ଘରର ନାଁ ଦିଆହେଲା “ପକ୍ଷୀ ନୀଡ଼” । ଫେରିବା ବେଳେ ମଧୁମାଷ୍ଟ୍ରେ କହିଲେ- ‘ବୁଝିଲ ମନୁବୋଉ ଚଢ଼େଇ ବସାରେ କେବଳ ପକ୍ଷୀ ଦମ୍ପତି ଓ ପକ୍ଷୀ ଶାବକ ରହନ୍ତି । ବୁଢା ଚଢ଼େଇ ରହନ୍ତି ନାଇଁ । ତରା ଆଈ କିଛି କହିଲା ନାହିଁ ।
ତଥାପି ସେ ଯାଇଥିଲେ । ସେଠାରେ ପହଞ୍ଚô ଦେଖିଲେ ମନୁର ଶ୍ୱଶୁର, ଶାଶୂ, ଶଳା, ଶଳାଭାଉଜ, ଶାଳୀ ସମସ୍ତେ ଓଡ଼ିଶା ବାହାରେ ରହୁଥିଲେ ବି ତିନିଦିନ ଆଗରୁ ଆସିଛନ୍ତି । ସେମାନେ ସମସ୍ତେ ମଧୁମାଷ୍ଟ୍ରେଙ୍କ ପରିବାର ବର୍ଗକୁ ଦେଖି ଅବଶ୍ୟ ଖୁସି ହେବାର ନିପୁଣ ଅଭିନୟ କଲେ । ଠିକ୍ ସମୟରେ ଖାଦ୍ୟପେୟ, କୌଣସି କଥାର ଅଭାବ ରହିଲା ନାହିଁ ତଥାପି ଏମାନଙ୍କୁ କାହିଁକି ମନେ ହୋଇଥିଲା ଯେ ଏମିତି ଗୋଟାଏ ପର ପର ଭାବ, ଅତିଥି ଅତିଥି ଭାବ । ସବୁଥିରେ ଯେମିତି ଗୋଟାଏ କାଇଦା କଟକଣାର ନୀରବ, ପରୋକ୍ଷ ଅନୁଶାସନ- ‘ୟାଡ଼େ ଯାଅନି, ଏକଥା କହନି । ଏଠି ବସନି, ଇତ୍ୟାଦି… ।’ ଯେମିତି ସ୍ୱାତନ୍ତ୍ର୍ୟ, ସ୍ୱାଚ୍ଛନ୍ଦ୍ୟ ସ୍ୱାଧୀନତା କିଛି ନାହିଁ । ଘରର ନାଁ ଦିଆହେଲା “ପକ୍ଷୀନୀଡ଼” । ଫେରିବା ବେଳେ ମଧୁମାଷ୍ଟ୍ରେ କହିଲେ- ‘ବୁଝିଲ ମନୁବୋଉ ଚଢ଼େଇ ବସାରେ କେବଳ ପକ୍ଷୀ ଦମ୍ପତି ଓ ପକ୍ଷୀ ଶାବକ ରହନ୍ତି । ବୁଢ଼ା ଚଢ଼େଇ ରହନ୍ତି ନାହିଁ ।’ ତରା ଆଈ କିଛି କହିଲା ନାହିଁ ।
ତରା ଆଈ କେବେ ଆଉ ଏକା ନଥିଲା ଯେ ? ଯେତେବେଳେ ବୋହୂ ହୋଇ ସେ ଗଡ଼ପାଟପୁର ଗାଁକୁ ଆସିଥିଲା ସେତେବେଳେ ଏକାକୀତ୍ୱ ସାଙ୍ଗରେ ନେଇ ସେ ଆସି ନଥିଲା କି ? ସେତେବେଳେ ସେ ମିଶି ପାରୁନଥିଲା କାହାରି ସହିତ ତା’ ବାପଘରର ଫମ୍ପା ବଡ଼ପଣିଆର ଅଭିମାନ ହେତୁ । କର୍ପୂର ଉଡ଼ିଯାଇ କନା ଖଣ୍ଡିକ ପଡ଼ି ରହିବା ଭଳି ତା’ ବାପଅଜାଙ୍କର ଜମିଦାରୀ କେବେ ଥିଲା ହେଲେ ତରା ଆଈ ଜନ୍ମ ବେଳକୁ ତା’ ବି କଲିକତାର କୌଣସି ବଙ୍ଗାଳି ବାବୁଙ୍କ ହାତକୁ ହସ୍ତାନ୍ତରିତ ହୋଇଯାଇଥିଲା ଶାଗ ମାଛ ମୂଲରେ । ତଥାପି ତରା ଆଈ କହେ କେମିତି ତା’ ବାପ ଘରେ ସୁନାର ମଉଡ଼ସବୁ ଖରାରେ ଶୁଖାଯାଏ ଭାଦ୍ରବ ମାସରେ, ସୁନାଜରିଦିଆ ପାଟଶାଢ଼ିକୁ ସବୁ ଭୋଦେଇ ଖରାରେ ମେଲିଦିଆଯାଏ । କେମିତି ଖାଣ୍ଟି ଗୁଆଘିଅର ବାଟି ସେମାନଙ୍କ ଭାତ ଥାଳି ଭିତରେ ପୋତି ଦିଆଯାଏ ଓ ଭାତରେ ଡାଲି ଗୋଳେଇ ଖାଇବା ଭଳି ସେମାନେ ଘିଅ ଗୋଳେଇ ଭାତ ଖାଆନ୍ତି ଇତ୍ୟାଦି,- ନା- ନା କେବଳ ସମୃଦ୍ଧିର ଇତିହାସ ଯେ କହେ, ତା’ ନୁହେଁ, ଅବକ୍ଷୟର ଇତିହାସ ମଧ୍ୟ କହେ, ସେ । କେମିତି ତା’ର ପିତାମହ, ପ୍ରପିତାମହ ଗଣ ଘର ଭିତରେ ଲକ୍ଷ୍ନୌରୁ ବାଈଜୀମାନଙ୍କୁ ଡ଼କେଇ ନଚଉଥିଲେ । ସେମାନଙ୍କ ସହ ନୌବିହାରରେ, ପକ୍ଷୀଶିକାରରେ, ବଣଭୋଜୀରେ ହଜାର ହଜାର ଟଙ୍କା ଉଡ଼େଇ ଦଉଥିଲେ, ମଦର ସୁଅ ବୁହାଉଥିଲେ ଓ ସେଇ ସୁଅରେ ନିଜେ ଭାସିଯାଇଥିଲେ ଅତଳକୁ । ଏସବୁ ସେ କହେ ଏବଂ ତା ଯା’, ଖୁଡ଼ୀଶାଶୂ ପ୍ରଭୃତି ମୁହଁ ମୋଡ଼ନ୍ତି, କଥା କଥାକେ ଉଲୁଗୁଣା ଦିଅନ୍ତି ‘ବଡ଼ଲୋକିଆଣୀ ଦିମାକି ବଡ଼ବୋହୂ’ ।
