ଭାରତୀୟ ରୀତିରେ ଯଦିଓ ନୂଆବର୍ଷର ଆରମ୍ଭ ଭିନ୍ନଭିନ୍ନ ଆଜିକାଲି ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ଜାନୁଆରୀ ୧ ତାରିଖରେ ନୂତନ ବର୍ଷ ପାଳନ ଉନ୍ମାଦନା ବିଶେଷ ଅନୁଭୂତ ହେଉଛି । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଧର୍ମର ସୀମିତ ପରିସର ଯୋଗୁଁ ପର୍ବପର୍ବାଣି ପାଳନର ସୁଯୋଗ ନଥାଏ । ଆମ ଦେଶରେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଓ ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ରାଷ୍ଟ୍ରସେବକ ଦେଶଭକ୍ତମାନଙ୍କ ପୁଣ୍ୟତିଥି ଛାଡ଼ିଦେଲେ ବହୁ ପର୍ବପର୍ବାଣି ଆମର ଧର୍ମ ଓ ସଂସ୍କୃତି ଭିତ୍ତିକ । ଆମର ପର୍ବପର୍ବାଣି ପାଳନର ସଂଖ୍ୟା ଏତେ ବେଶି ଯେ ଆମେ ନୂଆବର୍ଷ ପାଳନ ଏପରିକି ଜାନୁଆରୀ ୧ ତାରିଖକୁ ଆଗେ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା ।
ଏହି ଅବସରରେ ଜ୍ୟୋତିଷପ୍ରେମୀ ଜନସାଧାରଣ ନୂଆବର୍ଷ କିପରି କଟିବ ଜାଣିବା ପାଇଁ ଉତ୍ସୁକତା ପ୍ରକାଶ କରୁଛନ୍ତି । ଯଦିଓ ଜାନୁଆରୀ ୧ ତାରିଖ ସହ ପୃଥିବୀ ଉପରେ ପ୍ରଭାବ ବିସ୍ତାର କରୁଥିବା ଗ୍ରହମାନଙ୍କର ସେପରି କିଛି ସମ୍ପର୍କ ନାହିଁ । ଏଠାରେ ପ୍ରଶ୍ନଉଠେ ତଥାକଥିତ ଜ୍ୟୋତିଷମାନେ ଜନସାଧାରଣଙ୍କ ଆଗ୍ରହ ଦେଖି ଯେଉଁ ଗୋଚର ଫଳ ପ୍ରକାଶ କରୁଛନ୍ତି ତାହା କେତେ ସତ୍ୟ କେତେ ମିଥ୍ୟା, କେତେଦୂର ନିର୍ଭରଯୋଗ୍ୟ?
ଗୋଟିଏ ଦିନ କହିଲେ ଆଜିର ସୂର୍ଯେ୍ୟାଦୟ ଠାରୁ ଆସନ୍ତାକାଲିର ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ସମୟ ଅବଧିକୁ କୁହାଯାଏ । ଏହିଦିନ ଓ ରାତି୍ରର ବିଭିନ୍ନ ସମୟରେ ମାହେନ୍ଦ୍ର ବେଳା, ଅମୃତବେଳା, ବକ୍ରବେଳା ଓ ରାହୁକାଳ ଆଦି ଭୋଗ ହୋଇଥାଏ । ଏକ ଦିନର ଶୁଭାଶୁଭ ସେଦିନ ଭୋଗ ହେଉଥିବା ନକ୍ଷତ୍ର ଓ ଚନ୍ଦ୍ରଙ୍କ ସ୍ଥିତି ନିର୍ଣ୍ଣୟ କରିଥାଏ । ସେହିପରି ମାସର ଶୁଭାଶୁଭ ରବି ଓ ବର୍ଷର ଶୁଭାଶୁଭ ବୃହସ୍ପତି, ରାହୁ ଓ ଶନି ନିର୍ଣ୍ଣୟ କରିଥାନ୍ତି । ଏହାମଧ୍ୟରେ ମଙ୍ଗଳ, ବୁଧ, ଶୁକ୍ରଙ୍କର ଗୋଚର ଗତିର ଫଳଥାଏ । ଏ ସମସ୍ତ ଗ୍ରହମାନଙ୍କର ଗତି ଓ ମିଶ୍ର ପ୍ରଭାବରୁ ସଠିକ୍ ଫଳ ବିଚାର କରିବା ଏକ ଦୂରୁହ ବ୍ୟାପାର ଏବଂ ଏହାର ସତ୍ୟାସତ୍ୟ ମଧ୍ୟ ସନେ୍ଦହ ଘେରରେ । ପୁଣି ଜ୍ୟୋତିର୍ବିଦମାନଙ୍କର ମତ ଯେ ଏ ସମସ୍ତ ଗ୍ରହମାନଙ୍କର ଗୋଚର ଫଳ (ଗ୍ରହ ଗତି ଯୋଗୁଁ ପୃଥିବୀରେ ପଡୁଥିବା ପ୍ରଭାବ) କୌଣସି ବ୍ୟକ୍ତି ଜୀବନରେ ସମଗ୍ର ଫଳର (ଜନ୍ମ ସମୟର ଗ୍ରହ ସ୍ଥିତି ଓ ଦଶା, ଅନ୍ତର୍ଦ୍ଦଶା, ପ୍ରତ୍ୟନ୍ତର ଦଶାର ଫଳ) ଦଶରୁ ବିଂଶ ପ୍ରତିଶତ ମାତ୍ର । ଅର୍ଥାତ୍ ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତିର ଜନ୍ମ ଜାତକରେ ଯଦି ବୃହସ୍ପତି ଶତକଡ଼ା ନବେଭାଗ ଅଶୁଭଥାଏ ତାହାର ଗୋଚର ପ୍ରଭାବରେ ବୃହସ୍ପତି ସଂପୂର୍ଣ୍ଣ ଶୁଭହେଲେ ଅତିବେଶୀରେ ବିଂଶଭାଗ ଶୁଭତ୍ୱ ଦେଲେ ସେହି ବ୍ୟକ୍ତିଟି ସେ ବର୍ଷ ବୃହସ୍ପତିଙ୍କର ମନ୍ଦ ପ୍ରଭାବ ୭୦% ଭାଗ ଭୋଗିବ । ଅର୍ଥାତ୍ ଗୋଚର ଶୁଭ ତା’ର ଅନୁଭବରେ ଆସିବ ନାହିଁ ।
ଜ୍ୟୋତିଷରେ ସାଧାରଣତଃ ତିନିପ୍ରକାର ଲଗ୍ନର ବ୍ୟବହାର ଦେଖାଯାଏ । ଯଥା- ଜନ୍ମ ଲଗ୍ନ, ରବି ଲଗ୍ନ ଓ ଚନ୍ଦ୍ର ଲଗ୍ନ ଯଦିଓ ପାକ ଲଗ୍ନ, ବୀଜଲଗ୍ନ, ନବାଂଶ ଲଗ୍ନ ଆଦି ବହୁ ଲଗ୍ନ ସଠିକ୍ ଫଳ ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଏ ।
