ମୋ ମନକୁ ଏକଥା କାହିଁକି ଆସିଲା କେଜାଣି; କହିଦେଲି; ମା’ ମୁଁ ସିନା ମାଳ ଆଣୁଛି କିନ୍ତୁ ଏସବୁ ମୋ ଝିଅ ବାଡ଼ିର । ତା’ରି ଲାଗି ତୁ ଫୁଲ ପାଉଛୁ । ମଣ୍ଡି ହେଉଛୁ । ତା’ ଗୁହାରି ଶୁଣ ମା’ । ତା’ କୋଳପୂର୍ଣ୍ଣ କର । ମୁଁ ତ ଏତିକି କହିଛି: ମା’ ମଥାରୁ ମନ୍ଦାର ଫୁଲଟା ଖସି ପଡ଼ିଲା । ବଡ଼ପଣ୍ଡା ଫୁଲଟି ଆଣି ମୋ ହାତକୁ ବଢ଼ାଇଦେଲେ । ମା’ ପରା ସିଏ । ସବୁ ଜାଣେ । ନେ’ ଫୁଲଟିକୁ ମୁଣ୍ଡରେ ମାରି ରଖ । ତୋ’ ମନୋବା‚ା ସେ ନିଶ୍ଚେ ପୂରଣ କରିବେ ।
ଗଛରେ ଗୋଟେ ବି ଫୁଲ ରଖେନା ବୁଢ଼ାଟା ।
ଖାଲି ଫୁଲ କାହିଁକି; ଫୁଲ ସହିତ କଢ଼ମାନଙ୍କୁ ବି ଦୁହିଁ ଦେଇଥାଏ । ଆଉ କେବେ; ଡାହି ଭିଡ଼ି ଫୁଲ ତୋଳୁ ତୋଳୁ ଭାଙ୍ଗି ଦେଇଥାଏ ଡାଳ ।
ସୋନି ବିରକ୍ତ ହୁଅନ୍ତି ।
ସକାଳୁ ସକାଳୁ ସଂଜୟଙ୍କୁ ନିଦରୁ ଉଠାଇ କୁହନ୍ତି: ଯା’ ଦେଖିବ ସେ ବୁଢ଼ା କ’ଣ କରିଛି? ଫୁଲ ତ ଯାହା ନେଇଛି ଗଛ ଡାଳ ବି ଭାଙ୍ଗି ଦେଇ ଯାଇଛି । ତମେ ସେ ବୁଢ଼ାକୁ ମନା କରୁନ କାହିଁକି? ଓଲଟି କହୁଛ; ନେଉ । ଆମେ କ’ଣ ତା’ରି ପାଇଁ ଫୁଲ ଗଛ ଲଗାଇଛେ? ବଗିଚା କରି ଏତେ ପଇସା ଖର୍ଚ୍ଚ କରୁଛେ?
ସଂଜୟ କିଛି ବି କୁହନ୍ତିନି ।
ସୋନି କହି ଚାଲନ୍ତି; ଆମ ଘରେ କ’ଣ ଦିଅଁ ଦେବତା ନାହାନ୍ତି? ତା’ହାତ କେମିତି ଯାଉଛି? କୋଉ ଗଛରେ ଦି’ ଚାରିଟା ଫୁଲ ହେଲେ ଛାଡ଼ି ଯାଇଥାନ୍ତା । ସେ ବୁଢ଼ା ବି ପାଚେରି ଡେଇଁ ଏପଟକୁ ଆସିଲା ବେଳେ ଝୁଣ୍ଟି ପଡୁନାହିଁ କେମିତି? ହାତ ଗୋଡ଼ ଭାଙ୍ଗୁନି କେମିତି?
ସଂଜୟ ଉଠି ପଡ଼ନ୍ତି ଏମିତି କଥାରେ । ବିରକ୍ତ ହୋଇ କୁହନ୍ତି; ଏତେ ବୟସ୍କ ଲୋକଟାକୁ ତମେ ଶୋଧୁଛ? ଅମଙ୍ଗଳ ଚିନ୍ତା କରୁଛ ତା’ର!