ତରା ଆଈର ବି ସେ ସବୁ ଫୁଟାଣି ଗାଁଟା ଯାକର ଝିଅ ବୋହୂ ଯେତେବେଳେ ମିଶ୍ରଘର ବାଡ଼ି ପୋଖରୀରେ ଗାଧୋଇବା ବେଳେ ଗଙ୍ଗାସ୍ନାନ କଲାଭଳି ଗର୍ବ ଅନୁଭବ କରନ୍ତି, ସେତେବେଳେ ତରା ଆଈ ଦୁମ୍କିନା କହିଦିଏ- ‘ମୁଁ ସେ ପଚା ପୋଖରୀ ପାଣିରେ ଗାଧେଇ ପାରିବିନି, କୂଅରୁ ଦି’ଗରା ପାଣି ଆସିଲେ ଗାଧେଇବି ।’
ତା’ର ସ୍ୱଭାବ ହେଲା ଏଇ । ଯାହା ସମସ୍ତେ କରିବେ ତା’ ସେ କରିବନି । ତା’ର ଖାଇବା, ପିନ୍ଧିବା, ଶୋଇବା, ବସିବା ସବୁ ଅଲଗା ଧରଣର । ମୋଟ ଉପରେ ମଧୁମାଷ୍ଟ୍ରେଙ୍କ ଉଚ୍ଚ ଚରିତ୍ରବତ୍ତା, ଆଦର୍ଶବତ୍ତା ଓ ନିଷ୍କପଟ ସ୍ୱଭାବକୁ ଦେଖି ତରା ଆଈର ବାପ ସିନା ତାଙ୍କୁ ଜୋଇଁ କରିଥିଲେ, ହେଲେ ମାଷ୍ଟ୍ରେଙ୍କର ଅଭାବୀ ସଂସାରରେ ଯେମିତି ଠିକ୍ ତରା ଆଈ ନିଜକୁ ଖାପ୍ ଖୁଆଇ ପାରେ ନାହିଁ । ଆଜିଯାଏ ସୁଦ୍ଧା ବୁଢ଼ୀ ହୋଇ ମରିବାକୁ ସଜହେଲା ପଛକେ ତା’ର ସଉକିଆ ଗୁଣ ଗଲାକି ? ଦିଅଁ ପିନ୍ଧିବାକୁ ବାଡ଼ିରେ ଫୁଲ ନଥିବାବେଳେ ତରା ଆଈ କାଳି ଅନ୍ଧାରରୁ ଉଠି ବାଡିରୁ ସବୁ ଫୁଲତକ ଖୁଣ୍ଟି ଆଣି ନିଜ ଶୋଇବା ଘରେ ଖଣ୍ଡେ କାଠର ଚୌକି ଉପରେ ଛୋଟ ପିତ୍ତଳ ଢ଼ାଳଟିରେ ପାଣିଦେଇ ସେ ତାଜା ଫୁଲଗୁଡ଼ିକୁ ସଜେଇ ରଖେ କେବଳ । ତା’ ପରଦିନ ଫିଙ୍ଗିଦିଏ । କିଏ ଭଲା ବିରକ୍ତ ନ ହେବ ? ସେ ଯାହାବି ହେଉ ତା ଶାଶୂ ବଞ୍ଚôବା ଯାଏ ତା’ ଦୋଷସବୁ ଘୋଡ଼େଇ ହୋଇ ଯାଉଥିଲା । ଶାଶୂ ଆଖି ବୁଜିବା ପରେ ପରେ ସମସ୍ତଙ୍କର ଚାପ, ଅସନ୍ତୋଷ ଯେମିତି ତରା ଆଈ ବିରୁଦ୍ଧରେ ହଠାତ୍ ମୁଣ୍ଡ ଟେକି ଉଠିଲା, ନଉଠିବ ବି କେମିତି ? ସେଇ ସତାବନ ବର୍ଷ ତଳେ ତରା ଆଈର ବଡ଼ପୁଅ ମନୁ ଜନ୍ମ ହେବାର ଥାଏ । ତରା ଆଈ ସେଇ ନିପଟ ମଫସଲ ଗାଁରେ ଖୋଜିବସିଲା ଘର, ପୋଖତୀ ପାଇଁ ଖଟ, ଶେଜ, କମ୍ବଳ, ମାଠିଆ ମାଠିଆ ସିଝାପାଣି ଏମିତି କେତେ କ’ଣ । ଅଥଚ ସେଇଠି ପଡ଼ିଶା ଘରେ ଜ୍ଞାତି ଭିତରେ ତରା ଆଈର ଖୁଡ଼ୀଶାଶୂ ଘରେ ପୋଖତୀଟିଏ ରାତିରେ ପାଣିଟୋପେ ପି’ବାକୁ ପାଇନପାରି ଅଇଁଠା କଂସାରୁ ଅନ୍ୟର କୁଳୁକୁଞ୍ଚା ପାଣି ପିଇଥିଲା ।
ହଁ, ସେତେବେଳେ ଏଇ ବ୍ୟବସ୍ଥା ହିଁ ଥିଲା । ପୋଖତୀ ଥଣ୍ଡା ପାଣିଟୋପେ ପିଇପାରିବ ନାହିଁ । ଶୋଷରେ ତଣ୍ଟି ଫାଟିଯାଉ । ନିହାତି ଦୟାବତୀ ଶାଶୂ ହୋଇଥିଲେ ଗୋଟେ ଲୁହା ଖଡିକାକୁ ଜଳନ୍ତା ଚୁଲିରେ ପକାଇ ନାଲି ଗର ଗର, ତାତିଲା ଡ଼ହଡହ କରି ଗିଲାସରେ ବୁଡ଼େଇଦେଇ ସେଇ ପାଣି ପି’ବାକୁ ଦେଇଥାଏ ।
