ସାମାନ୍ୟ ଗୋଟେ ଛୋଟ ବଟିକା ଯାହା ଗୋଲମରିଚ ଠାରୁ ବି ଛୋଟ ନିୟନ୍ତ୍ରଣ କରିବ ତା’ର ନିଦ, ସ୍ୱପ୍ନ, ଆବେଗ ଓ ଉକ୍ରଣ୍ଠାକୁ! ହାତର ଦୁଇ ଟିପ ମଝିରେ ବଟିକାଟିକୁ ·ପିଧରି ପାଣି ଗ୍ଲାସଟିକୁ ଉଠଉ ଉଠଉ ଅଟକିଗଲା ପାପିୟା ।
ନା, ହେଇ ପାରିବନି ସେମିତି ।
ନିଜ ସୁଖଦୁଃଖର ଲଗାମକୁ ସେ ନିଜ ହାତରେ ରଖିବ । ତା’ର ଇଚ୍ଛା ମୁତାବକ ସେ ହସିବ କାନ୍ଦିବ । ଇଚ୍ଛା ମୁତାବକ ଶୋଇବ ଓ ନିଦରୁ ଉଠିବ । ନିଜ ସ୍ୱପ୍ନମାନଙ୍କୁ ନିଜେ ଗଢିବ । ନିଜେ ରଂଗେଇବ, ସଜେଇବ ଓ ଉପଭୋଗ କରିବ ।
ତେବେ? ହେଇ ଆଜିର କଥାତ ।
କାହିଁକି ମିସେସ୍ ଦତ୍ତଙ୍କୁ ସେ କହିପାରିଲାନି ଯେ ‘ମାଡାମ୍ ମୁଁ ଗୋଟେ ଦିନ ଛୁଟି ·ହେଁ । ଚଉଦ ଡିସେମ୍ବର ଆସି ପାରିବିନି ମୁଁ ।’
ହଁ, ଦୁଇବର୍ଷ ତଳେ ଗୋଟେ ଚଉଦ ଡିସେମ୍ବର ଶୀତ ସଂଧ୍ୟାରେ ଭେଟିଥିଲେ ସେମାନେ ପରସ୍ପରକୁ । ଶିବା ଓ ସେ ।
ଦତ୍ତ ମାଡାମ୍ଙ୍କୁ କହିଥିଲେ କ’ଣ ହେଇଥାନ୍ତା ତା’ ପରବର୍ତ୍ତୀ ପରିସ୍ଥିତି ଚିନ୍ତା କରି ସାହସ ଠୁଳେଇ ପାରିନଥିଲା ପାପିୟା ।
ତାଙ୍କର ପୃଥୁଳକାୟ ଶରୀରକୁ ଦୋହଲାଇ ଘଡଘଡି ମାରିଲା ପରି ଶବ୍ଦକରି ଏମିତି ଚିଲେଇଥାନ୍ତେ ସେ ଯେମିତିକି ଉପରୁ ସିଲିଂ ଖସିପଡିବ ମୁଣ୍ଡ ଉପରେ ।
‘ୱାଃ…’
ଅତି ଉତ୍ଫୁଲିତ ହୋଇ ଗୋଟେ ହାତକୁ ଟେବୁଲ୍ ଉପରେ ପିଟିଲା ଶିବା ।
‘ଆରେ କ’ଣ ହେଲା?’
ପାପିୟା ଚମକି ପଡି ପଛକୁ ·ହିଁବା ଭିତରେ ତା’ ପାଟିରୁ ଆପେ ବାହାରିଗଲା; ଦର୍ପଣ ପାଖରେ କେଶରେ ପାନିଆ ଚଲଉଥିଲା ସେ ।
ସେମ୍ତି କମ୍ପୁ୍ୟଟର ଚେୟାର୍ ଉପରେ ନୃତ୍ୟରତ ଅବସ୍ଥାରେ ଥାଇ ଶିବା କହିଲା– ‘ଏଇ ଦେଖ ‘କାର୍ନ୍ନେଜି ଏନ୍ଡାଇମେଣ୍ଟ ଫର୍ ଇଣ୍ଟରନାସ୍ନାଲ୍ ପିସ୍’ର ରିପୋର୍ଟ । ୨୦୫୦ ସାଲ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ଭିତରେ ସାମିଲ୍ ହେବ । ଆରେ ଦେଖ ନା ତାଲିକାରେ ଆମେରିକା ଓ ଚୀନ୍ ବି ଅଛନ୍ତି ।
‘ହୁଁ, ଏମିତି ଏ ପିଲାଟା ।’ ବିରକ୍ତିକୁ ·ପି ଦେଲା ପାପିୟା ।
ପ·ଶବର୍ଷ ପରର କଥା ନେଇ ଏତେ ପାଗଳ ପରି ଡେଉଁଚି । ଅଥଚ ଏଇଠି ତା’ ପାଖରେ ତା’ଠାରୁ ମାତ୍ର କେତେ ହାତ ଦୂରରେ ଠିଆ ହେଇଥିବା ମଣିଷଟି କ’ଣ ଭାବୁଚି ଜାଣିପାରୁନି ।
ଛୋଟ ଏକ ଅବସୋସ ଅବା ଛୋଟ ଏକ ଦୀର୍ଘଶ୍ୱାସ କେଜାଣି ତା’ର ଦୁଇ ନାକପୁଡାକୁ କ୍ଷଣିକ ପାଇଁ ଥରାଇ ବାହାରିଗଲା ।
ଅବଶ୍ୟ ନଜାଣିବାଟା ହିଁ ଠିକ୍ । ସେମାନଙ୍କ ରିଲେସନ୍ସିପ୍ରେ ମେଣ୍ଟାଲି ସେୟାର୍ କରିବାର ପ୍ରଶ୍ନ ହିଁ ଉଠୁନି । ବରଂ ଯଦି ପାପିୟା ସେମିତି କିଛି ଶିବାଠାରୁ ·ହୁଁଛି ତେବେ ସେଇଟା ଜୋରଜବରଦସ୍ତି ହୋଇଯିବ, ନିଜକୁ ଅନ୍ୟ ଉପରେ ଜାହିର୍ କରିବା ଭଳି । ଯୋଉଠି ତୁଟିଯାଇପାରେ ସଂପର୍କ ।
ଦର୍ପଣ ସାମ୍ନାରୁ ଘୁଞ୍ଚି ଆସିଲା ପାପିୟା ହଠାତ୍ ।
ସତେ ଯେମିତି ଦର୍ପଣ ଭିତରେ ବିସ୍ଫୋରଣ ଘଟିବ ଓ କାଚଖଣ୍ଡ ସବୁ ଗୁଳି ପରି ତା’ ଦେହରେ ବିଦ୍ଧ ହୋଇଯିବ । ଏଇ ସଂପର୍କ ଭାଂଗିଯିବା କଥାଟା ହିଁ ସେମିତି । ବାସ୍ ଖାଲି ସତର୍କ ରହିବା କଥା । ଚଡକିଗଲା ପରେ ଠିକ୍ ବାଗରେ ତାକୁ ଗୋଟେଇ ନେଇ ବାହାରକୁ ଫିଙ୍ଗିଦେଲେ ହେଲା । ଟୁକୁଡାଟେ ହାତରେ କି ପାଦରେ ଗଳି ନଯାଏ ଯେମିତି ।
ଖୁବ୍ ପାରଦର୍ଶୀ । ଅତି ପରିଷ୍କାର ଭାବରେ ତମ ଆଖିକୁ ଦିଶିଯାଉଥିବ ସବୁ କିନ୍ତୁ ତମର ସାମାନ୍ୟ ଅସାବଧାନତାରେ ସେ ହାତରୁ ଖସିଯିବ । ପାଞ୍ଚ ବର୍ଷ ତଳେ ପରେଶ ସହ ଭାଂଗିଯାଇଥିବା ସଂପର୍କରୁ ଆଉ କିଛି ନହେଲେ ବି ଏତକ ଶିଖିପାରିଚି ସେ ।
ଆଜି ପ୍ରିନ୍ସପାଲ୍ ତାକୁ ଡକେଇ ପଠେଇଲେ । କାରଣଟା କ’ଣ ଅନୁମାନ କରିପାରୁନଥିଲା ପାପିୟା ।
– ମିସ୍ ପାପିୟା, କେତେ ବର୍ଷ କାମ କଲେ ସାଇନ୍ସ୍ ପ୍ରୋଜେକ୍ଟ ବିଷୟରେ ଆପଣଙ୍କର ଧାରଣା ହେଇପାରିବ? ପିଲାମାନଙ୍କର ଯେଉଁ ଦୁଇଦୁଇଟା ପିରିୟଡ ନଷ୍ଟ ହେଲା ତା’ର କ୍ଷତି ଭରଣା କରିବ କିଏ?