କହିବି ନାହିଁ କି ଚିନ୍ତା କରିବିନି ଯଦି ତମେ ବଜାର ଯା’ । ଫୁଲ ଆଣ ଏବେ । ପୂଜା କରିବି ।
ସଂଜୟ ଆଉ କିଛି କୁହନ୍ତି ନାହିଁ । ବାଡ଼ିପଟକୁ ଯାଇ ଫୁଲ ଖୋଜନ୍ତି । କୋଉ ପତ୍ର ସନ୍ଧିରେ ଲୁଚିଥିବା ଗୋଟେ ଯୋଡ଼େ ଫୁଲ ତୋଳି ଆଣନ୍ତି । ନତୁବା ସବୁ ସବୁ ଗଛରୁ ଗୋଟେ ଗୋଟେ ପତ୍ର ଆଣି ଧରାଇ ଦିଅନ୍ତି ସୋନିଙ୍କୁ ।
ସୋନି ପତ୍ରଗୁଡାକୁ ଧରନ୍ତି, ପଚାରନ୍ତି; କ’ଣ ହେବ ଏ?
ସଂଜୟ ବୁଝାଇ ଦିଅନ୍ତି; ଫୁଲ କ’ଣ? ପତ୍ର କ’ଣ? ସବୁ ତ ତାଙ୍କରି ସୃଷ୍ଟି ।
ସୋନି ସେଇ ଏକା ଯୁକ୍ତି କରନ୍ତି; ଆମେ ଫୁଲଗଛ ଲଗାଇବା । ଠାକୁରଙ୍କୁ ପତ୍ର ଦେବା? ତମେ ସେ ବୁଢ଼ାକୁ ଥରେ ମନା କରିବନି କାହିଁକି?
କେମିତି ମନା କରିବି? ଫୁଲ ନେଲାବେଳେ ମୁଁ କ’ଣ ଦେଖୁଛି? ତା’ପରେ ତମେ ସିନା ବୁଢ଼ାଟାକୁ ସନେ୍ଦହ କରୁଛ କିନ୍ତୁ ଆଖିରେ ଦେଖିଛ କି? ହୁଏତ ଆଉ କିଏ ନେଉଥିବ ।
ଆଉ କିଏ? ତମେ ସେ ବୁଢ଼ାକୁ ଦେଖୁଛନା ନାଇଁ? ସବୁଦିନ ମନ୍ଦିରକୁ ଯେଉଁ ଜରିଏ ଫୁଲ ନେଇଯାଉଛି ଆଣୁଛି କୋଉଠୁ? ତା’ ପୁଅର ଅଟୋକୁ ଦେଖୁଛ ତ? ଏତେ ବଡ଼ ମାଳ ଝୁଲାଇ ଯାଉଛି ପରା । ସବୁ ଆମ ବାଡ଼ି ଫୁଲ । ଗଛ ମୁଁ ଲଗାଇଛି କ’ଣ ଫୁଲ ଚିହ୍ନିପାରିବିନି?