ତରା ଆଈ ସେତେବେଳେ ଏଇସବୁ ପ୍ରଥାସିଦ୍ଧ ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାରା ଗାଁରେ ଅପି୍ରୟ ହୋଇଥିଲା । ତଥାପି ସେ ତା’ର ନୀରବ ସଂଗ୍ରାମ ଚଳେଇ ଯାଇଥିଲା । ମଧୁମାଷ୍ଟ୍ରେ ସେତେବେଳକୁ ଗାଁ’ପାଖ ସହର ସ୍କୁଲରେ ଶିକ୍ଷକତା କରୁଥାନ୍ତି । ହଠାତ୍ ଦିନେ ତରାଆଈ ଅଡ଼ିବସିଲା, ସେ ସହରକୁ ଯିବ । ନହେଲେ ତା’ ପିଲା ମଣିଷ ହୋଇପାରିବେନି ଏ ଗାଁରେ । ଆଶ୍ଚର୍ଯ୍ୟ! ସତାବନ, ଅଠାବନ ବର୍ଷତଳେ ତରା ଆଇର ଏ ଯୁକ୍ତି ପଛରେ ଯେତେ ଯୌକ୍ତିକତା ଥାଉନା କାହିଁକି ଏସବୁ ଦୁଃସାହସ ନୁହେଁତ ଆଉ କ’ଣ ? ମଧୁମାଷ୍ଟ୍ରେ ହୁଙ୍କାପିଟା ମଣିଷ । ସ୍ତ୍ରୀ ବୁଦ୍ଧିରେ ଫୁଙ୍କିଫୁଙ୍କି ବାଟ ଚାଲିବା ସେ ପସନ୍ଦ କରନ୍ତି ନାହିଁ । ତଥାପି ତରା ଆଈର ଏ ଯୁକ୍ତି ପଛରେ କିଛି ଦମ୍ ଥିବା ଭଳି ତାଙ୍କୁ ସେଦିନ ମନେ ହୋଇଥିଲା । ସାନଭାଇକୁ ସେ ପଚାରି ଦେଇଥିଲେ । ମଧୁମାଷ୍ଟ୍ରେଙ୍କ ସାନଭାଇ ସାଧୁ ମିଶ୍ରେ କେବଳ ପଶାଖେଳ, ତାସ୍ ଖେଳରେ ସମୟ କାଟିବା ଲୋକ । ତେବେ ଭାଉଜ ଓ ପିଲାଏ ଗାଁରେ ରହିଲେ ତାଙ୍କ ହାତକୁ କଞ୍ଚାପଇସା ଆସିବାର ବାଟଟା ଅନ୍ତତଃ ଥିଲା, ସେ ବାଟଟା ବନ୍ଦ ହୋଇଯିବାର ନିଶ୍ଚିତ ଧାରଣାରେ ତାଙ୍କ ମନଟା ବିଗିଡ଼ିଗଲା । ସେ ତେଣୁ ବେଶ୍ କଡ଼ା ଗଳାରେ କହିଥିଲେ ସେଦିନ- ‘ନିଜ ମାପରେ ପୋଷାକଟା ପିନ୍ଧିଥିଲେ ଭଲ ହୋଇଥାନ୍ତା ଭାଇନା! ଏ ଜରିଦାର୍ ଦାମୀ ପୋଷାକଟା ଗରିବ କୁଡ଼ିଆରେ ଶୋଭାପାଉନି ବରଂ ସହର ବଜାର ଜାଗାରେ ଜରିପୋଷାକ ଘରେ ଖାଲି ଟଙ୍ଗା ହୋଇ ରହିଲେ ବି ସୁନ୍ଦର ଦିଶିବ ।
ଏ ଶାଣିତ ଇଙ୍ଗିତ ଯେ ତରା ଆଈ ପ୍ରତି ଉଦ୍ଦିଷ୍ଟ ତା’ ଆଉ ମଧୁମାଷ୍ଟ୍ରେଙ୍କ ପକ୍ଷେ ବୁଝିବାକୁ ଅସୁବିଧା ହେଲାନାହିଁ । ସେଇଦିନୁ ସହର ନେଇଆସିଥିଲେ । ବହୁ କଷ୍ଟରେ ଟଙ୍କା ସଞ୍ଚି, ପେଟକୁ କାଟି, ପିଠିରୁ କାଟି ସହରରେ ଘର ଖଣ୍ଡିଏ ବି କରିଥିଲେ ମଧୁମାଷ୍ଟ୍ରେ । ହଁ, ତାଙ୍କର ନିଜସ୍ୱ ଘର । ରକ୍ତ, ଝାଳ ନିଗିଡ଼ା ଘର । ଯେଉଁଘରେ ଶେଷ ନିଃଶ୍ୱାସ ତ୍ୟାଗ କରିବାର ସୌଭାଗ୍ୟ ତାଙ୍କର ହେଲା ନାହିଁ ।
ଛୋଟ ଆଜ୍ବେଷ୍ଟସ୍ ଘରଟିକୁ ସତରେ କିନ୍ତୁ ସ୍ୱପ୍ନଭଳି ସଜେଇ ଥିଲା ତରା ଆଈ । ଘର ସାମ୍ନାରେ ସବୁଜ ରଙ୍ଗର କାଠ ଗେଟ୍ଟିଏ, ସେଇଠାରୁ ଲମ୍ବିଆସିଥାଏ ନାଲିଗୋଡ଼ିର ଅଣଓସାରିଆ ପରିଚ୍ଛନ୍ନ ରାସ୍ତାଟି ଘର ପର୍ଯ୍ୟନ୍ତ । ତା’ ଧାରେ ଧାରେ ଛୋଟ ଛୋଟ ଇଟାକୁ ତି୍ରଭୁଜ ଆକାରରେ ଧାଡ଼ିଧାଡ଼ି ସଜେଇ ରଖା ହୋଇଥାଏ । ସେଇ ଇଟା ବାଡ଼କୁ ଲାଗି ତରା ଆଈର ଯତ୍ନରେ ବଢି ଉଠିଥିବା ଫୁଲ ବଗିଚା ଚେନାଏ ଯିଏ ଦେଖେ ସେ ଘଡିଏ ଚାହିଁରହେ । ଘରଟିକୁ ସ୍ୱପ୍ନଭଳି ସଜଉଥାଏ ଏବଂ ନିଜର ପିଲାମାନଙ୍କୁ ଆକାଂକ୍ଷାର ରଙ୍ଗରେ ତିଳ ତିଳ କରି ଗଢୁଥାଏ ସେ । ତିନୋଟି ପୁଅ-ଦୁଇଟି ଝିଅ । ଏମାନେ ଭଲ ପାଠ ପଢି ମଣିଷ ହେବେ ବୋଲି ତରା ଆଈ କେତେ କ’ଣ ନ କରିଚି ? ଝିଅମାନଙ୍କ ପାଠପଢା ଉପରେ ସେତେ ଗୁରୁତ୍ୱ ଦେଉନଥିଲେ ମଧୁମାଷ୍ଟ୍ରେ । ତାଙ୍କର ସମସ୍ତ ଅନୁଶାସନ, ଅନୁରାଗ ଯେମିତି କେନ୍ଦ୍ରୀଭୂତ ହୋଇଥିଲା ପୁଅ ତିନୋଟିଙ୍କ ଉପରେ ।