ପାପିୟା ବୁଝି ପାରିଥିଲା ସାଇନ୍ସ୍ ପ୍ରୋଜେକ୍ଟ ପରି·ଳନାର ତ୍ରୁଟି ପାଇଁ ସାର୍ ଏମିତି କ୍ଷୁବ୍ଧ । ଏ ଡାଇଲଗ୍ ଶୁଣିଲାପରେ ଛୁଟି ନେବା କଥା ବାଏଁ ବାଏଁ ଉଡିଗଲା ତା’ ଭେଜାରୁ । ସେତେବେଳଠୁ କେମିତି ଶିର୍ଶିର୍ ହେଉଚି ତା’ ମୁଣ୍ଡ ଭିତର ।
ଠିକ୍ ଅଛି ଶିବା ଭିତରେ ଯଦି ସେଇ ସମାନ ଜିନିଷକୁ ନେଇ କିଛି ହଲ୍ଚଲ୍ ନାହିଁ ତେବେ ତା’ର ଏ ଆବେଗ ବି ନିରର୍ଥକ । ଏମିତି ତ ସ୍କୁଲ୍ରେ ·ଲିଛି ଝମେଲା । ·କିରିଟା ଯାଇପାରେ । ପାର୍ଲର୍ର ଇନ୍କମ୍କୁ ନେଇ ମ୍ୟାନେଜ କରିବାକୁ ପଡିବ ସବୁ । ଥାଉ ବରଂ ଛୁଟି ।
ଅବଶ୍ୟ ଏଇ ପାର୍ଲରରେ ଅଟକିଯିବା ତା’ର ଲକ୍ଷ୍ୟ ନୁହେଁ । କିଛି ଗୋଟେ କାମ ଯୋଉଠୁ ଅନ୍ତତଃ ଜବ୍ ସାର୍ଟିଫିକେସନ୍ ମିଳୁଥିବ, ସେମିତି ଲୋଡା । ଆଉ କେତୋଟି ଜାଗାରେ ଆପ୍ଲାଇ କରିଚି ସେ । ତେବେ ବର୍ତ୍ତମାନ ପାଇଁ ପାର୍ଲର ନିରାପଦ । ଇନ୍କମ୍ ତ ଠିକ୍ ଅଛି ହେଲେ କେମିତି କେଜାଣି ବୀତସ୍ପୃହ ହୋଇଯାଉଚି ମନ । ଧୀରେ ଧୀରେ କାମ ପ୍ରତି ମନରେ ବିରାଗ ଆସୁଚି । ଦତ୍ତ ମାଡାମ୍ ବହୁତ ଥର ସଚେତନ କଲାପରେ ସେଦିନ ଚେତାବନୀ ଦେଇଥିଲେ ତାକୁ । – “ଦେଖ ପାପିୟା, କଷ୍ଟମର୍ ମାନେ ପଇସା ଖର୍ଚ୍ଚ କରି ଏଠାକୁ କ୍ଷତି ସହିବା ପାଇଁ ଆସୁନାହାନ୍ତି । ମୁଁ ଦେଖିଚି ମାସେଜ୍ କଲାବେଳେ ତମର ହାତ ଠିକ୍ ଡିରେକ୍ସନ୍ରେ ନଥିଲା । ତମ ପାଇଁ ମୋ ପାର୍ଲର ବଦନାମ୍ ହେଇଯାଇପାରେ । ଯଦି ତମର ପରଫମାନ୍ସ ୟାପରେ ବି ଏମିତି ହୁଏ ତେବେ ତମକୁ ଅନ୍ୟ ବ୍ୟବସ୍ଥା କରିବାକୁ ହେବ ।”
ସେଦିନ ପାପିୟା ତ ଭାବିସାରିଥିଲା ଯେ ରୁମ୍କୁ ଫେରିଲେ ସେ ପେପର୍ରୁ କାଟି ରଖିଥିବା ବିଜ୍ଞାପନ ସବୁକୁ ଆଉଥରେ ଭଲକରି ଦେଖିନେବ । ନେଟ୍ରେ ବି ଆସିଥାଇପାରେ କିଛି ନୂଆ ଇନ୍ଫର୍ମେସନ୍ । ଏଥର ସକାଳ ଆସିବ ତା’ ପାଇଁ ନୂଆ ଗୋଟେ ବାଗରେ । ପ୍ରତିଦିନ ଯେମିତି ସାଢେ ଛଅରେ ତା’ର ସୂର୍ଯ୍ୟ ଉଏଁ ଏବେ ତା’ଠାରୁ ଆହୁରି ଶୀଘ୍ର ସୂର୍ଯ୍ୟକୁ ଡାକି ଆଣିବାକୁ ପଡିବ ଆକାଶକୁ । କେଜାଣି ହୁଏତ ସାଢେ ଛଅର ଅନେକ ପରେ ବି ଆସିପାରେ ସୂର୍ଯ୍ୟ । ଏମିତି ବି ହୋଇପାରେ । ଉଇଁବା ପରେ ବି ମେଘ ଭିତରେ ମୁହଁ ଲୁଚେଇ ରହିପାରେ ସାରାଦିନ । ଆଦୌ ନମିଳିବି ପାରେ କାମ । ଅନିଶ୍ଚିତ ଆସନ୍ତାକାଲି ଓ ଅନିଶ୍ଚିତ ଭବିଷ୍ୟତକୁ ନେଇ ଆଉ ବେଶୀ ଭାବିପାରିନଥିଲା ସେ ।
କିନ୍ତୁ ଢମଣା ବୁଲି ବୁଲି କରି ସେଇ ଅଗଣାକୁ ଫେରିଲା ପରି ପୁଣି ପାର୍ଲର ଗଲା ସେ ।
ପାପିୟା ରଥ । ଲମ୍ବା ଗୌରବର୍ଣ୍ଣ ଶରୀର । ମାଡାମ୍ ସୋନାଲୀ ଦତ୍ତ ମଧ୍ୟ ଜାଣେ ଅନ୍ୟ ଝିଅମାନଙ୍କ ଅପେକ୍ଷା ଏ ଝିଅଟାର ସର୍ଭିସ୍ ତାଙ୍କର ସବୁଠୁ ଧନୀ କଷ୍ଟମ୍ର ମାନେ ପସନ୍ଦ କରନ୍ତି । ଝିଅଟା ପାଖରେ ମଣିଷର ମନ ନେବାର ଗୋଟେ କଳା ଅଛି ।
– କାଲି ମିସେସ୍ ସିଂଙ୍କର ଆପଏଣ୍ଟ୍ମେଣ୍ଟ ଅଛି ବାରଟାରେ । ଦେଖ କିଛି ଏପାଖ ସେପାଖ ନହୁଏ ଯେମିତି । ମୁହଁକୁ ଗମ୍ଭୀର କରି କହିଥିଲେ ଦତ୍ତ ମାମ୍ ।
ମିସେସ୍ ସିଂ! ଓଃ ପ୍ରଚଣ୍ଡ ବିରକ୍ତିରେ ଆଉଥରେ କୁଞ୍ଚି ହେଇଗଲା ପାପିୟାର ମୁହଁ ।
ମିସେସ୍ ସିଂର ତା’ର ଶରୀରକୁ ନେଇ ଖୁବ୍ ଅଭିଯୋଗ ।
ଗୋଟାଏ ବଡ ଘୁଷୁରି ପରି ଶରୀରଟାକୁ ରୋଲର୍ ମେସିନ୍ ଉପରେ ଥାପି ଏଣେ ପାଟି ଚଲେଇଥିବ । ଜାଣିଲେ ରାତିରେ ଗୋଟେ ପଟ ରୁଟି ଆଉ ସନ୍ତୁଳା, ଲଞ୍ଚ ଟାଇମ୍ରେ ବି ସେଇ ଗୋଟେ ପଟ ରୁଟି, ଡାଲି ଓ ସାଲାଡ । ହେଲେ ଓଜନ ମାତ୍ର ଗୋଟେ କେଜି କମିଚି । କ’ଣ କରିବି?
– ଆପଣ ୱାକିଂ ଜାରି ରଖନ୍ତୁ । ହୁଏତ ଦିନେ କରୁଥିଲେ ଦିନେ କରୁନଥିବେ ।
– ନା ନା ଆଦୌ ସେମିତି ନୁହେଁ । ମୁଁ ସାମାନ୍ୟ ନେଗ୍ଲେଟ୍ କଲେ ମିଷ୍ଟର ସିଂ ରାଗରେ ମୋ ସହ କଥା ହୁଅନ୍ତିନି । ଏଇତ ଦୁଇଦିନ ତଳେ ଗୋଟେ ପାର୍ଟି ଥିଲା । ଲେଟ୍ ନାଇଟ୍ରେ ଫେରିଥିବାରୁ ସକାଳୁ ଯୋଗ କ୍ଲାସ୍ ପାଇଁ ପ୍ରିପେୟାର୍ ହେଇପାରିଲିନି । ଦେଖତ ତାଙ୍କୁ । ଅଫିସ୍ ଯିବା ଯାଏଁ ଆଦୌ ·ହିଁ ନାହାନ୍ତି ମୋ ଆଡେ । ପଦେ ବି କିଛି କହିନାହାନ୍ତି । ନଟ୍ ଏ ସିଙ୍ଗିଲ୍ ୱାର୍ଡ ।
– ଆରେ ନା । ଆପଣ ଏତେ ହେଭି ଏକ୍ସରସାଇଜ୍ କରିବେନି । ଆପଣଙ୍କର ହାଇ ବିପି ଅଛିପରା । ଶିଡି ଚଢିଲାବେଳେ ଅସୁବିଧା ହେଉଚି କହୁଥିଲେ । ଇଇଜି ଇସିଜି ଇତ୍ୟାଦି କରିନିଅନ୍ତୁ । କାଲି ତ ଡଃ ମାଲହୋତ୍ରାଙ୍କର ଆସିବାର ଅଛି । ତେବେ ନେକ୍ସଟ୍ ଉଇକ୍ ପାଇଁ ଆପଣଙ୍କର ଆପଏଣ୍ଟ୍ମେଣ୍ଟ ରଖିଦଉଚି ।
– ‘ହଁ ।’ ଭାରି ହୋଇଯାଉଥିଲା ମିସେସ୍ ସିଂଙ୍କର ମୁହଁ । ଓ ପାଦ ଘୋଷାଡି ଘୋଷାଡି ସେ ଆସି ଚେୟାର୍ ଉପରେ ବସିଯାଇଥିଲେ ।
ହଠାତ୍ ଛନକା ପଶିଯାଇଥିଲା ପାପିୟା ମନରେ । ଯଦି ବୁଢୀ ତା’ର ଅସନ୍ତୋଷ ସୋନାଲୀ ମାଡାମ୍ ଆଗରେ ପ୍ରକାଶ କରେ ତେବେ? କିନ୍ତୁ କୋଉଠି କ’ଣ ହେଲା ଜାଣିପାରୁନଥିଲା ପାପିୟା । ହୁଏତ ବୁଢୀକୁ ତା’ ରୋଗମାନଙ୍କ ବିଷୟରେ ମନେପକେଇ ଦେବା ଥିଲା ଭୁଲ୍ । ହେଲେ ଦେହ ଥିଲେ ରୋଗ ତ ଅଛି । ଏମାନଙ୍କର ଦେହ ପ୍ରତି ଏତେ ଆସକ୍ତି ଆଉ ରୋଗକୁ ଏତେ ଭୟ? ବାପ୍ରେ ।
ଏଇଠି ତା’ ସହ କାମ କରୁଥିବା ରିମା କହୁଥିଲା ବୁଢୀର ଖାଲି ଏତିକି ନୁହେଁ ବୁଢୀ ପାଖରେ ଅଦ୍ଭୁତ ଜିନିଷ ସବୁ ଅଛି । କହିଥିଲା ଆଉ ଗୋଟେ ରହସ୍ୟମୟ ହସ ହସିଥିଲା । ସେତେବେଳକୁ ବିଲ୍ ପେମେଣ୍ଟ କରି ବାହାରି ଯାଇଥିଲେ ମିସେସ୍ ସିଂ । ରିମା କଥାର ରହସ୍ୟମୟତା ଉତ୍ସୁକତା ଆଣି ନଥିଲା ତା’ ମନରେ । ବରଂ ତା’ର ମନେପଡି ଯାଇଥିଲା ତା’ ମା’ର ଅଣ୍ଟାଧରା କଥା । ଏବେ ଏ ଶୀତରେ ଅଣ୍ଟା ଖୁବ୍ ଧରିଥିବ ତା’ର । କଷ୍ଟ ପାଉଥିବ ନିଶ୍ଚୟ । ହେଲେ କିଏ ବୁଝେଇବ ତାକୁ । ପରିବାର ପାଇଁ ନିଜକୁ ସାରିଦେବା ଯେମିତି ତା’ର ଧର୍ମ ।
ପାପିୟା ଏବେ ବଦଳି ଯାଇଚି କି? ଏମିତି ବ୍ୟବହାର କରୁଚି ଯେ? ଟିକେ ଅନ୍ୟମନସ୍କ ହେଲା ଶିବା । ଷ୍ଟ୍ରେସ୍ ନେବା ତା’ର ପସନ୍ଦ ନୁହେଁ । ଯଦି ସେମିତି କିଛି ସମସ୍ୟା ଆସୁଛି ଖୁବ୍ଶୀଘ୍ର ସେଥିରୁ ସେ ମୁକ୍ତି ·ହେଁ । ଷ୍ଟ୍ରେସ୍ ସହିତ ରହିପାରେନି ସେ ବେଶୀ ସମୟ । ତେବେ ପୁଣି ପୂର୍ବ ସ୍ଥିତିକୁ ଫେରି ଆସିଲା ଶିବା ।
ଏବେ ଆଜି ପାଇଁ ତାକୁ ଏ ବହିଟି ସାରିବାକୁ ପଡିବ । ‘ଉଇନିଙ୍ଗ୍’ । ଏ ବହି ଭିତରେ ଅଛି ଫାଇନାନ୍ସିଆଲ୍, ଫିଜିକାଲ୍ ଓ ମେଣ୍ଟାଲ୍ ଉଏଲ୍ବିଈଙ୍ଗ୍ର ସିକ୍ରେଟ୍ । ତାକୁ ତା’ର ଉଦେ୍ଦଶ୍ୟ ପାଖରେ ପହଞ୍ଚିବାକୁ ସାହସ ଓ ଧୈର୍ଯ୍ୟର ତ ଆବଶ୍ୟକତା ଅଛି ପୁଣି ସେ ଖୋଜୁଛି କିଛି ସୂତ୍ର । ସାମାନ୍ୟ ଟଳମଳ ହେଲେ ପାଦ ଖସି ଯାଇପାରେ । ସେ ଡୁବି ଯାଇପାରେ ଅତଳତଳ ପାଣି ଭିତରେ ।
ଏମିତି ସେ ଅଛି କୋଉଠି?