ସୋନିଙ୍କ ଯୁକ୍ତି ସତ । ସବୁଦିନ ବୁଢ଼ା ଜରିଏ ଫୁଲ ନେଇ ମନ୍ଦିର ଯିବାର କି ଅଟୋରେ ବିରାଟ ମାଳ ଝୁଲାଇବାର; ଦେଖିଛନ୍ତି ସେ । ଚିହ୍ନି ବି ପାରନ୍ତି ଯେଉଁ କେତୋଟି ଦରଫୁଟିଲା ଗୋଲାପ କଢ଼ିକୁ ନିରେଖି; ଫୁଲଟା କେତେବଡ଼ ହେବ, ବାସ୍ନା କେମିତି କି ଗଛରେ ରହିଲେ କେତେ ଦିନ ଯାଏଁ ସତେଜ ରହିବ ଭାବିଥାନ୍ତି ସେଇ ସେଇ ଫୁଲମାନ ଥାଏ ସେ ମାଳରେ । କିନ୍ତୁ ସେ ମନା କରିବେ କେମିତି? କହିବେ ବା କ’ଣ? ନିଜ ଆଖିରେ ଦେଖିଲେ ସିନା । ନୋହିଲେ ନୂଆ କରି ଘର କରୁ କରୁ ପଡୋଶୀଙ୍କୁ ସନେ୍ଦହ କରିବା କି କଳି କରିବା କଥାଟା ସୁନ୍ଦର ହେବକି? ତା’ପରେ କାହା ପାଖରେ ମାସେ ପନ୍ଦର ଦିନ ରହି ଅପଡ଼ ହେଲେ ଯାଏ ଆସେନା; ଘର କରି ପୁରୁଷ ପୁରୁଷ ଧରି ରହିବାକୁ ହେବ ଯେ!
ସଂଜୟ ଯେମିତି ବି ବୁଝାଇଲେ ସୋନି ସେମିତି ଅବୁଝା ହେଲେ । କହିଲେ : ଆଜି ପାହାନ୍ତାରୁ ଉଠ । ଦେଖିବ । ସେଇ ବୁଢ଼ା ବ୍ୟତୀତ ଆଉ କିଏ ଫୁଲ ନେଉ ନଥିବ ।
ସଂଜୟ ଆଉ କିଛି କହିନଥିଲେ ।
ସୋନି ବି ।
ଡେରିରେ ଶୋଇ ଡେରିରେ ଉଠିବା ଅଭ୍ୟାସ ହେତୁ; ଭୋର୍ ପାଞ୍ଚଟାରେ ମୋବାଇଲ ଆଲାରାମ୍ ଯେତେବେଳେ ଘନଘନ ଶବ୍ଦ କଲା, ଧଡ଼ପଡ଼ ହୋଇ ଉଠି ପଡ଼ିଲେ ସଂଜୟ । ବିରକ୍ତ ହୋଇ ସୋନିଙ୍କୁ କ’ଣ କ’ଣ କହିଦେବାକୁ ଚାହୁଁଥିଲେ । ମାତ୍ର ଫୁଲ ପୁଳାଏକୁ ନେଇ ଏତେ ଯୁକ୍ତି ପରେ ଆଉ କ’ଣ କହିଥାନ୍ତେ? ସୋନି ବି ଟର୍ଚ୍ଚଟାଏ ଧରି ଛିଡ଼ା ହୋଇସାରିଥିଲେ ତାଙ୍କ ପାଖରେ ।
ବାଡ଼ିପଟ ଝରକା ଖୋଲିଲେ ଦିଶିଯିବ ପାଚେରି । ଦିଶିବ ପାଚେରି ଡେଇଁ କେହି ଆସ ଯା’ କଲେ । ଦିଶିବ ବି ତରାଟ ଗଛର ଖଣ୍ଡେ ଡାଳ । ଯଦି ଟିକେ ଉଚ୍ଚା କରି ପିଢ଼ାଟାଏ ବି ପକାଇ ଛିଡ଼ା ହେଲେ ଦିଶିଯିବ ବଗିଚାର ଛୋଟ ଛୋଟ ଗଛ । ଗେଣ୍ଡୁ, ମଲ୍ଲି କି ଗୋଡ଼ିବାଣ ।