ପାଶ୍ଚାତ୍ୟ ପଦ୍ଧତିରେ ରବି ଲଗ୍ନକୁ ବିଚାର କରି ଗୋଚର ଫଳ କୁହାଯାଏ । ଆମ ଭାରତରେ ମୁଖ୍ୟତଃ ଚନ୍ଦ୍ରଲଗ୍ନ ବା ରାଶିକୁ କେନ୍ଦ୍ର କରି ଗ୍ରହମାନଙ୍କର ଗୋଚର ଫଳ କୁହାଯାଏ । ପ୍ରାଚୀନ କାଳରେ ବ୍ୟକ୍ତି ତା’ର ଗ୍ରହ ନକ୍ଷତ୍ର ମନେରଖି ପାରୁନଥିବାରୁ ଜନ୍ମ ରାଶି ନକ୍ଷତ୍ର ପାଦ ଅନୁସାରେ ନାମକରଣ କରାଯାଉଥିଲା । କେବଳ ନାମ କହିଲେ ଜ୍ୟୋତିଷୀମାନେ ନାମରୁ ରାଶି ନକ୍ଷତ୍ର ଆନୟନ କରି ଫଳ କହି ହେଉଥିଲେ । ଏହି ସମାନ କାରଣରୁ ମଧ୍ୟ କେହି ନିଜ ଜନ୍ମ ଜାତକର ଲଗ୍ନ ମନେ ରଖିପାରୁନଥିଲେ । ଜ୍ୟୋତିଷ ଶାସ୍ତ୍ରମାନଙ୍କରେ ଜନ୍ମ ଜାତକର ଲଗ୍ନରୁ ଗୋଚର ଫଳ ଅଧିକ ସଠିକ୍ ଭାବରେ କହିବାର ସୁଯୋଗ ଥିଲେ ମଧ୍ୟ ଏହା ବିଶେଷ ଭାବରେ ବ୍ୟବହୃତ ହେଉନଥିଲା । ଆଜିକାଲି ଏହି କମ୍ପୁ୍ୟଟର ଯୁଗରେ ସମସ୍ତେ ଗୋଟେ ଗୋଟେ ଜ୍ୟୋତିଷୀ । ଅବଶ୍ୟ ଗଭୀର ଅଧ୍ୟୟନ ନଥାଇ ଜ୍ୟୋତିଷର ପ୍ରାରମ୍ଭିକ ଜ୍ଞାନ ଯୋଗୁଁ ଅଧାଗୁଣିଆକୁ ଭୂତ ମାରେ ଅବସ୍ଥା ଭୋଗୁଛନ୍ତି । ଜ୍ୟୋତିଷ ସମ୍ବନ୍ଧରେ ବହୁଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ଏହି ଅନଭିଜ୍ଞ ଓ ଅଳ୍ପଜ୍ଞ ଜ୍ୟୋତିଷମାନଙ୍କ ଯୋଗୁଁ ସୃଷ୍ଟି ହେଉଛି ।
(୨) ଗୋଚରରେ ଜନ୍ମ ଲଗ୍ନଠାରୁ ଶୁଭସ୍ଥା (ପରାଶର ହୋରା ଓ ଫଳ ଦୀପିକା ମତରେ)
ରବି : ୩, ୪, ୬, ୧୦, ୧୧, ୧୨
ଚନ୍ଦ୍ର : ୩, ୬, ୧୦, ୧୧
ମଙ୍ଗଳ : ୧, ୩, ୬, ୧୦, ୧୧
ବୁଧ : ୧, ୨, ୪, ୬, ୮, ୧୦, ୧୧
ବୃହସ୍ପତି : ୧, ୨, ୪, ୫, ୬, ୯, ୧୦, ୧୧
ଶୁକ୍ର : ୧, ୨, ୩, ୪, ୫, ୮, ୯, ୧୧
ଶନି : ୧, ୩, ୪, ୬, ୧୦, ୧୧
(୩) ଗ୍ରହମାନେ ଜନ୍ମ ନକ୍ଷତ୍ରରେ ଗତିକଲେ- ସମଫଳ
ଜନ୍ମନକ୍ଷତ୍ରଠାରୁ ୨ୟ, ୪ର୍ଥ, ୬ଷ୍ଠ, ୮ମ ଓ ୯ମ ସ୍ଥାନରେ ଗତିକଲେ ଶୁଭଫଳ ଜନ୍ମ ନକ୍ଷତ୍ରଠାର ୩ୟ, ୫ମ ଓ ୭ମ ସ୍ଥାନରେ ଗତିକଲେ ଅଶୁଭଫଳ ଦେଇଥାନ୍ତି ।
(୪) ଗୋଚରରେ ଗତି କରୁଥିବା ଗ୍ରହମାନେ ଯେଉଁ ରାଶି ବା ଗୃହରେ ଗତି କରୁଥିବେ ସେହି ରାଶି ବା ଗ୍ରହର ପ୍ରଭାବରେ ପ୍ରଭାବିତ ହୋଇଥାନ୍ତି ।