ତଥାପି କେମିତି ଏମିତି ହେଲା ? ତରା ଆଈ ତା’ ପିଲାମାନଙ୍କୁ କେବଳ ଅନ୍ଧଭାବରେ ଭଲ ପାଉଥିଲା ତେଣୁ ସନେ୍ଦହ କରି ଶିଖି ନଥିଲା । ମନୁ ଯେଉଁ ଦିନ ବିଦେଶୀ କମ୍ପାନୀରେ ଚାକିରି ପାଇଲା ସେଦିନ ତରା ଆଈ ଭାବିଥିଲା ଯେମିତି ତା’ର ସବୁ ସାଧନାର ସିଦ୍ଧି ହୋଇଗଲା । ଆଉ ଯେଉଁଦିନ ମନୁ କାହାକୁ କିଛି ନକହି ତା’ କମ୍ପାନୀର ଏକ ଅଜାତି ଅଫିସର ଝିଅକୁ କଲିକତା କାଳୀ ମନ୍ଦିରରେ ମାଳ ବଦଳ କରି ବାହା ହୋଇ ଘରକୁ ଆଣିଲା କେବଳ ନିଜର ପଦୋନ୍ନତି ଓ ବିଦେଶ ଯିବା ଲୋଭରେ, ସେଦିନ ତରା ଆଈର ସବୁ ସ୍ୱପ୍ନ ଧୂଳିସାତ୍ ହୋଇଗଲା ।
ଶୀତଦିନ । ଡ଼ିସେମ୍ବର ମାସ । ଅଗଣାରେ ଖରାକୁ ପିଠି କରି ତରା ଆଈ ବସି ବଡ଼ି ପକଉଥିଲା । ମନୁ ଲେଖିଚି ଆସିବ । ମନୁ ପାଣିକଖାରୁ ବଡ଼ି ଭାରି ଭଲପାଏ । ଆଉ ସବୁ ପିଲା ଯିଏ ଯୁଆଡ଼େ ସ୍କୁଲ୍ କଲେଜ୍ ଯାଇଥାନ୍ତି । ଦାଣ୍ଡରେ କାରଟିଏ ରହିବାର ଶବ୍ଦରେ ତରା ଆଈ ତା’ର ବିରିବଲବଲ ହାତଟାକୁ ପାଣି କଂସାରେ ବୁଡ଼େଇ ଧୋଇ ପକେଇ ଅଣ୍ଟା ସଳଖି ଉଠି ଠିଆହେଲା । ମନୁ ଓ ଆରତୀ ଉଭୟେ ଘରଭିତରକୁ ପଶି ଆସି ତରା ଆଈକୁ ପ୍ରଣାମ କଲେ । ତରା ଆଈ ଜମା କିଛି ବୁଝି ପାରିଲା ନାହିଁ । ମନୁ ? ଯିଏ ତରା ଆଈକୁ ନପଚାରି ଦାଣ୍ଡ ଦୁଆରକୁ ଯାଏନି ସିଏ ଏତେ ବଡ଼ ଦୁଃସାହସ କଲା କେମିତି ? ପୁଣି ତରାଆଈର ବିସ୍ମୟଭରା ଦୃଷ୍ଟିକୁ ଅନୁସରଣ କରି ସାହସର ସହ କହିଲା- ‘ଆମ କମ୍ପାନୀର ଚେୟାର୍ମ୍ୟାନ୍ଙ୍କ ଝିଅ ଆରତୀ ।’
ତରା ଆଈର ନିର୍ଲଜ୍ଜତାକୁ ବି ଦେଖ । ସେ ପଚିଶି ବର୍ଷର ପୁଅକୁ ଚାହିଁ ତା’ ବୋହୂ ସାମ୍ନାରେ ପଚାରିଲା- ‘ଓ’! ଖାଲି ଚେୟାରମ୍ୟାନଙ୍କ ଝିଅ ? ଆଉ କିଛି ନୁହେଁ ?’
ଏଥର ଆରତୀ ଆଗେଇ ଆସି କହିଲା- ‘ମାନେ… ଇୟେ ଭୟ କରୁଛନ୍ତି ସତକଥା କହିବାକୁ । ମନୁ ଆସନ୍ତା ମାସରେ ଫରେନ୍ ଯିବେ ବାବାଙ୍କ ଚେଷ୍ଟାରେ । ତା’ ପୂର୍ବରୁ ବିବାହଟା ସାରି ଦେବାକୁ ପଡ଼ିଲା । ଏତେ ହଠାତ୍ ହେଲା ଯେ, କାହାରିକୁ ଖବର ଦେବା ସମ୍ଭବ ହେଲାନି ।’
ତରା ଆଈ ମନେ ମନେ ଭାବିଲା- ଓ! ବିଦେଶଯାତ୍ରାଟା ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ବାପ ମା’ଙ୍କ ଠାରୁ ଅନୁମତି ବା ଆଶୀର୍ବାଦ ନୁହେଁ, କେବଳ ଖବରଟା ଦିଆହୋଇଛି । ଏଇକଥା ମନେ ପଡ଼ିବା ମାତ୍ରେ ତରା ଆଈର ଛାତି ଭିତରଟା ଥରିଉଠିଲା । ମଧୁ ମାଷ୍ଟ୍ରେଙ୍କ ଭଳି କ୍ରୋଧୀ ଲୋକ । କ’ଣ କହିବ ତରା ଆଈ? ତାଙ୍କ ଭଳି ନୈଷ୍ଠିକ ବ୍ରାହ୍ମଣ-ସିଏତ ଅଜାତି ଝିଅଟା ହାତରୁ କେବେହେଲେ ଭାତ ଖାଇବେ ନାହିଁ । ଅଯଥାରେ ଗୁଡ଼ାଏ ବାକ୍ବିତଣ୍ଡା ହେବ । ଲୋକହସା ହେବା ସାର ହେବ ।
କିନ୍ତୁ ନାଃ, ତରା ଆଈର ସବୁ ଆଶଙ୍କାକୁ ମିଥ୍ୟାରେ ପରିଣତ କରି ଦେଲେ ମଧୁମାଷ୍ଟ୍ରେ । ସନ୍ଧ୍ୟାବେଳେ ଘରକୁ ଫେରି ସବୁ ଶୁଣିଲେ । ଅନେକ ସମୟ ଚୁପ୍ ରହିବା ପରେ କହିଲେ- ‘ପିଲାଏ ବଡ଼ ହେଲେଣି । ଏଣିକି ଆମେ ତାଙ୍କ ପାଇଁ ଅଚଳଟଙ୍କା । ଆମେ ଏସବୁ ଜାଣି ଯଦି ଉପରେ ଉପଦେଶ ଦେବାକୁ ଯିବା ତେବେ ଲୋକହସା ହେବା ।’