ନିଜକୁ ନିଜେ ପ·ରିଲା ଶିବା ।
ସେ ଅଛି ମାଟି ଓ ଆକାଶର ମଝିରେ । ନା ତା’ ପାଦତଳେ ମାଟି ନାହିଁ । ମାଟି ଠାରୁ ବିଛିନ୍ନ ହୋଇ ସେ ବଞ୍ଚୁଚି ଏମିତି ଏକ ଇଲାକାରେ ଯୋଉଠି ଦିନରେ ପ୍ରବଳ ଝାଞ୍ଜି ଓ ରାତି ଘଞ୍ଚ ଅନ୍ଧକାରରେ ଭରା । ହଁ ସେ ମାଟି ଖୋଜୁଚି ଏଇଥିପାଇଁ ଯେ ତା’ ଡେଣାରେ ଅଛି ତାକତ୍ । ଛାତିରେ ଅଛି ବିଶ୍ୱାସ ଓ ଆଖିରେ ସ୍ୱପ୍ନ ।
ଗଲାଥର ବାବା ଡାକି ନେଇ ଯେଉଁ ପ୍ରସ୍ତାବ ଦେଇଥଲେ ସେ ବିଷୟରେ ମୁଁ ଚିନ୍ତା କରିବା ଉଚିତ କି? ଶିବା ନିଜକୁ ନିଜେ ପ·ରିଲା ।
ହେଲେ ଯଦି ବା କେବେ କେମିତି ମନର ଗଳି ଭିତରକୁ ପଶିଆସିଛି ଏ ଚିନ୍ତା ଅନ୍ତଃକରଣରୁ କେହି ଉତ୍ତର ଫେରେଇଚି, ‘ନା, କେବେ ବି ନୁହେଁ ।’
ସେଦିନ ବାବା ଗୋଚ୍ଛାଏ କାଗଜପତ୍ରର ଫାଇଲ୍ ଆଗେ ଧରେଇଦେଲେ ତାକୁ । କହିଲେ– ସାର୍କୁଲେସନ୍ ଆଉ ଆଡ୍ ଡିପାର୍ଟମେଣ୍ଟ ଦିଟା ଏଥର ତତେ ବୁଝିବାକୁ ହେବ । ତା’ପରେ ଗ୍ଲାସ୍ର ବଳକା ୱାଇନ୍କୁ ଗୋଟେ ଢୋକରେ ତାଙ୍କ ଓଠ ଶୋଷିନେଲା । ଖାଲି ଗ୍ଲାସ୍ଟା ଆଡୁ ତାଙ୍କ ଦୃଷ୍ଟି କେମିତି ଗୋଟେ ଅସହାୟ ଭାବେ ଫେରିଆସିଲା । ସେ ତାଙ୍କ ସାମ୍ନାରେ ବସିଥିଲା ତାଙ୍କର ପଚିଶ ବର୍ଷର ସମର୍ଥ ପୁଅ । ନିଜ ନିଃସ୍ୱତାକୁ ଯେମିତି ସେ ସାମ୍ନାସାମ୍ନି କରୁଥିଲେ । ତାଙ୍କର ଉତ୍ତରାଧିକାରୀ ଭାବେ ଅନ୍ତତଃ ତାଙ୍କ ମନୋଭାବ ବୁଝିବାକୁ ଅସମର୍ଥ ନଥିଲା ସେ ।
ମନେମନେ ସେ ଉଲ୍ଲସିତ ହେଇଥିଲା । କିନ୍ତୁ ଉପରେ କୌଣସି ପ୍ରତିକ୍ରିୟା ନଥିଲା । ଖୁବ୍ ସତର୍କ ଓ ସଂଯତ ଭାବରେ ସେମିତି ସେ ବସିରହିଥିଲା ।
ପାପିୟା ଜାଣିପାରିଲା ଶିବା ହାତରେ ବହି ଅଥଚ ସେ ଅଛି ଅନ୍ୟ କେଉଁଠି ।
ଶିବା ପକେଟରୁ ସିଗାରେଟ୍ ପ୍ୟାକେଟ୍ ବାହାର କଲା । ଲାଇଟର୍ ଜଳେଇଲା ପୁଣି ଲିଭେଇଲା । ଏମିତି ଦୁଇତିନି ଥର କଲା ପରେ ସେ ସିଗାରେଟ୍ରେ ନିଅାଁ ଧରେଇଲା ।
ପାପିୟାର ଇଚ୍ଛାହେଲା ସିଗାରେଟ୍ଟା ଶିବା ହାତରୁ ଟାଣିଆଣି ଫୁଲଗମଲାର ମାଟିରେ ମାଡିଦେବ । କିନ୍ତୁ ସେ ସେମିତି କଲାନି ।
ଆଜି ହିଁ ଶିବା ଫେରିଚି ବଲାଙ୍ଗୀରରୁ । ରୁଷିଆରୁ ଆସିଥିବା ଗୋଟେ ଟିମ୍କୁ ନେଇ କ’ଣ ସର୍ଭେ ପାଇଁ ଯାଇଥିଲା । ଏଇ ଯେ କହୁଥିଲା କ’ଣ ରୋଗପୋକ, ସାର, ମାଟିର ଉର୍ବରତା, ପ୍ରାଚୀନ ପ୍ରଣାଳୀ ଏସବୁ କିଛି ମୁଣ୍ଡରେ ପଶେନା ତା’ର । ହଁ ସକାଳେ ଟ୍ରେନ୍ ଲାଗିଥିବ ଭୁବନେଶ୍ୱରରେ । ଆଉ ତା’ପରେ ଗୋଟିଏ ଘଣ୍ଟା ପରେ ବସ୍ରେ ଆସି ସେ ପହଞ୍ଚିଛି ତା’ ପାଖରେ ।
ପାପିୟା ସିଗାରେଟ୍ଟାକୁ ଶିବାର ହାତରୁ ଭିଡି ନେଇ ନିଜେ ଟାଣିବାରେ ଲାଗିଲା ।
ସେତେବେଳକୁ ଶିବା ମୁହଁର ଉଦାସ ଭାବ ସଂକ୍ରମିତ ହେଇ ଆସିଥିଲା । ପାପିୟାର ମୁହଁ ଉପରକୁ ।
ଏ ଶିବା ବି ଏମିତି । କେତେବେଳେ କ’ଣ ଭାବେ କହିବା ମୁସ୍କିଲ୍ । ବେଶ୍ ଖୁସ୍ ମିଜାଜରେ ଥିବ ତ ·ହୁଁ ·ହୁଁ ପୁଣି ବଦଳିଯିବ ତା’ ମୁଡ୍ । ସେ କହେ ତା’ ପିଲାଦିନର ଅସୁରକ୍ଷା ଭାବ ପାଇଁ ଜୀବନରେ କେବେ ବି କୌଣସି ଚ୍ୟାଲେଞ୍ଜିଙ୍ଗ୍ କାମ ପାଇଁ ସେ ସାହସ ଜୁଟେଇପାରେନି । ସବୁବେଳେ ଭୟାତୁର ।
ଜଣେ ଅଠେଇଶ ବର୍ଷର ଯୁବକର ସ୍ୱପ୍ନ, ଆଙ୍କାକ୍ଷା ଓ ଭାବନା କେମିତି ହେବା ଉଚିତ? ଶିବା ପାଖରେ କାହିଁକି ତା’ର ବ୍ୟତିକ୍ରମ? କୃଷିପ୍ରଣାଳୀ କେମିତି ଉନ୍ନତ ହେବ ଶିବା ଭାବେ ଅଥଚ ନିଜ ଜୀବନ ପ୍ରଣାଳୀ ବିଷୟରେ ଭାବେନା ।
ପାପିୟା ତ ନିଜ ଜୀବନ ଛଡା ଆଉ କୌଣସି ବିଷୟରେ ବି ଆଗ୍ରହୀ ନୁହେଁ । ସ୍କୁଲ୍ର ·କିରିଟାରେ କିଛି ଭରସା ନାହିଁ । ସେ ଜାଣେ ମ୍ୟାନେଜିଂ ବଡିର ମନ ନେଇପାରୁଥିବା ଯାଏ ସେ ସେଠି ଅଛି । ପୁଣି ପରମାନେଣ୍ଟ ଷ୍ଟାଫ୍ମାନଙ୍କର ତା’ ଉପରେ ଅନଧିକାର ଅଦଉତି କି ଯେବେ ଯାଏ ସ୍ୱୀକାର କରିଦଉଚି ତ ଠିକ୍ ଅଛି ।
ଜୋଗ୍ରାଫି ମାଡାମ୍ କହିବେ– ‘ଆଜି ମୋ ହଜ୍ବ୍ୟାଣ୍ଡ୍ଙ୍କର ଡାଇଲିସିସ୍ ଅଛି । ପାପିୟା ମାମ୍ ପ୍ଲିଜ୍ ମୋ କ୍ଲାସ୍ଟା ନେଇଯିବେ?’