(୫) ଯେଉଁ ରାଶିରେ ଅଷ୍ଟକ ବର୍ଗର ସର୍ବାଧିକ ଶୁଭବିନ୍ଦୁ ଥାଏ ସେଠାରେ ଅଧିକ ଶୁଭଫଳ ଦେଇଥାନ୍ତି ।
(୬) ମୂଳ ଗ୍ରହ ଯଥା : ବୃହସ୍ପତି ଓ ଶନିଙ୍କର ଜନ୍ମଜାତକରେ ଯେଉଁ ଗୃହରେ ବା ରାଶିରେ ଥାନ୍ତି ସେଠାରୁ କେତେ ରାଶି ବା ଗ୍ରହ ଦୂରରେ ଗୋଚରରେ ଗତି କରନ୍ତି ତାହା ମଧ୍ୟ ଗୋଚର ଫଳକୁ ପ୍ରଭାବିତ କରେ ।
ଗୋଚରରେ ଗ୍ରହାଣାଂ ଫଳ ପାକ ସମୟ : ରାଶିରେ ପ୍ରବେଶ କରିବା ସମୟରେ ସୂର୍ଯ୍ୟ ଓ ମଙ୍ଗଳ ରାଶିର ମଧ୍ୟରେ ଶୁକ୍ର, ବୃହସ୍ପତି, ରାଶିର ଅନ୍ତରେ ଶନି ଓ ଚନ୍ଦ୍ର ତଥା ବୁଧ ସର୍ବଦା ନିଜର ଫଳ ଦେଇଥାନ୍ତି ।
ଗନ୍ତବ୍ୟ ରାଶି ପ୍ରବେଶ ପୂର୍ବରୁ ଫଳଦାନ ସମୟ : କୌଣସି ରାଶି ପ୍ରବେଶର ୫ଦିନ ପୂର୍ବରୁ ସୂର୍ଯ୍ୟ, ଆଠଦିନ ପୂର୍ବରୁ ମଙ୍ଗଳ, ସାତଦିନ ପୂର୍ବରୁ ବୁଧ, ନବଦିନ ପୂର୍ବରୁ ଶୁକ୍ର, ୩ଘଡ଼ି ପୂର୍ବରୁ ଚନ୍ଦ୍ର, ତିନି ମାସ ପୂର୍ବରୁ ରାହୁ, ଛଅ ମାସ ପୂର୍ବରୁ ଶନି, ଦୁଇମାସ ପୂର୍ବରୁ ବୃହସ୍ପତି ଗନ୍ତବ୍ୟ ରାଶିର ଫଳ ଦେବା ଆରମ୍ଭ କରିଦିଅନ୍ତି ।
ଗୋଚରରେ ବୃହସ୍ପତି ଫଳ
(୨) ଶୁଭଫଳ- ଜୀବେ ଦ୍ୱିତୀୟେ ଧନଧାନ୍ୟ ଭୋଗୀ
ସୁତାର୍ଥ ଲାଭ ନବ ପଞ୍ଚକେଷୁ
ଯାମିତ୍ର ସଂସ୍ଥେ ବିପୁଳାଚ ଲକ୍ଷ୍ମୀ
ଶ୍ଚୈକାଦଶେ ସର୍ବଂ ଫଳଂ ଦଜାତି ।
(ଖ) ଅଶୁଭ ଫଳ- ଜନ୍ମାଶୌ ସୁରାଚାର୍ଯେ୍ୟ ରାମୋରାଜା ବନଂଗତଃ
ତୃତୀୟେଚ ବଳିର୍ବଦେ୍ଧା ଚତୁର୍ଥେ ବିଂଶଲୋଚନଃ
ଦ୍ୱାଦଶେ ସଗରୋ ରାଜା ଦଶମେ ମଧୁ କୈଟଭୌଃ
ଅଷ୍ଟମେ କୁରୁରାଜା ଚ ଷଷ୍ଠେ କର୍ଣ୍ଣୋ ନିପାତିତଃ
ବୃହସ୍ପତିଙ୍କୁ ଛାଡ଼ି ଅନ୍ୟ ଗ୍ରହମାନଙ୍କୁ ପ୍ରଯୁଜ୍ୟ-
କର, ଶର, ଜନ୍ମ ଚାଷ୍ଟୌ ମୃତୁ୍ୟଯୋଗେ ନିପାତ
ନବ, ଋଷି, ଅନ୍ତ ବେଦୌ ପୁତ୍ରନାଶଽପଘାତ
ରସ, ଦଶଽନଳ ଲାଭଃ ନୃପଯୋଗେ ପ୍ରତିଷ୍ଠା
ସକଳ ବିଭୂତିଯୋଗ ରାହବେ ରୁଦ୍ର ଖ୍ୟାତଃ ।