ବିସ୍ମୟର ଅବଧି ରହିଲା ନାହିଁ ତରା ଆଈର । ଆରତୀର ସବୁ ଖରାପଗୁଣ ସତ୍ତ୍ୱେ ଗୋଟାଏ ଭଲ ଗୁଣ ଥିଲା, ସେ ଭାରି ମେଳାପି ଝିଅଟିଏ । ପାଣିରେ ସରପକେଇ କଥା କହିବାରେ ତା’ ଭଳି ଦକ୍ଷ ଝିଅ ଖୁବ୍ କମ୍ ଥିବେ । କଥାରେ ସେ ପରକୁ ଆପଣାର କରିନିଏ । ତରା ଆଈ ବି ସେଥିରୁ ବାଦ୍ ଯାଏ ନାହିଁ । ସେ ତା’ ଜୀବନର ସମସ୍ତ ସୁଖଦୁଃଖର କାହାଣୀ ନୂଆବୋହୂଟି ଆଗରେ ବଖାଣିଦେଲା ।
ଦିନେ ହଠାତ୍ ବିନା ନୋଟିସ୍ରେ ଆରତୀ ତା’ ଜିନିଷପତ୍ର ବନ୍ଧାବନ୍ଧି କଲା । ସେତେବେଳେକୁ ମନୁ ଫେରି ଆସିଥାଏ ଆମେରିକାରୁ । କମ୍ପାନୀରେ ଏମ୍.ଡି.ଭାବେ ଯୋଗଦେଇ ସାରିଥାଏ । ତା’ ବଡ଼ ପୁଅ ସେତେବେଳକୁ ନୂଆ ନୂଆ ସ୍କୁଲ ଯାଉଥାଏ । ମଧୁମାଷ୍ଟ୍ରେଙ୍କ ଜୀବନ ସେ ନାତି । ସବୁବେଳେ ତାଙ୍କ ପାଖେ ପାଖେ ଥାଏ । ଏତେ ଗୁଡ଼ାଏ ସମୟ ପୁଅଟା ମଧୁମାଷ୍ଟ୍ରଙ୍କ ପାଖରେ ରହିବାଟା କିନ୍ତୁ ଆରତୀର ପସନ୍ଦ ନୁହେଁ ।
ଶ୍ରାବଣ ମାସ । ଆକାଶରେ କଳା କଳା ବାଦଲ ଭେଳା ଭେଳା ହୋଇ ଭାସି ବୁଲୁଥାଏ । ବର୍ଷିବ ବର୍ଷିବ ହୋଇ ବର୍ଷି ପାରୁନଥାଏ ଯେମିତି । ତରା ଆଈ ସବୁଦିନ ଭଳି ରାତି ନ ପାହୁଣୁ ଉଠିପଡ଼ି ବାସି କାମରେ ଲାଗି ଯାଇଥାଏ । ସକାଳ ବେଳା ସତରେ ତାକୁ କାହା କଥା ଚିନ୍ତା କରିବାକୁ ଫୁରୁସତ୍ ନଥାଏ । ବାଡ଼ିଘର ଓଳିଆ, ବାସନମଜା, ଫୁଲତୋଳା, କୋଇଲା ଆଞ୍ଚ କରିବା, ରୋଷେଇଘର ପରିଷ୍କାର କରିବା ଏ ସବୁ ସକାଳ ଛଅଟା ସୁଦ୍ଧା ଶେଷ ହୁଏ । (ତଥାପି କେମିତି ଏମିତି ହେଲା ? ତରା ଆଈ ତା’ ପିଲାମାନଙ୍କୁ କେବଳ ଅନ୍ଧଭାବରେ ଭଲ ପାଉଥିଲା ତେଣୁ ସନେ୍ଦହ କରି ଶିଖି ନଥିଲା । ମନୁ ଯେଉଁ ଦିନ ବିଦେଶୀ କମ୍ପାନୀରେ ଚାକିରି ପାଇଲା ସେଦିନ ତରା ଆଈ ଭାବିଥିଲା ଯେମିତି ତା’ର ସବୁ ସାଧନାର ସିଦ୍ଧି ହୋଇଗଲା । ଆଉ ଯେଉଁଦିନ ମନୁ କାହାକୁ କିଛି ନକହି ତା’ କମ୍ପାନୀର ଏକ ଅଜାତି ଅଫିସର୍ର ଝିଅକୁ କଲିକତା କାଳୀ ମନ୍ଦିରରେ ମାଳ ବଦଳ କରି ବାହା ହୋଇ ଘରକୁ ଆଣିଲା କେବଳ ନିଜର ପଦୋନ୍ନତି ଓ ବିଦେଶ ଯିବା ଲୋଭରେ, ସେଦିନ ତରା ଆଈର ସବୁ ସ୍ୱପ୍ନ ଯେମିତି ଧୂଳିସାତ୍ ହୋଇଗଲା) ମନୁ ତେର ଚଉଦ ବର୍ଷର ଝିଅଟିଏ ରଖିଥାଏ କାମ କରିବାକୁ । ହେଲେ ତା’ କାମ ତରା ଆଈର ମନକୁ ପାଏ ନାହିଁ । ସେ ଝିଅଟି ତେଣୁ କେବଳ ଆରତୀର ବୋଲହାକ କରେ । ଠିକ୍ ସକାଳ ଛଅଟାରେ ମଧୁମାଷ୍ଟ୍ରେ, ମନୁ, ଆରତୀ, ବଡ଼ଝିଅ ରେଣୁ ଓ ସାନଝିଅ ଝୁନୁ ଚା’ ଖାଆନ୍ତି । ଚା’ ଅବଶ୍ୟ ଝିଅମାନେ ତିଆରି କରନ୍ତି । ତା’ ପରେ ପୁଣି ଦିନର ରୋଷେଇ ଆରମ୍ଭ ହୋଇଯାଏ । ମଧୁମାଷ୍ଟ୍ରେ ଠିକ୍ ସକାଳ ଦଶଟାରେ ଭାତ ଖାଆନ୍ତି । ତରା ଆଈକୁ ତେଣୁ ବେଳ କାହିଁ କାହା କଥା ଚିନ୍ତା କରିବ ସେ, ପୁଣି ସକାଳ ବେଳା ? ମଧୁମାଷ୍ଟ୍ରେ ଦାଣ୍ଡ ବାରଣ୍ଡାରେ ଘୋଡ଼ିହୋଇ ବସିଥିଲେ । ତରା ଆଈ ଚା’ କପ୍ଟା ତାଙ୍କ ପାଖରେ ଥୋଇ ଦେଇ କହିଲା- ‘ଆରତୀ ମନୁ କୁଆଡ଼େ ଯାଉଛନ୍ତି ନା କ’ଣ?’