କୋଉଦିନ ଇଂରାଜୀ ଟିଚର୍ ଗୋଚ୍ଛାଏ ଖାତା ଧରେଇ ଦେଇ କହିବେ ‘ମାମ୍ ଘର ତୋଳା କାମ ଯେ କି ମୁସ୍କିଲ୍ ଜାଣିନଥିଲି ।’
ଏଇ ଦୁଇଦିନ ଭିତରେ ଏତେ ଖାତା! ଆପଣଟିକେ ସାହାଯ୍ୟ କରନ୍ତେନି ।
ପାପିୟା ହସେ କୁଣ୍ଠିତ ହସ । ସେ ହସର ଭାଷା ବୁଝିବାକୁ ସେଠି ଆଉ ନଥାନ୍ତି ସେ ।
ମାନିନେବାକୁ ପଡେ । କାରଣ ସେମାନେ ପରମାନେଣ୍ଟ ଓ ପାପିୟା ଉଡାଚଢେଇ । ଆଜି ଅଛି ହୁଏତ କାଲି ନାହିଁ । ହୁଏତ ବାହାରି ସାରନ୍ତାଣି ସେ ଏଠୁ । ଗଭ୍ମେଣ୍ଟର ରୁଲ୍ ଅନୁସାରେ ନନ୍ଟ୍ରେଣ୍ଡିଂ ଟିଚରମାନଙ୍କ ପାଇଁ ପ୍ରାଇଭେଟ୍ ସ୍କଲ୍ରେ ବି ସ୍ଥାନ ନାହିଁ । ବି.ଏଡ କରିଛ ତ ଠିକ୍ ଅଛି ନକରିଛ ତ ତେବେ ଯାଇ କର । ଡିଗ୍ରୀ ଆଣି ଆସ ।
ବିରକ୍ତି ସହ ନୈରାଶ୍ୟ ବି ବେଳେବେଳେ ମାଡିବସେ ତାକୁ । ଏବେ ବି.ଏଡ କେମିତି କରିବ ଯେ । ଆପ୍ଲାଇ ତ କରୁଛି ହେଲେ ସିଟ୍ଟାଏ ବି ମିଳୁନି । ପ୍ରାଇଭେଟ୍ରେ ଆନ୍ଧ୍ର କି କୁରୁକ୍ଷେତ୍ର ଯାଇ କରୁଛନ୍ତି କେହି କେହି । ହେଲେ ସେଥିପାଇଁ ଦରକାର ଦୁଇ ଲକ୍ଷ ଟଙ୍କା । ଦୁଇଲକ୍ଷ ଟଙ୍କା ଆଉ ସେ?
ମାଗିବ କି ଶିବାକୁ? ଏମିତି ଧାର୍ ଦେଇଥା ମତେ କହି । ଶୁଝିଦେବି ପରେ । ତେବେ ସେ ଜାଣେ ଶିବା ପାଖରେ ବି ଏତେବଡ ଆମାଉଣ୍ଟ ନାହିଁ । ଆଉ ତା’ ବିତ୍ତଶାଳୀ ବାପାଠୁ ତା’ ସ୍ୱାଭିମାନ ବଡ ଏକଥା ବେଶ୍ ଜଣା ଅଛି ପାପିୟାକୁ । ତା’ ପାଇଁ ଦ୍ୱନ୍ଦ୍ୱରେ ନପଡୁ ବିଚରା ।
ସ୍କୁଲ୍ରେ ସକାଳ ଆଠଟାରୁ ଦିନ ୨ଟା ପର୍ଯ୍ୟନ୍ତ ଡୁ୍ୟଟି କରିସାରିବା ପରେ ଉପରବେଳା ·ରିଟାରୁ ରାତି ନଅଟା ନେଚର୍ ବୁ୍ୟଟି ସଲୁ୍ୟସନ୍ରେ କାମ କରେ ପାପିୟା । ତେବେ ସ୍କୁଲ୍ ·କିରିଟା ·ଲିଯିବ ଭାବିଲେ ହତାଶ ତ ଲାଗୁଚି ହେଲେ ପୂରା ବେକାର ତ ହେଇଯାଇନି ସେ । ସେ ତ ଭାବୁଥିଲା ପାର୍ଲର ଛାଡିଦେଇ ଆଉ କିଛି କାମ ଖୋଜିବ । ହେଲେ ଏବେ ସ୍କୁଲ୍ରେ ତା’ର ·କିରିଟା ଝୁଲନ୍ତା ସ୍ଥିତିରେ ।
ସେଦିନ ଲଞ୍ଚ୍ ଟାଇମ୍ରେ ଘରକୁ ଫେରି ସେ ଦେଖିଲା କବାଟ ଭିତରୁ ବନ୍ଦ ଅଛି । ମାନେ ଶିବା ଘରେ ଅଛି । ଏତେବେଳେ ତ ତା’ର ବାହାରେ ରହିବା କଥା । ତା’ ଅଫିସ୍ରେ ନହେଲେ ଫିଲ୍ଡରେ ।
ରାତି ନଅଟା ପରେ ତ ସେମାନେ ଘରକୁ ଫେରନ୍ତି । ଦିନବେଳା ବାହାରେ ଯେ ଯାହାର ଖାଇ ନିଅନ୍ତି । ରାତିରେ ମିଶିକରି ଖାଦ୍ୟ ପ୍ରସ୍ତୁତ କରିବା ସେମାନଙ୍କ ଭିତେର ଚୁକ୍ତି ।
ସାରାଦିନ କିଚେନ୍ଟା ଯାତ୍ରୀନଥିବା ବିଶ୍ରାମାଗାର ପରି ଥାଏ ଖାଁ ଖାଁ । ଶିବା କ’ଣ ଆଜି ଅଫିସ୍ ଯାଇନି!
ଲିଭିଂରୁମ୍ର ସୋଫା ଉପରେ ପଡିଚି ତା’ର ଆସାଡ ଦେହ । ପାଖରେ ଲାପ୍ଟପ୍ । ବିଭିନ୍ନ ପେପର୍ କଟିଂ ଓ ମାଗାଜିନ୍ । ଅଇଣ୍ଠା · କପ୍ । ପବନରେ ଘରଭିତରେ ଉଡୁଚି ଗୋଟେ ବିସ୍କୁଟ୍ ପ୍ୟାକେଟ୍ର ଜରି ।
ମନେ ମନେ ଆଗ ରାଗିଗଲା ପାପିୟା । ଆଜି ଶୁଣେଇ ଦେବ ସେ । ଘରକୁ ଜଣେ ଅଳିଆ କରିବା ଓ ଆଉଜଣେ ସଜାଡିବାର ଚୁକ୍ତି ସେମାନଙ୍କ ଭିତରେ ହେଇନି । ଏଣିକି ଶିବା ସାବଧାନ ରହିବା ଉଚିତ । ନଚେତ୍ କାମବାଲି ରଖ । ଅଧା ପଇସା ଦେବାକୁ ସେ ରାଜି ।
ତେବେ ଶିବାର ଆସାଡ ଦେହଟାକୁ ଦେଖି ନରମି ଗଲା ସେ । କିଛି ଗୋଟେ ସମସ୍ୟାରେ ଅଛି ଏବେ ସମ୍ଭବତଃ । ନଚେତ୍ ଘରେ ବସିବା ପିଲା ସେ ନୁହେଁ ।
କିଚେନ୍ରେ ପଶିଲା ପାପିୟା । ଆଳୁ, ମୁଗଡାଲି ଆଉ ·ଉଳ ପ୍ରେସର୍ କୁକର୍ରେ ଏକାଠି କଲା । ଆ·ର ଦେଇ ଆରାମ୍ରେ ଚଳିଯିବ ଅବଶ୍ୟ ।
ପ୍ରେସର୍ କୁକର୍ର ସିଟି ଶବ୍ଦରେ ନିଦ ଭାଙ୍ଗି ସାରିଥିଲା ଶିବାର । ଅଧାଖୋଲା ଆଖିପତ୍ତା ଓ ସ୍ଥିର ·ହାଣି ନେଇ ସେ ସାମ୍ନାକୁ ·ହିଁ ରହିଥିଲା ।
ସୋଫାର ହାତ ବାଡା ଉପରେ ବସିଲା ପାପିୟା । ଶିବାର ମୁଣ୍ଡର ଚୁଟି ସବୁକୁ ଆଙ୍ଗୁଠି ଗଳେଇ ମଥା ଉପର ଆଡକୁ ସାଉଁଳେଇବାରେ ଲାଗିଲା ।
– ଏନି ପ୍ରବ୍ଲେମ୍ । ଏନି ଥିଙ୍ଗ୍ ଅଡ୍ ଉଇଥ୍ ୟୁ?
– ନା ଉତ୍ତର ଦେଲାନି ଶିବା । ସ୍ପର୍ଶ ସୁଖରେ ବିଲେଇଟି ପରି ଆଖି ବୁଜି ହେଇ ଆସିଲା ତା’ର ।
– ‘ଆଚ୍ଛା ବାଥ୍ରୁମ୍ରୁ ଆସ । ମିଲ୍ସ ରେଡି ।’ ଉଠି ଆସିଲା ପାପିୟା । ନା ଆଦେଶ ନୁହେଁ, ଆବେଗ ନୁହେଁ, କର୍ତ୍ତବ୍ୟ ନୁହେଁ ଏମିତି ଅନେକ କିଛି ନୁହେଁ ତଥାପି ସେମାନେ ଥା’ନ୍ତି ଏକାଠି ପ୍ରାୟ ତିନି ବର୍ଷ ଧରି ନିଜ ନିଜ ପରିଧିରେ ପୁଣି ଆବଶ୍ୟକ ପଡିଲେ ଗୋଟିଏ ଘରେ, ଗୋଟିଏ ଶେଯରେ, ଗୋଟିଏ ସର୍ତ୍ତାବଳୀର ସୀମାରେଖା ଭିତରେ ।
ଅଳ୍ପ ଟିକେ ଖାଇ ଉଠିଗଲା ଶିବା ।
– ମୋ ରୋଷେଇ ତମକୁ ଭଲ ଲାଗୁନି ନା? ଜୋର୍ରେ ଧମକେଇଲା ପରି କହିଲା ପାପିୟା ।
– ଆରେ ନା, ବହୁତ ବଢିଆ, ଖାଲି ପେଟ ଟିକେ ଖରାପ ବୋଲି ।
– ବାହାନା ଦେଖେଇଲେ କ’ଣ ବୁଝିପାରିବିନି ମୁଁ । ଯଦି ମୋ ପ୍ରିପାରେସନ୍ ପାଟିକୁ ରୁଚୁନି ତେବେ ନିଜେ ତ ଅଫ୍ ଡେ’ରେ ଅଛ କରିପାରିଥାନ୍ତ କିଛି । ମୁଁ ଆଜି ରୁମ୍କୁ ଫେରିଲି ବୋଲି ସିନା ।
ଦୁମ୍ଦୁମ୍ କରି ପାପିୟା ଉଠିଯାଇ ସିଙ୍କ୍ ଭିତରେ ଢାଳିଦେଲା ସବୁ ।
ତା’ ଆଖିରେ ଲୁହ ଜକେଇ ଆସିଲା । ଯେମିତି ତା’ର ଶ୍ରଦ୍ଧା, ଭଲପାଇବା, ଆବେଗ ସବୁକୁ ଢାଳିଦେଇଚି ସେ ଏମିତି ଆଉ ଟ୍ୟାପ୍ର ପାଣି ତାକୁ ଭସେଇ ନଉଚି ନର୍ଦ୍ଦମାକୁ ।
କାହା ଉପରେ ଏ ଅଭିମାନ? ପୁଣି କାହିଁକି? ସଚେତନ ହେଲା ପାପିୟା ।
ପାପିୟା ହୁଏତ ତା’ ଭ୍ୟାନିଟ୍ ଉଠେଇ ନେଇ ପାର୍ଲରକୁ ବାହାରି ଯାଇଥାନ୍ତା । କ’ଣ ଭାବି ସେ ଆସି ବସିଲା ବେଡର ସାଇଡ୍ରେ । ଶିବା ତା’ ମୋବାଇଲ୍ରେ ବ୍ୟସ୍ତ ଥିବାର ଅଭିନୟ ହିଁ କରୁଥିଲା ଯାହା ।
କିଛି ତ ହେବା ଦରକାର । ବାହାରୁ ଅଫ୍ ମୁଡ୍ରେ ଫେରି ଘରେ ପୁଣି ଏ ବିନ୍ଦାସ୍, ହସଖୁସିଆ ପିଲାଟାକୁ ଏମିତି ଦେଖିବା । ନା ।
ପାପିୟା ଶିବାର ଥୁଣ୍ଟା ଦାଢିରେ ମୁହଁ ଘଷିଲା । ତା’ ଆଖିପତ୍ତା ଉପରେ ଟିପରେ ଆଖିର ଆକୃତି ଆଙ୍କିଲା ।
– ଏ, କ’ଣ?
