ଶତାବ୍ଦୀ ଶତାବ୍ଦୀ ଧରି ଭାରତ ତୁମ୍ବି ବଜାଇ ସାପଖେଳ ଦେଖାଉଥିବା ଦଳ ବା ସାପୁଆକେଳା ଦେଶ ରୂପେ ଚିହ୍ନିତ ଓ ପରିଚିତ ହୋଇଆସୁଅଛି । ଏହି ଖେଳର ଅନ୍ୟତମ କେନ୍ଦ୍ରସ୍ତଳୀ ତଥ୍ୟ ନିଦେ୍ର୍ଦଶକାରୀ ଦେଶ ରୂପେ ସାଙ୍ଗେ ସାଙ୍ଗେ ଭାରତର ଜଣାଶୁଣା ଏହିମାନଙ୍କ କଥା ମନକୁ ଆସେ । ଜନଗହଳି ଓ କୋଳାହଳପୂର୍ଣ୍ଣ ଭାରତୀୟ ସହର କଥା ଭାବିଲା ବେଳେ ସାପୁଆ କେଳାଙ୍କ ଅବ୍ୟବସ୍ଥିତ, ଅସଂଗଠିତ ଏହି ଗାଁଗଣ୍ଡାର ରାସ୍ତା ସବୁ ଦୃଷ୍ଟିରେ ପଡ଼େ । ବିଦେଶୀମାନେ ମଧ୍ୟ ଭାରତ ଯେ ବିଶ୍ୱର ୪ର୍ଥ ବୃହତ ମିତବ୍ୟୟୀ ଦେଶ ଏହା ଅନୁଭବ କରିପାରନ୍ତି ନାହିଁ । ଆହୁରି ମଧ୍ୟ ଶତାବ୍ଦୀ ଶତାବ୍ଦୀ ପୂର୍ବେ ଇଉରୋପୀୟମାନଙ୍କ ବହୁ ଆଗମନ ପୂର୍ବରୁ ଭାରତୀୟମାନଙ୍କ ଜୀବନଧାରଣର ପ୍ରଣାଳୀ ସେମାନଙ୍କ ପରି ଅନ୍ୟ ବହୁ ଜାତିଙ୍କ ଅପେକ୍ଷା ଉକ୍ରୃଷ୍ଟତର ଥିଲା । ଅବଶ୍ୟ ସେ ସମୟରେ ଦେଶର ଲୋକେ ବହୁ ପୁରାତନ ପରମ୍ପରା ଓ କୁସଂସ୍କାରରେ ବୁଡ଼ି ରହିଥିଲେ । ଭାରତୀୟ ଅର୍ଥନୀତି ନିମ୍ନଗାମୀ ଥିଲାବେଳେ ବ୍ରିଟିଶମାନେ ଭାରତ ଉପମହାଦେଶର ପ୍ରଭୁ ହେଲେ ଓ ସେମାନଙ୍କ ଭାରତୀୟ ଭୂମି ଓ ଅଧିବାସୀମାନଙ୍କୁ ଦଖଲ ଓ ଶୋଷଣ କରିବା ପ୍ରକ୍ରିୟା ବିନା ବାଧାବିଘ୍ନରେ ଚାଲୁ ରଖିଥିଲେ ।
ସାଧାରଣ ଭାବେ ୨୬୦୦ ଲୋକ ବାସ କରୁଥିବା ‘ସେଟ୍ ପାଲ ଗାଁ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଏକ ଅଖ୍ୟାତ, ଉଦାସିଆ ଗାଁ କିନ୍ତୁ ଗୋଟିଏ ଦିଗରେ ଏ ପାଦେ ଆଗେଇଥିବା ଓ ଅନ୍ୟ ଭାରତୀୟ ଗାଁ ଅପେକ୍ଷା ଏକ ସ୍ୱତନ୍ତ୍ର ଥିଲା । ଗାଁ ଧୀରସ୍ଥିର, ଶାନ୍ତ କିନ୍ତୁ ପୁନେ ଠାରୁ ୨୦୦ କି.ମି ଦୂରରେ ଥିବା ଏହି ଗାଁରେ ନୂଆ ଆଗନ୍ତୁକମାନେ ପ୍ରଥମତଃ ସ୍ୱଚ୍ଛଳରେ ବୁଲାବୁଲି କରିବାକୁ ଭୟ ଓ ଶଙ୍କା ବୋଧ କରୁଥିଲେ ।