ମଧୁମାଷ୍ଟ୍ରେ ଟିକିଏ ହସିଲେ । ବଡ଼ ତିକ୍ତ ସେ ହସ । ତା’ ପରେ ବାମ୍ଫଉଠା ଚା’ କପ୍ରୁ ଢ଼ୋକେ ପିଇ କହିଲେ- ‘ତାଙ୍କ ନିଜଘରକୁ- ନିଜଘରକୁ ? କ’ଣ ଏମିତି କହୁଚ ମଁ ? ନିଜଘର ପୁଣି କେଁଉଠି ? ଘରଟାଏ ତୋଳିବା କ’ଣ ପିଲାଖେଳ ହୋଇଛି ? କେବେ ଜାଗା କିଣିଲା? କେବେ ସେ ଘର କଲା ଯେ, ନିଜ ଘରକୁ ଚାଲି ଯାଉଚି ବୋଲି କହୁଚ ? କାଇଁ ମତେତ ସେ ବିଷୟରେ ମନୁ କି ଆରତୀ କେହି କେବେ କିଛି କହିନାହାନ୍ତି ?’
ଏଥର ମଧୁମାଷ୍ଟ୍ରେ ଆହୁରି ତିକ୍ତ କଣ୍ଠରେ ହସି ଉଠିଲେ ଓ ବିଦ୍ରୂପ କଲାଭଳି କହିଉଠିଲେ- ‘ଓ! ତମକୁ କହିଥାନ୍ତେ । ମନୁ ତା ଜୀବନ ସାଥୀ ନିର୍ବାଚନର ନିଷ୍ପତ୍ତି ନେଲାବେଳେ ତମକୁ କହିଥିଲା ? ଆରତୀ ସହ ଏ ଘରକୁ ଆସିବା ବେଳେ ତମ ପରାମର୍ଶ ଚାହିଁଥିଲା ? ଆରତୀକୁ ସେ ପାଞ୍ଚବର୍ଷ ଭଲ ପାଇବା ପରେ ପରଖି, ନିରେଖି ବାହା ହେଇଛି, ତମକୁ ସେକଥା ଜଣେଇଥିଲା ? ତମର ସିନା ସେ ଏକାନ୍ତ ବିଶ୍ୱାସର ପାତ୍ର; କିନ୍ତୁ ତମେ ହୁଏତ ତା’ ବିଶ୍ୱାସର ପରିଧିରେ ନାହଁ, ତମେ ସିନା ତାକୁ ବିଶ୍ୱାସ କରି ଏ ଘରର କବଲା ଠାରୁ ମୋର ପାସବୁକ୍ ପର୍ଯ୍ୟନ୍ତ ସବୁ ଗୋପନୀୟ ତଥ୍ୟ ତା’ ହାତକୁ ବଢ଼େଇ ଦେଇଚ । କାହିଁକିନା ସେ ତମର ବଡ଼ପୁଅ । ରାତି ରାତି ଅନିଦ୍ରା ହୋଇ ପରୀକ୍ଷାବେଳେ ସେ ପାଠ ପଢ଼ିବା ବେଳେ ତୁମେ ମୋ ଘରର ଡ଼ିସିପ୍ଲିନ୍ ଭାଙ୍ଗି ତା’ ପାଖରେ ଥର୍ମୋଫ୍ଲାସରେ ଚା’ ଥୋଇଚ । ବଜାରରୁ କିଣି ଆଣି ମାଂସ ଘୁଗୁନି ଥୋଇଚ । ସେଦିନୁ ଜାଣି ପାରୁନଥିଲ ଏଇଭଳି ମନୋବୃତ୍ତିର ପିଲା ସର୍ବଦା ନିଜର ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାତନ୍ତ୍ର୍ୟ ହିଁ ଚାହିଁବ । ସମସ୍ତଙ୍କ ଭିତରେ ଜଣେ ହେଇ ଚଳି ପାରିବାର ଯୋଗ୍ୟତା ସେ କୌଣସିଦିନ ଅର୍ଜନ କରିପାରିବ ନାହିଁ । ଅଯୋଗ୍ୟ! ଅପଦାର୍ଥ!! ଏମାନଙ୍କୁ ପିଲାଦିନେ ରାମାୟଣରୁ ଆରମ୍ଭ କରି ରାଧାନାଥଙ୍କ କାବ୍ୟଯାଏ ମୁଁ ନିଜେ ପଢ଼େଇଥିଲି । ‘ବଟଦ୍ରୁମ ଯା’ର ଯୋଗ୍ୟ ପୁତ୍ରବତ । । ଭୂସ୍ପର୍ଶୀ ଓହଳ ସ୍ତମ୍ଭେ ପରିଣତ ।’ ରାଧାନାଥ କାବ୍ୟରେ ଏକଥା ଲେଖିଥିଲେ ମଣିଷ ସମାଜକୁ ଶିକ୍ଷା ଦେବାପାଇଁ । ହେଲେ ସେ କଥା ଗୁଡ଼ାକ ଆଜି ଅଚଳ ହୋଇଗଲାଣି । ବାପ କାନ୍ଧରୁ ବୋଝ ଓହ୍ଲେଇ ନିଜ କାନ୍ଧରେ ରଖିବାକୁ ମନୁର ଜୋର୍ ନାହିଁ ମନୁବୋଉ ।
ତରା ଆଈକୁ ମନୁର ଆଚରଣ ଠାରୁ ମଧୁମାଷ୍ଟ୍ରଙ୍କ ଶବ୍ଦର କଟୁତା ସେଦିନ ବେଶି ବାଧିଥିଲା । ମଧୁମାଷ୍ଟ୍ରେ କହିଚାଲିଲେ- ‘ତା’ଛଡ଼ା ତୁମେତ ଚାହିଁଥିଲ ପିଲାଏ ବଡ଼ ହୁଅନ୍ତୁ । ମଣିଷ ପରି ମଣିଷ ହୁଅନ୍ତୁ । ଦାରିଦ୍ର୍ୟ ତାଙ୍କର ନରହୁ । ତମର ସବୁ ଗୁହାରି ଗୋଟି ଗୋଟି କରି ଭଗବାନ ଶୁଣିଛନ୍ତି ମନୁବୋଉ । ଆଉ ପୁଣି ଦୁଃଖ କାହିଁକି ?
