠି ରହିବ, ମୁଁ ନେବି ଯତ୍ନ ଛୁଆଟିର ।” ହାତ ବଢ଼େଇ ଟୋକେଇ ଭିତରୁ ତୋଳିନେଲେ ଶିଶୁଟିକୁ ସମ୍ବିତର ଖୁଡୀ ।