– ନାଇଁ ଏମିତି । ତମେ ଘରେ ରହିଥିବ ବୋଲି ଜାଣିନଥିଲି ।
– ତେବେ? ଅସୁବିଧା କି?
– ପାପିୟା ଶିବାର ଛାତି ଉପରେ ହାତ ଘୁରେଇଲା ।
– ନା’ ଯେ ମୋର ବି ଆଉ ପାର୍ଲର ଯିବାକୁ ଇଛା ହେଉନି । ହେଲେ ଶିବା ବୁଝିଗଲା ବଡପାଟିରେ ବିରକ୍ତି ପ୍ରକାଶ କରିଥିବାରୁ ପାପିୟା ଏବେ ତାକୁ ସରି କହିବାକୁ ·ହୁଁଛି । ହେଲେ ଭିନ୍ନ ଭାବରେ ।
ସତରେ କିନ୍ତୁ ପାପିୟା ତା’ ଜବ୍କୁ ନେଇ କିଛି ଡିସ୍କସନ୍ କରିବାକୁ ·ହୁଁଥିଲା । ଶିବା ବୁଝେନା କାହିଁକି ।
ଶିବା ନିଜ ଆଡକୁ ଭିଡି ଆଣିଲା ତାକୁ ଆଉ କହିଲା– ସଂଘର୍ଷ କରୁଥିବା ଦୁଇଟି ବସ୍ତୁ ଯେବେ ସାମ୍ନାସାମ୍ନି ହୁଅନ୍ତି ବା ପରସ୍ପର ସହ ଧକ୍କା ଖାଆନ୍ତି ତେବେ କ’ଣ ହୁଏ ଜାଣ? ଏଇ ନିକଟରେ କିଛି ବର୍ଷ ତଳେ ତ ବିଗ୍ବ୍ୟାଙ୍ଗ୍ର ପରୀକ୍ଷଣ ସରିଛି ।
– ନୂଆ କିଛିର ସୃଷ୍ଟି, ଅନେକ ସମ୍ଭାବନା, ଅନେକ, ଅନେକ, ଅନେକ କିଛି ବିସ୍ମୟ । ହୋ ହୋ ହେଇ ହସିଉଠିଲା ଶିବା ଆଉ ତା’ ସହ ପାପିୟା ବି ।
ହସି ହସି ଗଡି ଯାଉଯାଉ ଖଟତଳେ ଗୋଡ ବାଜି ଝଣ୍ କରି ଶବ୍ଦଟାଏ ହେଲା । ନଇଁ ପଡି ପାପିୟା ଦେଖିଲା ଖାଲି ମଦବୋତଲଟାଏ ଗୋଡବାଜି ଗଡିଗଲା କାନ୍ଥକଡକୁ ।
ଆଚ୍ଛା ସେ ବ୍ଲାକ୍ ଡଗ୍ ଛାଡି ଶିବା ଏବେ ଏ ମେକ୍ଡଏଲ୍ ନଂୱାନ୍ ପିଉଚି!
ଟିକେ ଚିନ୍ତିତ ଦିଶିଲା ସେ । ମର୍ଜି ବାହାରେ କାମ କରିବା ଲୋକ ନୁହେଁ ଶିବା । କିନ୍ତୁ ଏଠି ଏ ପାନୀୟ କ୍ଷେତ୍ରରେ ତା’ର ସମଝୋତା ସୁଚଉଚି ଯେ ସେ କିଛି ପରିବର୍ତ୍ତନ ·ହୁଁଚି । ଏଇ କିଛିଟା ଲକ୍ଷଣକୁ ଧରି ଶିବାକୁ ଯାହା ଅନୁମାନ କରେ ସେ । ନଚେତ୍ ଖୁବ୍ କଷ୍ଟ ତାକୁ କଳିବା ।
ପାପିୟା କପ୍ବୋର୍ଡ ପାଖକୁ ଗଲା । ଦେଖିଲା ଡବା ଖାଲି । ମାନେ ଏ ଉଇକ୍ର କିଚେନ୍ ଖର୍ଚ୍ଚ ବି ରଖିନି ଶିବା ।
କପ୍ବୋର୍ଡରେ ଗୋଟେ ଖାଲି ଚକୋଲେଟ୍ ଡବାରେ ପ୍ରତି ସପ୍ତାହରେ କିଚେନ୍ର ଖର୍ଚ୍ଚ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ରଖିଦିଅନ୍ତି ଦୁଇଜଣ । ଗଲା ସପ୍ତାହରେ ରଖିନଥିଲା ଶିବା । ଅର୍ଥାତ୍ ପନ୍ଦର ଦିନର କିଚେନ୍ ବିଲ୍ ତା’ର ବାକି ମନେ ମନେ ବିରକ୍ତ ହେଲା ପାପିୟା । ‘ଟଙ୍କା ନାହିଁ ଏଣେ ବୋତଲ ମସ୍ତି ·ଲିଚି । କ’ଣ ଭାବୁଚି ସେ ନିଜକୁ । ହୁଁ ।
ହଁ, ପରିବର୍ତ୍ତନ । ଶିବା ଅଲଗା ହେଇଯିବାକୁ ·ହୁଁଚି କି? ଯଦି ଏଠୁ ·ଲିଯାଏ ସେ ତେବେ ପାପିୟା ଏକା ହାଉସ୍ ରେଣ୍ଟ୍ ଦେଇପାରିବ ତ?
ନା, ସେ ସାମର୍ଥ୍ୟ ତା’ର ନାହିଁ । ୟା ପୂର୍ବରୁ ଏକାଠି ରହୁଥିଲେ ସେମାନେ ତିନି ·ରିଜଣ ଗୋଟେ ପ୍ରାଇଭେଟ୍ ହଷ୍ଟେଲ୍ରେ । ଚଳି ତ ଯାଉଥିଲା ହେଲେ ସବୁବେଳେ କିଛି ନା ଝମେଲା ଲାଗି ରହୁଥିଲା । କାମ ବଣ୍ଟା ଯାଇଥିବା ସତ୍ତ୍ୱେ କୋଉଦିନ କିଏ କାମ ନକରି ଠକିଲା, କିଏ କାହାର କସ୍ମେଷ୍ଟିକ୍ସ ନେଇ ସାରିଲା । କିଛି ନହେଲେ ଚୁଗୁଲି ଲାଗି ରହୁଥିଲା ସବୁବେଳେ । କେତେଥର ତ ପର୍ସରୁ ଟଙ୍କା, ମୋବାଇଲ୍ ଇତ୍ୟାଦି େ·ରି ବି ହେଉଥିଲା । କିନ୍ତୁ ବିକଳ୍ପ ଆଉ ନଥିଲା ।
ଶିବା ସହ ଗୋଟେ ଶୀତ ସଂଧ୍ୟାରେ କଫି ହାଉସ୍ରେ ହିଁ ଦେଖା ହେଇଥିଲା । ପରେଶ ସହ ସେତେବେଳକୁ ତା’ର ତୁ ତୁ ମେଁ ମେଁ ·ଲିଥାଏ । ହଁ ସେଇଠି ଆଉ ଦୁଇଜଣ ସାଙ୍ଗଙ୍କ ସହ ବସି କଫି ପିଉଥିଲା ଶିବା । କେଜାଣି କ’ଣ ଆକର୍ଷଣ ଥିଲା ତା’ଠି, ତା’ର ପର୍ସନାଲିଟି ତା’ର ଆଟିଚୁ୍ୟଡ ଭାରି ଭଲ ଲାଗିଥିଲା । ଦ୍ୱିତୀୟ ଥର ଫିଲ୍ମହଲ୍ରେ ।
ସେମାନେ ତିନିଜଣ ଯାକ ରୁମ୍ ମେଟ୍ ଶନିବାର ସଂଧ୍ୟାରେ ଫିଲ୍ମ ଯା’ନ୍ତି । ଗୋଟେ ଶନିବାର ଶିବା ତାକୁ ହଲ୍ ପାଖରେ ଆବିଷ୍କାର କଲା ପରେ ଜାଣିଗଲା ଏକଥା । ତା’ପରେ ପ୍ରତି ଶନିବାର । ତା’ ସିଟ୍ ପାଖାପାଖି ଟିକେଟ୍ କାଟୁଥିଲା ଶିବା । ଦୁଇହଳ ଅଳ୍ପ ଚିହ୍ନା ଆଖି ହଲ୍ର ଅନ୍ଧାରରେ ପରଦା ଉପରେ ଲଟକି ରହିଥିବା ସବୁ ଆଖିମାନଙ୍କ ଆଢୁଆଳରେ ପଢିନେଉଥିଲେ ମନର ଭାଷା । ତା’ପରେ ମୋବାଇଲ୍ରେ କଥାବାର୍ତ୍ତା । ଶିବା କହିଥିଲା ଫାର୍ମିଙ୍ଗ୍ରେ ନୂଆ ଆବିଷ୍କାର ଓ ଜ୍ଞାନକୌଶଳ ·ଷୀ ପାଖରେ କେମିତି ପହଞ୍ଚି ପାରିବ ସେସବୁ ନେଇ ଗୋଟେ ଏନ୍ଜିଓରେ ସେ କାମକରେ । ପାପିୟା କହିଥିଲା ଗୋଟେ ପ୍ରାଇଭେଟ୍ ସ୍କୁଲ୍ରେ ଗେଷ୍ଟ ଟିଚରର କାମ କରୁଚି ସେ । ଆଉ ଗୋଟେ ଜବ୍ ବି ଖୋଜୁଚି ତା’ ସହିତ ।
ଏମିତି ଏମିତି ଦିନେ ସେମାନେ ନିଜ ନିଜ ପୁରୁଣା ଠିକଣାକୁ ଛାଡି ଉଠି ଆସିଲେ ଏ ୱାନ୍ ରୁମ୍ ବାଲା ଫ୍ଲାଟ୍କୁ । ଘରଭଡା, କିଚେନ୍ ବିଲ୍, ଇଲେକ୍ଟ୍ରି ବିଲ୍ ସବୁ ଖର୍ଚ୍ଚକୁ ଦୁଇଭାଗ କରି ବାଣ୍ଟିଦେଲେ । କେହି କାହା ମାମଲାର ଜବରଦସ୍ତି ଅନୁପ୍ରବେଶ କରିବେନି ଏଥିଲା ସେମାନଙ୍କ ଭିତରେ ଚୁକ୍ତି । ଗୋଟାଏ ବେଡ୍କୁ ବି ବାଣ୍ଟିନେଇଥିଲେ ସେମାନେ ଅଧାଅଧା । ଅବଶ୍ୟ ଗୋଟେ ଅଦୃଶ୍ୟ ଚୁକ୍ତି ଥିଲା ସେଠି ଯେ ସମସ୍ୟା ଆସିବ ନାହିଁ । ଯଦି ବା ଦୁର୍ଘଟଣା ବଶତଃ ଆସେ ତେବେ ନିଜ ସମସ୍ୟା ସମାଧାନ କରିବା ଦାୟିତ୍ୱ ନିଜର । ଅନ୍ୟ ଜଣେ ସେଥିପାଇଁ ଦାୟୀ ନୁହେଁ । ସେଥିପାଇଁ ନିଜ ତରଫରୁ ନିଜେ ସତର୍କ ରହିବେ ।
ଏ ଭିତରେ ·ରି ବର୍ଷ ବିତିଗଲା । ନୂଆ ନୂଆ ବେଖାପ ଲାଗୁଥିଲା ପାପିୟାକୁ । ଡେରି ରାତି ଯାଏ ଟିଭି ଚଳେଇଥିବ ଶିବା । କିନ୍ତୁ ପାପିୟାକୁ ସକାଳୁ ଉଠି ସ୍କୁଲ୍ ପାଇଁ ରେଡି ହେବାକୁ ହେବ । ତେଣୁ ଶୀଘ୍ର ଶୋଇବା ତା’ର ଦରକାର । ଲିଭିଂ ରୁମ୍ରେ ଟିଭି, ଫ୍ୟାନ୍, ଲାଇଟ୍ ସବୁ ·ଲିଥିବ ଅଧରାତି ଯାଏ । କେବେ କେବେ ସାରାରାତି । ଏମିତିରେ ଇଲେକ୍ଟ୍ରି ବିଲ୍ବ ଅଧିକା ଉଠିବା ପାଇଁ ଶିବା ଦାୟୀ । କିନ୍ତୁ ଚୁକ୍ତି ଅନୁସାରେ ବିଲ୍ର ଅଧା ଦେବାପାଇଁ ପାପିୟା ବାଧ୍ୟ । ଅଯଥା ଖର୍ଚ୍ଚାନ୍ତ ନୁହେଁ କି?