ସୋନି ଘର ଭିତର ଆଲୁଅ ଦେଲେ । କବାଟ ଟାକୁ ଆଉଜାଇ ଅଳ୍ପ ଫାଙ୍କ କଲେ । ସେଇ ପାଙ୍କ ଦେଇ ଧାରେ ଆଲୁଅରେ ଚାଲି ଆସିଲେ ଝରକା ଯାଏଁ । କାଳେ ପୂରା ଆଲୁଅ ହେଲେ ବୁଢ଼ା ଜାଣିଯିବ; ଲୁଚି ଛପିଯିବ କେଉଁଠି ଏକଥା କହି ସେ ସଂଜୟଙ୍କୁ ଡାକି ଆଣିଲେ । ତାଙ୍କ କାନ ପାଖରେ ଚୁପ୍ଚୁପ୍ କହିଲେ; ଝରକାଟାକୁ ଧୀରେ ଖୋଲ । ଯେମିତି ଖୁଡ୍ କି ବି ଶବ୍ଦ ନହୁଏ ।
ଝରକା ଉପରେ ହାତ ପକାଇ; ଆସ୍ତେ… ଖୁବ୍ ଆସ୍ତେ.. ସଂଜୟ ଖସାଇନେଲେ ହୁକ । ସେମିତି ସତର୍କରେ ଖୋଲିଲେ ଝରକା ।
ବାହାରେ ଅନ୍ଧାର ।
ନା’ ଗଛ ଦିଶୁଛି ନା ଫୁଲ ।
ନା’ ମଣିଷ ନା’ ଟର୍ଚ୍ଚ ।
ସଂଜୟ କହିଲେ; ଏବେତ କିଛି ଦିଶୁନି । ଏତେ ରାତିରୁ କିଏ କାହିଁକି ଫୁଲ ନେବାକୁ ଆସିବ?
ସଂଜୟଙ୍କ ପାଦ ତଳକୁ ପିଢ଼ାଟାକୁ ଥୋଇଦେଲେ ସୋନି । ଚୁପିଚୁପି କହିଲେ; ସେ ବୁଢ଼ା ଆଉଟିକକୁ ଆସିବ । ଟର୍ଚ୍ଚ ମାରିବ । ଫୁଲ ନେବ । ତା’ରି ଲାଗି ମୁଁ ବାଡ଼ିପଟ ଲାଇଟ ଦେଉନି । ସେ ବୁଢ଼ା ବି ଫୁଲ ରଖୁନି । ଟିକେ ଅପେକ୍ଷା କର । ଯେମିତି ପାଚେରି ଡେଇଁବ କବାଟ ଖୋଲି ତା’ ପାଖକୁ ଚାଲିଯିବା । ଶୁଣାଇଁଦେବା ଦି’ପଦ ଭଲ କରି ।
ସଂଜୟ କିଛିବେଳ ପିଢ଼ା ଉପରେ ଠିଆ ହୋଇ ରହିଲେ । କିଛି ଘଟଣା ଘଟିବାରୁ ପିଢ଼ା ଉପରୁ ଖପ୍ କରି ଡେଇଁ ପଡ଼ି କହିଲେ: ଫୁଲକୁ ଜଗି ଆମେ ଛିଡ଼ା ହୋଇଥିବା ନା’ କ’ଣ? ଚାଲୁନ ଫୁଲ ନେଇଆସିବା । ଉଠିଲେଣିତ ।
ଆମେ କ’ଣ ଫୁଲ ଜଗିଛେ? ସେ ବୁଢ଼ାକୁ ନା ତମେ ବି ଏମିତି ବ୍ୟସ୍ତ କାହିଁ ହେଉଛ? ଆଠ ପୂର୍ବରୁ ତ କୋଉଦିନ ଉଠିବନି । ମୁଁ ବି କାହିଁ ତମ ସହିତ ଝେକେଝେକେ ହେବି ସବୁଦିନ । ବୁଢ଼ାଟା ଧରାପଡ଼ିଗଲେ ତ ଗଲା ।
ସଂଜୟ ସୋନିଙ୍କ କଥାର ପ୍ରତ୍ୟୁତ୍ତର ନଦେଇ ବାଡ଼ି ପଟକୁ ଚାଲିଗଲେ । କବାଟ ଖୋଲିଲେ । ଲାଇଟ୍ ଲଗାଇଲେ । ଚାଲିଗଲେ ଗଛ ପାଖକୁ ।
ଏ କ’ଣ?
ଗଛରେ ଗୋଟେ ବି ଫୁଲ ନାହିଁ!