ତରା ଆଈ ଠିଆ ହୋଇଥିବା ପର୍ଯ୍ୟନ୍ତ ସେ ବକ୍ ବକ୍ ହେଉଥିବେ । ସେ ଚା’ କପ୍ଟି ଧରି ସେଠୁ ଚାଲି ଆସିଲା ସିଧା ଆରତୀ ରୁମକୁ । ବିନା ଭୂମିକାରେ କହିଲା- ‘ତୁମେ ସବୁ କୁଆଡ଼େ ଯାଉଚ ଶୁଣିଲି ? ଆରତୀ ଫିକ୍କିନା ହସିଦେଇ କହିଲା- ‘କୁଆଡ଼େ ଆଉ ଯିବୁ? ଘରକୁ ଯାଉଛୁ । ଯା’ ହେଉ ତୁମେ ସେ ବାଟ ଆଗରୁ ଦେଖାଇ ଥିଲ । ତୁମ ପିଲାଙ୍କୁ ମଣିଷ କରିବ ବୋଲି ବଣୁଆ ଗାଁକୁ ଛାଡି ଆସିଥିଲ । ମୁଁ କେବଳ ତୁମରି ରାସ୍ତାରେ ବାଟ ଚାଲୁଛି ବୋଉ । ତା’ ହେଲେ ମୋ ପିଲା ବି ମଣିଷ ହେଇଯିବ ।’
ସାପ ଚୋଟ ଖାଇବା ଭଳି ଏକଥାପଦକ ତରା ଆଈର ଛାତି ଭିତରଟା ମନ୍ଥି ପକାଇଲା । ତଥାପି ସେ କହିଲା- ‘ତୋ ଶ୍ୱଶୁରଙ୍କ ଠୁ କ’ଣ ଆଉ କିଏ ବେଶି ଭଲ ପାଠ ପଢ଼େଇବ ? ସେ ପରା ଶହ ଶହ ପିଲାଙ୍କୁ ମଣିଷ କରୁଚନ୍ତି ।’
କିନ୍ତୁ କେଜାଣି କାହିଁକି ତା’ ନିଜର ସ୍ୱର ତା’ କାନକୁ ବଡ଼ ଦୁର୍ବଳ ଶୁଭିଲା । ସେ ଆଉ ଅଧିକ କଥା କହି ପାରିଲା ନାହିଁ । ଆରତୀର ନିର୍ଲଜ୍ଜତା ତରା ଆଈକୁ ସଂକୁଚିତ କରି ଏତେଟିକେ କରିଦେଲା ଯେତେବେଳେ ସେ ଦେଖିଲା ଆରତୀ ରୋଷେଇ ଘରେ ପଶି ତା ପ୍ରେସର୍ କୁକରରୁ ସିଝା ଡ଼ାଲିତକ ଗୋଟେ ଡେକ୍ଚିରେ ରଖି ପ୍ରେସର୍ କୁକର୍ଟାକୁ ଧୋଇଧାଇ ନିଜର ବାକ୍ସ ଭିତରେ ରଖିଦେଲା । ଏମିତିକି କେତେଟା ଟିଣ ଡ଼ବା ସୁଦ୍ଧା ସେ ଏ ଘରେ ଛାଡ଼ିଯିବାକୁ ଇଚ୍ଛା କଲେ ନାହିଁ । ସେତେବେଳେ ତରା ଆଈର ପ୍ରଥମ କରି ମନେପଡ଼ିଲା ଯେ ମନୁର ମାସିକ ଦରମା ଓ ଆଲାଉନସ୍ ମିଶି ପଚାଶ ହଜାର ଟଙ୍କାରୁ ଊଦ୍ଧ୍ୱର୍ । ସେମାନେ ଚାଲିଗଲେ । ଭାନୁ, ସାନୁ ତ ହଷ୍ଟେଲରେ କେବଳ ରେଣୁ ଓ ଝୁନୁ ଏଇ ଝିଅ ଦି’ଟାଙ୍କୁ ଧରି ଦାଣ୍ଡ ବାରଣ୍ଡାରେ ସେମାନଙ୍କୁ ନିଃଶବ୍ଦରେ ଚାହିଁ ରହିଥିଲା ତରା ଆଈ । ମନୁର ଲମ୍ବା ବଡ଼ଗାଡ଼ି, ତା’ର ଗମ୍ଭୀର ମୁହଁ, ଅଳ୍ପ କଥାକୁ ଲକ୍ଷ୍ୟକରି ସେଦିନ ତରା ଆଈ ଭାବିଥିଲା ପ୍ରକୃତରେ ମନୁ ଯଥେଷ୍ଟ ବଡ଼ ହୋଇଗଲାଣି । ଏତେ ବଡ଼ ଯେ ତା’ ଛୋଟିଆ ପଞ୍ଜୁରିରେ ଆଉ ଜାଗା ଧରିବ ନାହିଁ । ହେଲେ ସେମାନେ ଚାଲିଯିବା ପରେ ପରେ ସକାଳ ପହରୁ ବର୍ଷିବ ବୋଲି ଯେଉଁ ମେଘ ବର୍ଷି ପାରୁନଥିଲା ହଠାତ୍ ଅଜାଡ଼ି ହୋଇ ପଡ଼ିଲା ଅବିରଳ ଧାରାରେ । ତରା ଆଇ ବିନା କାରଣରେ ଚିଡ଼ିଚିଡ଼ି ହେଲା ଝିଅ ଦି’ଟାଙ୍କ ଉପରେ, ବର୍ଷା ଉପରେ ଏପରିକି ନିଜର ଭାଗ୍ୟ ଉପରେ । ଆଉ ଜଳନ୍ତା ନିଆଁରେ କୁଟା ପକାଇବା ଭଳି ମଧୁମାଷ୍ଟ୍ରେ କହିଲେ- ‘ଔଷଧଟା କାହିଁକି ପିତା ଲାଗିଲା ସେଇଟା କ’ଣ ଗିନାର ଦୋଷ?’