କୋଉ ବଡଲୋକର ପୁଅ ତ । ମନେ ମନେ ଭାବେ ପାପିୟା ।
ଶିବା କହେ ତା’ ବାପା ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ ପୁଣି ଗୋଟେ ଖବରକାଗଜର ମାଲିକ । ତା’ ମା’ ମରିଯାଇଛନ୍ତି । ତା’ ଷ୍ଟେପ୍ ମଦର ସହ ବାପା ରୁହନ୍ତି । ଷ୍ଟେପ୍ ମଦରଙ୍କର ବି କ୍ୟାନସର୍ । ଗୋଟେ ଭଉଣୀ ତା’ର ବାହା ହେଇଯାଇଛି । ଭଉଣୀ ସହ ଦେଖାହୁଏ ତା’ର ବର୍ଷରେ ଥରେ । ଭଉଣୀ ସହ ଦେଖାହେଲେ ଶ୍ରଦ୍ଧା ବା ଆତ୍ମୀୟତା ବଦଳରେ ସେ ଦେଖେ ତା’ର ପ୍ରାଚୁର୍ଯ୍ୟ, ବିଶାଳ ଦରବାର ପରି ଘର, ସୁଇମିଂ ପୁଲ୍, କଣ୍ଢେଇ ପରି ଦି’ଟା ପିଲା ।
ହଁ, ତା’ ଭଉଣୀ ଆଦର ବଦଳରେ ତା’ ଭାଇକୁ ଦେଖେଇବାକୁ ·ହେଁ ତା’ ସୁଖର ସାମ୍ରାଜ୍ୟ ଓ ଗର୍ବିତ ହୁଏ । ସେଥିପାଇଁ ଶିବାର ସେଠାକୁ ଯିବାକୁ ବେଶି ଇଚ୍ଛା ହୁଏନା ।
ତା’ ବାପା ତ ·ହାଁନ୍ତି ତାଙ୍କ କୁବେର ସଂପତ୍ତିର ତତ୍ତ୍ୱାବଧାରକ ହେଉ ଶିବା । ସେ ଅର୍ଜିଥିବା ସଂପତ୍ତି ଉପରେ ପାଦରଖି ସେ ଦୃଢ ଭାବେ ଠିଆହେଉ ଓ ତାଙ୍କ ଅର୍ଜିତ ସାମ୍ରାଜ୍ୟକୁ ଆହୁରି ଆଗକୁ ବଢେଇ ଦେଉ ।
ଶିବା ନିଶାରେ ଥିବାବେଳେ କେବେକେବେ ପ·ରେ, ‘ମୁଁ କ’ଣ ଭୁଲ୍ କହୁଚି ପାପିୟା? ତୁମେ କୁହ । କାହା ତିଆରି ମାଟିରେ କାହିଁକି ଠିଆ ହେବି ମୁଁ । ମୋ ନିଜ ପାଇଁ ଭୂଇଁ ଦିପାଦ କ’ଣ ଯୋଗାଡ କରିପାରିବିନି ମୁଁ? ମୋ ବାପା କେତେ ସ୍ୱାର୍ଥପର ଦେଖତ । ତାଙ୍କ ଜୀବନ ତାଙ୍କ ସଂପତ୍ତିକୁ ମୁଁ ଜଗିରଖି ଆଗକୁ ବଢେଇ ବଞ୍ଚେଇରଖେ ବୋଲି ·ହାନ୍ତି ହେଲେ ମୋ ଜୀବନ ମୋ ବାଗରେ ମତେ ବଞ୍ଚିବାକୁ ଦିଅନ୍ତିନି । ଆଇ ହେଟ୍ ମାଇଁ ବାବା ପାପିୟା । ହି ବିହେଭ୍ ମି ଲାଇକ୍ ଏ ଟୟ ।’
ବାସ୍ ନିଶାରେ ଥିଲାବେଳେ ଶିବା କହେ ଓ ପାପିୟା ଶୁଣେ । ତା’ପରେ ଭୁଲିଯାଏ । ଅଲିଖିତ ରାଜିନାମା ସହ ·ଲିଥାଏ ଜୀବନ ।
ସେଦିନ ଫେରିବା ବେଳକୁ ପାପିୟା ହାତରେ ଜହ୍ନି, ଆଳୁ, ଟମାଟୋ ପରିବା, ଡାଲି ସୁଜି ଇତ୍ୟାଦିର ପଲିଥିନ୍ ଦେଖି ଟିକେ ଲଜ୍ଜିତ ହେଲା ଶିବା ।
‘ୟାର୍, ଏ’ମାସଟା ତୁ ଟିକେ ଚଳେଇନେ । ଆର ମାସରେ ଶୁଝିଦେବି ମୁଁ ।’ ଦୋଷି ଭାବ ନେଇ କହିଲା ଶିବା ।
– ଓକେ ଡିୟର୍, ମନା କଲିକି ମୁଁ । ତେବେ କିଚେନ୍ରେ ମତେ ଟିକେ ହେଲ୍ପ କରତ ଏବେ । ମୁଁ ଫ୍ରେଶ୍ ହେଇ ଆସୁଚି ।
ବାଥ୍ରୁମ୍ରେ ପାଣି ପଡୁଚି ତ ପଡୁଚି । ଅନେକ ବେଳ ପରେ ପାପିୟା ତା’ର ଓଦା ବାଳରେ ଟାୱେଲ୍ ଗୋଟେ ଗୁଡାଇ କିଚେନ୍କୁ ଆସି ଦେଖିଲା ଶିବା ପୁରାଦମ୍ରେ ରୋଷେଇରେ ଲାଗି ପଡିଚି ।
ଶିବାର ହାତ ଧରି ଝିଙ୍କି ନେଲା ସେ ବେଡ୍ରୁମ୍କୁ । ବେଡ ଉପରେ ବସେଇଦେଇ କହିଲା – ଆଖି ବନ୍ଦ କର ତ ।
ଶିବା ହସୁଥିଲା ମୁରୁକି ମୁରୁକି । ପାଗଳୀ ମୁଣ୍ଡକୁ ଆଜି କ’ଣ ଯୁଟିଚି କେଜାଣି । କେବେକେବେ ଏମିତି ଉଚ୍ଛୁଳୁ ମୁଛୁଳୁ ହେଇଯାଏ ସେ ଖୁସୀରେ ପୁଣି କେତେବେଳେ ବିନା କାରଣରେ କାନ୍ଦକାନ୍ଦ ଉଦାସ । କେଜାଣି ସବୁ ନାରୀମାନେ ଏମିତି ନା ଏ ପାପିୟା ଏମିତି ବ୍ୟତିକ୍ରମ ଜାଣିପାରେନା ଶିବା । ତେବେ ଭଲ ଲାଗେ । ମାମା ସହ ତ ସେ ସମୟ କାଟିନି । ଜାଣିବ କେମିତି ଯେ!
‘ଏଥର ଆଖି ଖୋଲିପାର ।’…ଶିବା ଦେଖିଲା ଦେଢ କେଜିର ଗୋଟେ କେକ୍ ତା’ ସାମ୍ନାରେ ।
ପାପିୟା ମୁହଁରେ ନବୋଦିତ ସୂର୍ଯ୍ୟର ଔଜ୍ଜ୍ୱଲ୍ୟ । ଆଜି ଆମ ସାକ୍ଷାତ୍ର ପ୍ରଥମ ଦିନ ।
ଆଉ ହାତବଢେଇ ତକିଆ ତଳୁ ଗୋଟେ ପ୍ୟାକେଟ୍ ଭିଡି ଆଣିଲା ପାପିୟା ।
ଏ ଜ୍ୟାକେଟ୍ଟା କାହିଁକି ଭାରି ଭଲଲାଗିଲା ମତେ । ନଆଣି ରହିପାରିଲିନି । ହେଲେ ତମକୁ ଭଲ ଲାଗିବ କି ନାହିଁ କେଜାଣି ।
ଶିବା ଆଖି ମେଲା କରି ·ହିଁ ରହିଥିଲା । ନା ତା’ ମୁହଁରେ କଥା ନଥିଲା । ପାପିୟା ତା’ ଆବଶ୍ୟକତାକୁ ବୁଝେ କେମିତି?