ଏହି ଗାଁରେ ଶୁଷ୍କ ଓ ସମତଳ ଅଞ୍ଚଳରେ ବହୁ ସଂଖ୍ୟକ ସରୀସୃପ ଜାତୀୟ ବିଭିନ୍ନ ପ୍ରକାର ସାପ ଆତଯାତ ହେଉଥିଲେ । ଏହି ଆଗନ୍ତୁକ ଆକସ୍ମିକ ଅତିଥି (ସର୍ପ) ଏତେ ଆସୁଥିଲେ ଯେ ଗାଁ ଲୋକେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ । ଏହି ଆଗନ୍ତୁକ ‘ସର୍ପ’ ଅତିଥିମାନେ ଏହି ନିଭୃତ ଗାଁର ଅଧିବାସୀମାନଙ୍କ ଘରେ ବିଶ୍ରାମ ନେଇ ଆଶ୍ୱସ୍ତି ଅନୁଭବ କରୁଥବଲେ । ଏହି ଅତିଥିମାନେ ମଣିଷ ନୁହନ୍ତି ‘ସାପ’ । ଏମାନେ ସରୀସୃପ ଜାତୀୟ ଭାରତର ଜଣାଶୁଣା ‘ନାଗ’ ଦଳ । ଏହା ଆପଣଙ୍କୁ ଅଲୌକିକ ବା ଅବାଗିଆ ଲାଗିପାରେ, ମାତ୍ର ଏହା ପୂରା ଠିକ୍ ଓ ସତ । ଆଶ୍ୱର୍ଯ୍ୟର କଥା ଏହି ଗାଁରେ କାହାକୁ ବିଷଧର ନାଗସାପମାନେ ଦଂଶନ କରିବା ଶୁଣାଯାଏ ନାହିଁ । ଏହି ସରିସୃପମାନେ ଗାଁର ଘରେ ଘରେ ‘ଘର’ କୁଟୁମ୍ବ ପରି ମନଇଚ୍ଛା ସ୍ୱଚ୍ଛଳରେ ଏଣେତେଣେ ବୁଲନ୍ତି । ଗାଁଲୋକେ କେହି ଏମାନଙ୍କୁ ହତ୍ୟା କରନ୍ତି ନାହିଁ କିମ୍ବା ଭୟରେ ରହନ୍ତି ନାହିଁ । ଲୋକଙ୍କ ଅମୂଲ୍ୟ ଜୀବନ ପ୍ରତି ଆଦୌ ବିପଦ ନଥାଏ ।
ଆମ ହିନ୍ଦୁ ଦେବାଧିଦେବ ‘ଶିବ’ ଯେ କି ‘ବିଶ୍ୱ ଜାଗତିକ ବା ସ୍ୱର୍ଗୀୟ ନର୍ତ୍ତକ’ ରୂପେ ପରିଚିତ, ଏହି ନାଗସାପଙ୍କ ସହ ତାଙ୍କ ନାମ ସମ୍ବନ୍ଧିତ ରୂପେ ସମସ୍ତେ ଜାଣନ୍ତି । ଏଣୁ ଏହି ଗାଁ ଲୋକେ ନିଷ୍ଠା ଓ ଦୃଢ଼ତାର ସହିତ ଏହି ସାପମାନଙ୍କୁ ପୂଜା କରନ୍ତି, ଶିବଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ସମ୍ବନ୍ଧିତ ହେତୁ ଏମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରନ୍ତି । ବଂଶ ପରମ୍ପରାକ୍ରମେ ଶ୍ରଦ୍ଧାଳୁମାନେ ଛୋଟ, ବଡ଼ ପ୍ରତି ମନ୍ଦିରରେ ପଥର ତିଆରି ଛୋଟ ନାଗମୂର୍ତ୍ତି ସବୁ ଦୈନିକ ନିଷ୍ଠାରେ ପୂଜା କରିଆସୁଛନ୍ତି ।
ଏହି ଗାଁରେ ଏମିତି କୌଣସି ଘର ନାହିଁ, ଯେଉଁଠାରେ ଦେବତାଙ୍କ ଆସ୍ଥାନ ପାଖେ ନାଗଙ୍କ ସ୍ଥାନ ନାହିଁ । ପ୍ରତ୍ୟେକ ଘରେ ଏମାନଙ୍କ ରହଣି ଓ ବିଶ୍ରାମ ପାଇଁ ଘରର ଛାତ ତଳେ ସୁରକ୍ଷିତ କାଠ ତିଆରି ଘରେ ନାଗମାନଙ୍କ ପାଇଁ ଆରାମପ୍ରଦ ସ୍ଥାନ ସ୍ୱତନ୍ତ୍ର ଥାଏ । ଏହି ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକ ସେମାନଙ୍କ ଚଳପ୍ରଚଳ ଓ ବସବାସ ନିମନ୍ତେ ଉପଯୋଗୀ ଓ ଆରାମପ୍ରଦ । ଯଦି କୌଣସି ଲୋକ ନୂଆ ଘର ତିଆରି କରେ, ସେ ପ୍ରଥମେ ଆରାମଦାୟକ, ଖୋଲା, ବିପଦମୁକ୍ତ ସ୍ଥାନ ଏହି ଅତିଥିମାନଙ୍କ ପାଇଁ ପ୍ରଥମେ ରଖିଥାଏ । ଏହି ଗାଁରେ ଲୋକେ ଘରେ ବା ବାହାରେ ନିର୍ବିଘ୍ନ ଓ ସ୍ୱଚ୍ଛନ୍ଦରେ ନିଜ ପୋଷା କୁକୁର ପରି ସାପମାନଙ୍କ ସହ ବୁଲାବୁଲି କରନ୍ତି ।