ତରା ଆଈ ମନକୁ ମନ ଗର ଗର ହେଲା, ତା’ ପରେ ଗୋଟେ ସମୟରେ ଚୁପ୍ ହୋଇଗଲା ।
ତେବେ ଆରତୀ ଓ ମନୁ ସେଇ ଯେ ବିନା ନୋଟିସ୍ରେ ଘର ଛାଡ଼ି ଚାଲିଗଲେ ତା’ ପରେ ତରା ଆଈ ସହ ଆଉ କ’ଣ ତାଙ୍କର ଭେଟ ହୋଇନାହିଁ ? ଆରତୀ ନିଜେ ଆସିଥିଲା ଦିନେ ଏ ଘରୁ ସମସ୍ତଙ୍କୁ ଡ଼ାକିବାକୁ । ତା’ ଘର ନସରୁଣୁ ସେମାନେ ଉଠିଯାଇଥିଲେ ଗୋଟିଏ ରୁମ୍ ତିଆରି ସରିବା ପରେ । ଦିନେ ପୁଣି ସେ ଘର ଶେଷ ହେଲା, ମୋଜାକ୍ ମାର୍ବଲର ଚଟାଣ ହେଲା, କାନ୍ଥ ସବୁ ଡିସଟେମ୍ପରିଂ ହେଲା । ଦାମୀ ଶାଗୁଆନ୍ କାଠର କବାଟ ଝରକା ଝୁଲିଲା ଏବଂ ସେହି ସୁଦୃଶ୍ୟ ଘରର ପ୍ରତିଷ୍ଠା, ଗୃହ ପ୍ରବେଶ ଓ ଗୃହର ନାମକରଣ ଉତ୍ସବ । ଏଇ ଉତ୍ସବକୁ ଉପଲକ୍ଷ୍ୟ କରି ଆରତୀ ଆସିଥିଲା । ଆରତୀ ମୁହଁରୁ ଏକଥା ଶୁଣିବା ମାତ୍ରେ ତରା ଆଈ ସବୁଭୁଲି ଉତ୍ସବର ଆନନ୍ଦରେ ବିଭୋର ହୋଇଗଲା । ଆରତୀ ସ୍ପଷ୍ଟ କଣ୍ଠରେ କହିଲା- ଫେରିବା ବେଳକୁ କିଛି ଅସୁବିଧା ହବନି । ଅନେକ ଗାଡ଼ି ଆସିବ । ଆମ ଡ୍ରାଇଭର ଯଦି ଦୈବାତ୍ ଗାଡ଼ି ନେଇ ଅନ୍ୟ କୁଆଡ଼େ ଯାଇଥାଏ ତେବେ ଖିଆପିଆ କରିବା ମାତ୍ରେ ଯେ କେହି ତୁମ୍ଭମାନଙ୍କୁ ଏଠି ଛାଡ଼ି ଦେଇପାରିବେ ।
ଏହାର ଇଙ୍ଗିତ କେତେ ସ୍ପଷ୍ଟ । ତରା ଆଈ ବୋକୀଙ୍କ ଭଳି ବୋହୂ ମୁହଁକୁ ବଲ ବଲ କରି ଚାହିଁଲା । ଏମିତିକି ମଧୁମାଷ୍ଟ୍ରେ ମଧ୍ୟ ଅତୀତର ସବୁ ରାଗ ରୋଷ ଭୁଲି ଗୃହ ପ୍ରବେଶ ଉତ୍ସବକୁ ଯିବା ପାଇଁ ମନେ ମନେ ସଜ ହୋଇ ଯାଇଥିଲେ । ତାଙ୍କରି ପୁଅ ସହରର ଛାତି ଉପରେ ଗୋଟାଏ ପ୍ରାସାଦ ଠିଆ କରିଛି, ଏଇଟା କ’ଣ ତାଙ୍କର ଗୌରବ ନୁହେଁ ? ହେଲେ ବଡ଼ ବୋହୂର ଏ ପଦକ କଥାରେ ତାଙ୍କର ସବୁ ଆଗ୍ରହ ଯେମିତି ଫିକା ପଡ଼ି ଯାଇଥିଲା ।
ତଥାପି ସେ ଯାଇଥିଲେ । ସେଠାରେ ପହଞ୍ଚô ଦେଖିଲେ ମନୁର ଶ୍ୱଶୁର, ଶାଶୂ, ଶଳା, ଶଳାଭାଉଜ, ଶାଳୀ ସମସ୍ତେ ଓଡ଼ିଶା ବାହାରେ ରହୁଥିଲେ ବି ତିନିଦିନ ଆଗରୁ ଆସିଛନ୍ତି । ସେମାନେ ସମସ୍ତେ ମଧୁମାଷ୍ଟ୍ରେଙ୍କ ପରିବାରବର୍ଗଙ୍କୁ ଦେଖି ଅବଶ୍ୟ ଖୁସି ହେବାର ନିପୁଣ ଅଭିନୟ କଲେ । ଠିକ୍ ସମୟରେ ଖାଦ୍ୟ, ପେୟ, କୌଣସି କଥାର ଅଭାବ ରହିଲା ନାହିଁ । ତଥାପି ଏମାନଙ୍କୁ କାହିଁ ମନେ ହୋଇଥିଲା ଯେ ଯେମିତି ଗୋଟାଏ ପର ପର ଭାବ, ଅତିଥି ଭାବ । ସବୁଥିରେ ଯେମିତି ଗୋଟାଏ କାଇଦା କଟକଣାର ନୀରବ, ପରୋକ୍ଷ ଅନୁଶାସନ- ‘ୟାଡ଼େ ଯାଅନି, ଏକଥା କହନି । ଏଠି ବସନି, ଇତ୍ୟାଦି… ।’ ଯେମିତି ସ୍ୱାତନ୍ତ୍ର୍ୟ, ସ୍ୱାଚ୍ଛନ୍ଦ୍ୟ ସ୍ୱାଧୀନତା କିଛି ନାହିଁ । ଘରର ନାଁ ଦିଆହେଲା “ପକ୍ଷୀ ନୀଡ଼” । ଫେରିବା ବେଳେ ମଧୁମାଷ୍ଟ୍ରେ କହିଲେ- ‘ବୁଝିଲ ମନୁବୋଉ ଚଢ଼େଇ ବସାରେ କେବଳ ପକ୍ଷୀ ଦମ୍ପତି ଓ ପକ୍ଷୀ ଶାବକ ରହନ୍ତି । ବୁଢା ଚଢ଼େଇ ରହନ୍ତି ନାଇଁ । ତରା ଆଈ କିଛି କହିଲା ନାହିଁ ।