ପାପିୟା ଶିବାର ଚକିତ ମୁହଁକୁ ନିଜ ଛାତି ଉପରକୁ ଆଉଜେଇ ନେଲା । ତା’ କପାଳରେ ଚୁମା ଖାଇଲା । ତା’ର ପୂରା ମଥାଟାକୁ ନିଜର ଦୁଇ ପାପୁଲି ଭିତରେ ଢାଙ୍କି ରଖିଲା । ଯେମିତି ସେ ନକହି ବି କହୁଥିଲା ତୁ ମୋର ତୁ ପୂରାଟା ମୋର ।
– ହଁ ଯେ ଦେଖୁଚ ତ ମୁଁ କିଚେନ୍ ପେ ଠିକ୍ରେ କରିପାରୁନି । ଆଉ ତମେ । ନିଶ୍ଚେ ଦାମିକା ହେଇଥିବ ଏଇଟା । ପାପିୟାର ଛାତିରେ ସେମିତି ମୁଣ୍ଡ ଗୁଞ୍ଜି କହିଲା ଶିବା ।
– ହଁ ପୂରା ପଞ୍ଚସ୍ତରି ଟଙ୍କା ପଡିଲା ଜ୍ୟାକେଟ୍ଟା । ତେବେ ଦାମ୍ ମାଗୁଚି କି ମୁଁ ତମକୁ । ୟାର୍ ଗୋଟେ ଗିଫ୍ଟ ବି ତମକୁ କ’ଣ ଦେବାର ଯୋଗ୍ୟତା ନାହିଁ ମୋର ।
– ଓଃ ମଜାକ୍ ଛାଡ । ମୁଁ ଜାଣେ ଦୁଇହଜାରରୁ କମ୍ ଦାମ୍ ହେଇନଥିବ । ଏସବୁ କିନ୍ତୁ ଠିକ୍ ନୁହେଁ ପାପୁ ।
ଅତି ବିଗଳିତ ହେଇଗଲେ ପାପିୟାକୁ ପାପୁ ବୋଲି ଡାକେ ଶିବା ।
– ଆଉ କ’ଣ ତେବେ ଠିକ୍ ଯେ? ପ୍ରଶ୍ନସୂଚକ ଆଖି ନଚେଇଲା ପାପିୟା ।
ପାପିୟାର ହାତଟାକୁ ନିଜ ପାପୁଲି ଭିତରକୁ ନେଲା ଶିବା ।
– ତୁମ ସହ ମୋ ଦିନ ସବୁ ଏମିତି ବିତିଯାଉ । ସେତିକି ଲୋଡା ମୋର । ସେତିକି ହିଁ ଦରକାର । କାହିଁକି କେଜାଣି ଭୟ ଲାଗେ ଯେ ମା’ ଯେମିତି ଛାଡି ·ଲିଗଲା ସେମିତି…
ଆଃ ରାତିଟାକୁ ଏମିତି ଭିଜାଭିଜା କରିଦିଅନି । ନିଅ ଛୁରୀ ଧର ।
ଦୁଇଜଣ ମିଶି କେକ୍ କାଟିଲେ ଓ ପରସ୍ପରକୁ ଖୁଆଇଦେଲେ । ଡିନର୍ ଟେବୁଲ୍ରେ ସେଦିନ ଦୁଇଟା ପ୍ଲେଟ୍ ଜାଗାରେ ଗୋଟେ ପ୍ଲେଟ୍ରେ ବଢାଗଲା ଖାଦ୍ୟ ।
ପାପିୟା ଭାବୁଥିଲା ସତରେ କ’ଣ ଶିବା ·ହେଁ ତାକୁ ସେତେ ବେଶୀ ଯେମିତି କହୁଥିଲା ଆଜି ସଂଧ୍ୟାରେ । କେବେ କେମିତି ତା’ ଭିତରେ ଅଙ୍କୁରିଲା ଏମିତି ଆବେଗର ମଞ୍ଜି । ଯେତେବେଳେ ଯିଏ ·ହିଁବ ବଦଳେଇ ନେଇପାରିବ ଘର, ବଦଳେଇ ନେଇପାରିବ ଶେଯ, ବଦଳେଇ ନେଇପାରିବ ସାଥୀ । କେହି କାହା ମାମଲାରେ ମୁଣ୍ଡ ଖେଳେଇବନି, କେହି କାହାକୁ ବାଧା ଦେବନି । କଥା ତ ଏମିତି ହିଁ ଘଟିବାର କଥା । ତେବେ ଭୁଲ୍ ରହିଲା କି କୋଉଠି?
ନା ଭୁଲ୍ ଭାବୁଚି ସେ । ଏମିତି ସାମୟିକ ଆବେଗର କିଛି ଅର୍ଥ ହୁଏନା ସେମାନଙ୍କ ଜୀବନରେ ।
ତା’ର ପ୍ରିୟ ଜୋଜୋ…ର ମୁ୍ୟଜିକ୍ ସହ ତାଳ ଦେଇ ଝୁମୁଝୁମୁ କହିଲା ଶିବା– ହାଁ ଲେଟ୍ଅସ୍ ଏନ୍ଜୟ ଦ ଡେ’ । ସରି ୟାର୍ ମୁଁ ଆସୁଛି ।
ପ୍ରାୟ ଅଧଘଣ୍ଟା ପରେ ସେ ଫେରିଲା । ସାର୍ଟଟାକୁ ଟେକି ଦେଇ ପେଟ ପାଖରେ ପ୍ୟାଣ୍ଟରେ ଗେଞ୍ଜିଥିବା ତା’ର ପ୍ରିୟ ବ୍ଲାକ୍ଡଗ୍ ବଟଲଟାକୁ ବାହାର କଲା । ଦୁଇଟା ଗ୍ଲାସ୍ରେ ଢାଳି ପାପିୟାକୁ ଅନୁରୋଧ କଲା ।
ନା ନା ମୁଣ୍ଡ ହଲେଇଲା ପାପିୟା । ଆଗରୁ ସାଙ୍ଗ ମେଳରେ ସେ ନନେଇଚି ବୋଲି ନୁହେଁ । ତେବେ ଆଜି ନୁହେଁ । ଆଜି ଦିନଟିକୁ ସେ ଅଲଗା ପ୍ରକାରେ ବିତେଇବାକୁ ·ହେଁ । କିନ୍ତୁ ମୁହୂର୍ତ୍ତକରେ ଶିବାର ସବୁ ଖୁସି ପାଣିଚିଆ ହେଇଯିବ ଯେ । ପେଗ୍, ଦୁଇପେଗ୍ ତିନିପେଗ୍ ଯାଏ ସେମାନେ ଏନ୍ଜୟ କରୁଥିଲେ ଖୁବ୍ । ତା’ପରେ ପରେ ପାପିୟାର ଆଖିପତ୍ତାକୁ ଘୋଟି ଆସିଲା ନିଦ । ଝିମ୍ଝିମ୍ କରି ଉଠୁଥିଲା ପାଦରୁ ମୁଣ୍ଡ । ଆଃ… ।
ସେ ଉଠି ଆସି ବସିଲା ଶିବାର କୋଳରେ ।
ଜାଣ ସେ ପ୍ରିନ୍ସପାଲ ବୁଢା ମତେ ଆଜି କେମିତି ସବୁ ଇଙ୍ଗିତ ଦେଲା । ମୁଁ ନଜାଣିବା ପରି ରହିଲି ତ ମୋ ହାତ ଧରି ପକେଇ ସିଧାସଳଖ କହିଲା– ସେ ଟୋକାଠୁ ଆମେ ବି କିଛି କମ୍ ନୁହେଁ । ଥରେ ହେଲେ ପରୀକ୍ଷା କରିନିଅ ।
ବନ୍ଦ ହେଇ ଆସୁଥିବା ତା’ ଆଖି ପତ୍ତାକୁ ଜବରଦସ୍ତ ଉଠେଇ ପୁଣି କହି·ଲିଲା– ଶୁଣୁଚ ନା ନନ୍ଟ୍ରେଣ୍ଡ୍ ମାନଙ୍କୁ ବାହାର କରିବାର ଅର୍ଡର ଗଭ୍ମେଣ୍ଟ ପଠେଇସାରିଚି ସ୍କୁଲ୍ମାନଙ୍କୁ । ବୁଢା କାଲି ମତେ ମୋ ଲେଟର ହ୍ୟାଣ୍ଡ୍ ଓଭର୍ କରିଦବ କହୁଚି । ହେଲେ ମୁଁ ଜାଣେ ଗିତିକା ମାମ୍ ସେଇଠି ସେଇ ସ୍କୁଲ୍ରେ ରହିବ । କୁହ କୁହତ ଏ ଅନ୍ୟାୟ ନୁହଁ କି?