ଦରଫୁଟିଲା ଗୋଲାପ କି ଗେଣ୍ଡୁ । ରଜନୀଗନ୍ଧା କି ଗୋଡ଼ିବାଣ ।
ଶ୍ରୀହୀନ ଗଛମାନଙ୍କରୁ ମୁହଁ ଫେରାଇ ସଂଜୟ ଚାହିଁଦେଲେ ସୋନିଙ୍କୁ ।
ଦେଖୁଛ? ଦେଖୁଛ ତ ସେ ବୁଢ଼ାକୁ । ଫୁଲ ନେବ ବୋଲି ସେ ପରା ରାତିରେ ଶୋଉନି, ତମେ ଆଖିରେ ଦେଖିଲେ କହିବ କ’ଣ କହୁଛ? ସେ ବୁଢ଼ା ଖରାପ ଭାବୁ । ପଡ଼ୋଶୀ ହୋଇ ଆମର ତା’ ସହିତ ନଚଳିବା ପଛେ ମନା କର ତାକୁ । ସଫା କହିଦିଅ ତା’ ସୀମାରେ ସେ ରହୁ । ଯଦି ତମେ ସିଧା କହିବାକୁ ଏତେ ଡରୁଛ ସକାଳୁ ସକାଳୁ ମୁଁ ଦେଖାଇ ଶିଖାଇ ଏମିତି କହିବି ସେ ବୁଢ଼ା କ’ଣ ଫୁଲନେବ; ତା’ ପୁଅ ବି ଏ ବାଡ଼ିକୁ ଚାହିଁବେନି । ତମ ବୋଲରେ ପଡ଼ି, ସମ୍ମାନ ଜଗି ମୁଁ କ’ଣ ମୋ ବଗିଚାକୁ ଉଜାଡ଼ିଦେବି? ନା’ ସବୁଦିନ ଏମିତି ରାତିଅଧରୁ ଉଠି ପାଲା କରିବି?
ସଂକଟରେ ସଂଜୟ । ତେବେ ସୋନିଙ୍କୁ ଶାନ୍ତ କରିବାକୁ ଯାଇ କହିଦେଲେ; ଆଜି ସିନା ଆମେ ଦେଖି ପାରିଲେ ନାହିଁ, ଦିନେନା ଦିନେ ଦେଖିବା କ’ଣ କହୁଛ? କାଲି । କାଲି ରାତି ଚାରିରୁ ଉଠିବି । ଦେଖିବି ସେ ବୁଢ଼ା କେମିତି ଧରା ନପଡ଼ିବ ।
ରାତି ଚାରି ।
ସେମିତି ବାଜିଲା ଆଲାରାମ୍ ।
ସେମିତି ପାଦ ଚାପି, ହାତ ଧୀର କରି ଖୋଲାଗଲା ଝରକା । ବାହାରେ ସେମିତି ଅନ୍ଧାର । ନା’ ଗଛ, ନା’ ମଣିଷ ଦିଶିଲେ । ନା’ ଟର୍ଚ୍ଚ ପଡ଼ିଲା ବହୁବେଳଯାଏଁ ।
ଅଥଚ ସେଇ ଏକାଦଶା ।
ଗଛରେ ଗୋଟେ ବି ଫୁଲ ନାହିଁ ।
ସୋନି କହିଲେ; ଆମେ ତ କବାଟ, ଝରକା ରାତି ବାରଯାଏଁ ଖୋଲା ରଖୁଛେ । ବୁଢ଼ା ଆସୁଛି କେତେବେଳେ? ଆଉ କ’ଣ ଆମକୁ ଛକି କବାଟ ଦେଉ ଦେଉ ଚାଲିଆସୁଛି? କାଲି ତିନିଟା ରାତିକୁ ଉଠିବି ।