ସାପମାନେ ମଧ୍ୟ ବିଦ୍ୟାଳୟମାନଙ୍କରେ ଅବାଧ ପ୍ରବେଶ କରି ଶ୍ରେଣୀଗୃହରେ ଛାତ୍ରମାନଙ୍କ ସହ ମିଶନ୍ତି । ଏମାନଙ୍କ ପ୍ରତି କାହାର ଭୟ ନଥାଏ । ଛାନିଆ ହେବା ଭଳି ଆମ ଗାଁ ପରି ଏ ଗାଁ ନୁହେଁ । ଭାବନ୍ତୁ ତ ଏମାନେ କେଡେ ଉତ୍ସାହୀ ଓ ସାହସୀ । ଏ ଗାଁରେ ଯଦି ତୁମେ ଘର କିଣି ବା ବସବାସ କର, ଏହି ବିଷଧର ପ୍ରାଣୀମାନେ ତୁମପାଖେ ପହଞ୍ଚିବେ । ସେମାନଙ୍କୁ ଏକ କପ୍ କ୍ଷୀର ବା ଗୋଟିଏ ଦୁଇଟି ଅଣ୍ଡା ଦେବା ପାଇଁ ପ୍ରସ୍ତୁତ ଥିବେ । ଏମାନେ ରାତିରେ ତୁମର ସାଥୀ ହୋଇ ରହିବେ । ତୁମେ ନିଶ୍ଚୟ ରାତିରେ ନିଦ ହରାଇବ, କିନ୍ତୁ ସେମାନେ ଫଣାଟେକି ସୁସୁ ଶବ୍ଦ କରିବେ । ଯଦି ତୁମକୁ ଅବାଗିଆ ବା ଅସ୍ୱସ୍ତିକର ଲାଗେ, ତୁମେ ଖଟ ପାଖେ ଗୋଟିଏ ନିର୍ଦ୍ଦିଷ୍ଟ ‘ସିକ୍ସ ପାକ୍’ (କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ) ରଖ । ସେମାନେ କ୍ଷତି କରିବେ ନାହିଁ ।
ମତାଣିଆ ସମ୍ବାଦ : ଦକ୍ଷିଣ ଭାରତର କେରଳରେ ‘ଆଲପୁଝା’ ଜିଲ୍ଲାରେ ‘ହରିପଦ’ଠାରେ ଏକ ସର୍ପ ମନ୍ଦିର ଅଛି । ଏହା ଅତି ପ୍ରାଚୀନ ଓ ଆନ୍ତର୍ଜାତୀୟ ସ୍ତରରେ ‘ନାଗରାଜା’ଙ୍କ ତୀର୍ଥସ୍ଥାନ ନିମନ୍ତେ ଭକ୍ତମାନଙ୍କ ଦ୍ୱାରା ସମ୍ମାନିତ ହୋଇଆସୁଅଛି । ଏହା ଦୀର୍ଘ ୩୦୦୦ ବର୍ଷର ପୁରୁଣା ଓ ୩୦,୦୦୦ ସର୍ପ ଚିତ୍ର ପଥରରେ ଖୋଦିତ ରହିଛି । ନିଃସନ୍ତାନ ଦମ୍ପତିମାନେ ସନ୍ତାନ ଲାଭ ଆଶାରେ ଏଠାକୁ ଆସିଥାନ୍ତି । ସନ୍ତାନ ଜନ୍ମ ହେବା ପରେ ସେମାନେ ଏଠାକୁ ଯାତ୍ରା କରି ସର୍ପର ଏକ ନୂଆ ମୂର୍ତ୍ତି ପଥରରେ ଖୋଦନ କରି ଧନ୍ୟବାଦର ଚିହ୍ନରୂପେ ଏଠାରେ ଏକ ଉତ୍ସବ ଆୟୋଜନ କରିଥାଆନ୍ତି । ଆରୋଗ୍ୟଜନକ ଶକ୍ତି ଥିବା ଏକ ନିର୍ଦ୍ଦିଷ୍ଟ ହଳଦିଗୁଣ୍ଡ ପ୍ରସାଦ ରୂପେ ଅତିଥିମାନଙ୍କୁ ଦିଆଯାଏ । ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଏଠାକୁ ଆଗମନ କରିଥାଆନ୍ତି ।