ଠିକ୍ ଅଛି । ଅଲଗା କାମ ଦେଖିନିଅ । ପାର୍ଲର୍ ତ ଅଛି ।
ଶିବା ପାଟିର କଥା ବି ଶୁଭୁଥିଲା ଖଣ୍ଡିଆ ଖଣ୍ଡିଆ ।
ହେଃ! ସେ ବୁଢୀ ଖୁବ୍ ଖଟଉଚି ମତେ । କଷ୍ଟମର୍ ନଥିଲେ ବି ପାର୍ଲର ଜଗୁଆଳି କରି ପାଇଛି । ଆଉ ପଇସା ଦେଲା ବେଳକୁ ଝିକ୍ଝିକ୍ । ତେବେ ·ହିଁଲେ ବି ଛାଡି ପାରିବନି ସେ ମତେ । ତା’ କଷ୍ଟମର୍ ମାନେ ମୋ ହାତରେ ବନ୍ଧା ।
ହସିଲା ପାପିୟା ଗୋଟେ ମନଖୋଲା ହସ । ହସୁ ହସୁ ଟଳି ପଡିଲା ଶେଯ ଉପରେ ।
– ତମକୁ କହିନଥିଲି ମୁଁ । କେମିତି କୁହନ୍ତି କହୁନ । ମୁଁ ତ ନିଜେ ଜାଣିନି ମୁଁ ଯିବି କି ନା ।
– କୁଆଡେ । କୁଆଡେ ଯିବ କି? ପାପିୟା ମୁହଁଟେକି ·ହିଲା ଶିବାକୁ । ଅଥଚ ପୋତି ହେଇ ପଡିଲା ତା’ ମୁହଁ ।
ସେଇ ଯେ ରୁଷିଆର ଗୋଟେ ଅର୍ଗାନାଇଜେସନ୍ ସର୍ଭେ ପାଇଁ ଆସିଥିଲା ଇଣ୍ଡିଆର ରୁରାଲ୍ ଏରିଆ । ମନେ ଅଛି ନା । ସେ ସଂସ୍ଥା ହେୟାରିଂ କରୁଚି ଇଣ୍ଡିଆକୁ । ‘କାଉନ୍ସିଲ୍ ଫର୍ ଆଡଭାନ୍ସମେଣ୍ଟ ଅଫ୍ ପିପୁଲ୍ ଆକ୍ସନ୍ ଆଣ୍ଡ୍ ରୁରାଲ୍ ଟେକ୍ନୋଲୋଜି’ ସେ ‘ଏନ୍ଜିଓ’ର ନାଁ । ଥରେ ଆଡ୍ ବାହାରିଥିଲା ତା’ର । ଆଉ ମୁଁ ଆପ୍ଲାଇ କରି ଦେଇଥିଲି । ଯେହେତୁ ଇଣ୍ଡିଆରେ କାମ କରିବ ସେ ଇଣ୍ଡିଆର ଲୋକ ·ହୁଁଚି । ଆଉ ମତେ ସେଠି ·ନ୍ସ ମିଳିଚି ।
ହେ, ହେ ମୁଁ ସେ ଭାଗ୍ୟବାନ କି ହତଭାଗ୍ୟ କେଜାଣି । ମୋ ପାଖରେ ପାର୍ସପୋର୍ଟ ଆଉ ଭିସା ପାଇଁ ବି ଟଙ୍କା ନାହିଁ ।
ଏଥର ଉଠିବାକୁ ଚେଷ୍ଟା କଲା ପାପିୟା । ଉଠୁ ଉଠୁ ପୁଣି ଗଦେଇ ହେଇ ପଡିଲା ତକିଆ ଉପରେ ।
ଆଃ! ଟଙ୍କା ନାହିଁ କହୁଚ । କେତେ ଟଙ୍କା ଅଛି ମିତାଲି ଦତ୍ତ ପାଖରେ ଜାଣିଛ । ଲକ୍ଷ ଲକ୍ଷ ଟଙ୍କା ସୁଧ କାରବାର ବି କରେ ସେ । ଏଇଟା ତା’ର ଆଉ ଗୋଟେ ବିଜିନେସ୍ । ଯାଃ, କହିଲା କ’ଣ ନା ଟଙ୍କା ନାହିଁ । ଟଙ୍କା ଅଛି ଖୁବ୍ ଟଙ୍କା ଅଛି ହେଲେ ସେ ଡାକ୍ତରଟା ନାହିଁ କରିଦେଲା ମତେ ।
ମୁଁ ତ ଭାବିଥିଲି ଗଲାଥର ପରି ଏଥର ବି ନର୍ସିଂହୋମ୍ ଯାଇ ଝିନ୍ଝଟ୍ରୁ ମୁଁ ମୁକ୍ତ ହେଇଯିବି ।
– ହେଲେ ସେ ଡକ୍ଟର କହିଲା ଏମ୍ଟିପି ନିୟମ ଅନୁସାରେ କୁଆଡେ ତିନିମାସ ପରେ ହେଇଗଲାଣି । ଆଉ ଆଜିକାଲି ନିୟମ ଭାରି କଡାକଡି ହେଇଚି ଏ ବାବଦରେ । ଦୁଇ ତିନିଟା ହସ୍ପିଟାଲ୍ ନର୍ସିଂହୋମ୍ରୁ ଫେରିଲି । ନା, ତା’ପରେ ଭାବିନେଲି ଥାଉ ଥାଉ ।
– ଏଁ ଜାଣି ପାରିଲନି କେମିତି? ପୂରା ତିନି ମାସ । କ’ଣ କରୁଥିଲ ତମେ! ମତେ ତ କହି ପାରିଥାନ୍ତ । ମୁଁ ଚେଷ୍ଟା କରିଥାନ୍ତି । ପାପିୟାକୁ ଝାଙ୍କି ଦେଇ କହିଲା ଶିବା ।
– ଓଃ! ସେଇଟା ମୋର କାମ । ମୋର ଦାୟିତ୍ୱ ମୋର ସମସ୍ୟା । ତମକୁ କହିବି? କ’ଣ ପାଇଁ? ସେମିତି ହେଲେ ତ ଚୁକ୍ତିର ଖିଲାପକାରୀ ହେବି ମୁଁ । କ’ଣ ଭାବିଚ ତମେ ମତେ? ମୁଁ ଅପାରଗ ।
କେତେବେଳେ ଧିରରୁ ଆଉରି ଧିର ହେଇଆସିଲା ଦୁଇଜଣଙ୍କ କଣ୍ଠସ୍ୱର ।
ଚିରାଚରିତ ଢଙ୍ଗରେ ଆସିଲା ସକାଳ ।
ପାପିୟା ଉଠିବାବେଳକୁ ଶିବା ବାହାରି ଯାଇଥିଲା ତା’ ଅଫିସ୍କୁ । ତଥାପି ନିଦୁଆ ଲାଗୁଥାଏ ତାକୁ । ଆଖିପତ୍ତା ଓଜନିଆ ଓ ଦେହ ଗରୁ ଗରୁ । ହ୍ୟାଙ୍ଗ୍ ଓଭର୍ କଟିନଥାଏ ଆଉରି ।
ଯାଃ ସ୍କୁଲ୍ ଯିବାର ନାହିଁ । ଝର୍କାର ପରଦାଟା ଟାଣି ଦେଇ ଆଉରି ଘଡିଏ ଶୋଇଗଲା ପାପିୟା । ପ୍ରାୟ ଗୋଟାଏ ପାଖାପାଖି ଉଠିଲା । ଫ୍ରେସ୍ ହେଲା । ନୁଡୁଲ୍ସ୍ ବନେଇ ଖାଇଲା । ଭ୍ୟାନିଟ୍ଟାକୁ କାନ୍ଧରେ ଗଳେଇ ପାର୍ଲର୍ ବାହାରିଗଲା ।
ରାତିରେ ବେଡ୍କୁ ଯିବା ପୂର୍ବରୁ ଶିବା ହାତରେ ଗୋଟେ ଲଫାପା ଥାପିଦେଲା ପାପିୟା । ତମର ପାର୍ସପୋର୍ଟ ଇତ୍ୟାଦି କାମ ସାରିଦିଅ । ଦରକାର ହେଲେ ଆଉ ଯୋଗାଡ କରିବା । କହିବ ମତେ ।
ଶିବା ପାପିୟାକୁ ·ହିଁଥାଏ ଯେମିତି ପ୍ରଥମଥର ପାଇଁ ସେ ଦେଖୁଚି ତାକୁ । ଆଜି ସକାଳେ ସେ ଅଫିସ୍ ବାହାରିଗଲା ବେଳେ ତ ଶୋଇଥିଲା ସେ । କୋଉଠୁ ଆଣିଲା ଟଙ୍କା?
ଶିବାକୁ ନିର୍ବାକ୍ କରିଦେବା ପାଇଁ ପାପିୟାର ଏ କାର୍ଯ୍ୟକଳାପ ଯଥେଷ୍ଟ ଥିଲା ।
କାଲି ରାତିରେ ପାପିୟା କହିଥିବା କଥା ବାରମ୍ବାର ସାରାଦିନ ମନେ ପଡୁଥିଲା ତା’ର । ଥ୍ରି ମନ୍ଥସ୍ ଅଲ୍ରେଡି ଓଭର୍ । ରାଗ ବି ଆସୁଥିଲା ତା’ର ପାପିୟା ଉପରେ । କିନ୍ତୁ…
ଶିବାର କୁନ୍ଥୁକୁନ୍ଥୁ ଭାବକୁ ବୁଝିପାରିଲା ବୋଧେ ପାପିୟା । ସେ କିଛି କହିବା ପୂର୍ବରୁ ଶିବା କହିଲା–
– ଆଉ କ’ଣ କିଛି ଉପାୟ ନାହିଁ?
– କହିଲି ପରା ନାହିଁ ।
ତେବେ ମୁଁ ତମକୁ ଛାଡି ଯାଇପାରିବିନି । ଆଜି ସାରାଦିନ ଭାବିଭାବି ନିଷ୍ପତ୍ତି ନେଇ ସାରିଚି ମୁଁ ।
ଟିକେ ଓଠ ବଙ୍କେଇଗଲା ପାପିୟାର । କଣ୍ଠସ୍ୱର ଦୃଢ ହେଇ ଆସିଲା ।
ନିଶ୍ଚୟ ଯିବ ତମେ । ଏମିତି ସୁଯୋଗ କିଏ ଛାଡେ? ବୋକା କୋଉଠି କାର । ମୋର ଦାୟିତ୍ୱ ମୁଁ ନେଇପାରିବି ନିଜେ । ସେଠି ଦୁଇବର୍ଷ ପରେ ପୁଣି ଇଣ୍ଡିଆରେ ତ ରହିବ ସାରାଜୀବନ । ସେତେବେଳେ ଏକାଠି ରହିବା ଆମେ । ଶିବାର ପିଠିରେ ହାତ ବୁଲେଇ ଆଣିଲା ପାପିୟା । ଏଇ ଯେମିତି ବିତି ଯାଉଚି ଦୁଇବର୍ଷ ।
– କିଏ କହିବ? କାଲି କ’ଣ ଅଛି ।
ଶିବା ମନର ଦ୍ୱନ୍ଦ୍ୱ ସ୍ପଷ୍ଟ ହେଇ ଦିଶୁଥିଲା ତା’ ମୁହଁରେ ଦେହରେ ।
– ଯଦି ମୁଁ ତମ ପାଖକୁ ଫେରି ନପାରେ?
– ତେବେ ମୁଁ ଆଉ କାହା ସହ ସେୟାରିଂ କରିନେବି ।
କେଜାଣି ପାପିୟାର କଥାକୁ ସତ ଭାବିଲା କି ଶିବା । ଆତଙ୍କିତ ଦିଶିଲା ତା’ ଆଖି ।
ଆରେ ବାବା ପିଓର୍ଲି ଜୋକ୍ । ତେବେ ମୁଁ ଜାଣେ ତମେ ଫେରିବ । ତମେ ଜାଣ ମୁଁ ଆଉ କାହା ସହ ସେୟାରିଂ କରିବିନି । ଯଦିଓ ଏସବୁ ଚୁକ୍ତିର ବାହାରେ । ଯଦି ସେମିତି କିଛି ଘଟେ ତେବେ ମୋ ମାମଲାରେ ତମର ଦରକାର ନାହିଁ । ହେଲା ତ, ମୋ ଦାୟ ମୋର ।
ଶିବା ପାପିୟାକୁ ତା’ କୋଳ ଭିତରକୁ ଜାକି ନେଲା । ଅଦୃଶ୍ୟରେ ସେମାନଙ୍କ ଭିତରେ ଲେଖା ସରିଥିଲା ଆଉ ଏକ ଚୁକ୍ତି ।
ଶିବାକୁ କୋଳେଇ ଧରିଥିବା ପାପିୟାର ହାତ ବେଡ୍ ସାଇଡ୍ ଟେବୁଲ ଉପରୁ ଉଠେଇ ଆଣିଲା ନିଦ ଔଷଧର ଷ୍ଟ୍ରିପ୍ ଓ ଅନ୍ଧାରରେ ଝରକା ବାହାରକୁ ଗଳେଇ ଦେଲା ଓ ଗୁଣୁଗୁଣେଇ ଉଠିଲା ତା’ର ଓଠ
ଯୋ କଭିଥା ବୁଂଦ୍ ବୁଂଦ୍ ପାନୀ
ବୋ ଅଭି ଦେଖ୍ ପୁରା ସମନ୍ଦର ହୈ ।
ରାତି ଥିଲା ନିରୁପଦ୍ରବ ଓ ନିବିଡ । ଅନ୍ଧାର ଥିଲା ଶାନ୍ତ ଓ ଶୀତଳ ।