(ବି.ଦ୍ର: କର-୨, ଶର-୫, ଜନ୍ମ-୧, ଚାଷ୍ଟୌ-୮, ନବ-୯, ଋଷି-୭, ଅନ୍ତ-୧୨, ଅନଳ-୩, ଲାଭଚ-୧୧, ରୁଦ୍ର-୧୧)
ଗ୍ରହମାନଙ୍କର ଫଳ କଥନର ମୂଳକଥା
(୧) ସକଳଂ ତୁ ଫଳଂ ନୈବ କାସାମାପି ବିନିର୍ଦ୍ଦିଶେତ୍
ସ୍ୱ ସ୍ୱ କର୍ମାନୁସାରେଣ ଗ୍ରହାଃ ଫଳ କରାବୈ
– କୌଣସି ପ୍ରାଣୀର ସମସ୍ତ ଫଳ ଘଟେ ନାହିଁ । କାରଣ ଗ୍ରହମାନେ ପ୍ରତ୍ୟେକ ପ୍ରାଣୀକୁ କର୍ମାନୁସାରେ ଫଳ ଦିଅନ୍ତି । ଗ୍ରହରୂପୀ ଜନାର୍ଦ୍ଦନଃ ।
(୨) କାଳଦେଶ କୁଳାଚାର ସଙ୍ଗ କର୍ମାନୁସାରତଃ
ଦିଶନ୍ତି ଫଳମେ ତେହି ଗ୍ରହାଃ ସୂକ୍ଷ୍ମ ପ୍ରମାଣତଃ
ଗ୍ରହଗଣ ଦେଶ କାଳ, କୁଳାଚାର, କର୍ମ ସତ୍ସଙ୍ଗ ବା କୁସଙ୍ଗ ଅନୁସାରେ ସମୟାନୁକୂଳ ଫଳଦାୟକ ହୋଇଥାନ୍ତି ।
(୩) ଦେବତା ଗୁରୁ ସେବା ତୋ ବିମୁଖା ଦମ୍ଭଲମ୍ପଟାଃ
ଗ୍ରହାଣାଂ ଫଳ ମାଖ୍ୟାତୁ ନୈବ ଶଙ୍କାଃ କଥଞ୍ଚନ ।
ଦେବତା ଓ ଗୁରୁଜନଙ୍କ ସେବା ବିମୁଖ ଦମ୍ଭୀ ଓ ଲମ୍ପଟମାନେ ସମଗ୍ର ଫଳ କହିବାରେ ଅସମର୍ଥ ହୋଇଥାନ୍ତି ।
ଗୋଚରରେ ଗ୍ରହମାନଙ୍କ ଗୋଟିଏ ରାଶିରେ ଭୋଗ କାଳ-
ଗ୍ରହ ରାଶିଭୋଗ କାଳ ନକ୍ଷତ୍ର ଭୋଗ କାଳ
ରବି ୧ ମାସ ୧୩ଦିନ
ଚନ୍ଦ୍ର ୫୬ଘଣ୍ଟା ୨୪ଘଣ୍ଟା
ମଙ୍ଗଳ ୪୫ଦିନ ୧୯ଦିନ
ବୁଧ ୨୭ଦିନ ୧୩ଦିନ
ବୃହସ୍ପତି ୧୨ମାସ ୧୬୦ଦିନ
ଶୁକ୍ର ୨୭ଦିନ ୧୩ଦିନ
ଶନି ୩୦ମାସ ୪୦୦ ଦିନ
ରାହୁ ୧୮ମାସ ୨୪୩ଦିନ
କେତୁ ୧୮ମାସ ୨୪୩ଦିନ
ଗୋଚର ଫଳ କଥନରେ ବହୁବିଧ ସତର୍କତା ଅଭାବରୁ ଏହା ସଂପୂର୍ଣ୍ଣ ଠିକ୍ ହେଉନାହିଁ । ଏହାଦ୍ୱାରା ଜନସାଧାରଣ ବିଭ୍ରାନ୍ତିର ଶିକାର ହେଉଛନ୍ତି ଏବଂ ଜ୍ୟୋତିଷ ପ୍ରତି ଆସ୍ଥା ଓ ବିଶ୍ୱାସ ତୁଟି ଯାଉଛି । ସର୍ବରୋଗ ନିବାରକ ଔଷଧ ଯେପରି କୌଣସି ରୋଗକୁ ଭଲ କରିପାରେ ନାହିଁ ସେହିପରି ଗୋଚର ଫଳର ଅବସ୍ଥା । ମୂଳ ଜାତକର ଫଳ କଥନରେ ଗୋଚର ଫଳ ସାହାଯ୍ୟ କରିଥାଏ ମାତ୍ର ।