ଫୁଲହୀନ ଗଛମାନଙ୍କୁ ଚାହିଁ ନିଜେ ଉଦାସୀ ହେଉ ହେଉ ସୋନିଙ୍କର ଏ ଯୋଜନା ହତାଶା କରାଉଥିଲା ସଂଜୟଙ୍କୁ । ସେମିତି ଏକ ସ୍ୱରରେ ସେ କହିଲେ; ସେ ଫୁଲ କିଏ ନେଉଛି ନେଉ । ଆମ ଦିଅଁ ପତ୍ର ପଛେ ଲଗାନ୍ତୁ । ଏ ରାତି ଅନିଦ୍ରା କଥା ଆଉ କୁହନା ।
ଠିକ୍ ଅଛି । କାଲି ସବୁ ଗଛ ହାଣିଦେବି । ଯେତେ ଚାରା ପୋତିଛି ସବୁ ଉପାଡ଼ି ଦେବି । ଚାଲ ଶୋଇବା ।
ସୋନି ଚେତାବନୀ ଦେଇ ଚାଲିଆସିଲେ ଘର ଭିତରକୁ । ସେତିକି ଜୋର୍ରେ ଆସିପାରୁନାହାନ୍ତି ସଂଜୟ ।
ସତରେ କ’ଣ ସୋନି ଗଛଗୁଡ଼ା କାଟି ପକାଇବେ? ନୂଆଚାରା ସବୁ ଉପାଡ଼ି ପକାଇବେ? ଝରକା ଖୋଲି ଯେଉଁ ସବୁଜ ସତେଜ ଡାହିଡାଳ ଦେଖି ସେ ଖୁସି ହେଉଥିଲେ; ବଗିଚାରେ ଲାଗି ସମୟ ସାରୁଥିଲେ ସେସବୁଥିରୁ ଦୂରେଇ ରହିବେ ସୋନି! ସେମିତି ହେଲେ ତ ସେ ବେଶି ଚିଡ଼ିଚିଡ଼ି ହେବେ । ମୋ ସାତପୁରୁଷ ଉଝାଳିବେ; ମୁଣ୍ଡ ବିଗାଡ଼ିବେ । ସୋନି ଯେମିତି ଜିଦିଖୋର୍ କେଉଁ କଥାଟାବି ଅସମ୍ଭବ ତାଙ୍କ ଲାଗି!
ସତକୁ ସତ-
ସୋନି ବଗିଚାକୁ ଗଲେନି ।
ନୂଆ ଗଛର ଯତ୍ନ ନେଲେନି ।
ଗଛରେ ପାଣିଦେଲେ କି ବଗିଚାକୁ ଗଲେ ସଂଜୟଙ୍କୁ ବି ବାରଣ କଲେ ।
ବଜାରରୁ ଫୁଲ ଅଣାଇଲେ । ଫୁଲ କି ବଗିଚାକୁ ନେଇ ତାଙ୍କର ଯେ କିଛି ଯୋଜନା ଥିଲା ଜୋର୍ କରି ଭୁଲିବାକୁ ଚାହିଁଲେ ।
ଆଜି;
ସଂଜୟ ଅଫିସ୍ରୁ ଫେରିଛନ୍ତି ।
ସୋନି ପାଖରେ ବସିଛନ୍ତି ।
ଏତେ ରାତିରେ? କିଏ?
କଲିଂବେଲ୍ଟାକୁ ଚାପିଧରିଛି ଅଭଦ୍ରଙ୍କ ପରି! ହାତ କାଢ଼ୁନାହିଁ ।
ସୋନି ଦଉଡ଼ିଗଲେ । ପରଦା ଆଡ଼େଇ ଚମକି ପଡ଼ିଲେ ।
ସାମ୍ନାରେ ସେଇ ବୁଢ଼ାଟା ।
ହାତରେ ଧରିଛି ଭୋଗପୁଡ଼ିଆଟାଏ, ଭୋଗ ଉପରେ ଥୁଆ ହୋଇଛି ତାଙ୍କ ନୂଆଗଛର ବାଦାମୀ ରଙ୍ଗର ଶେଷ ମନ୍ଦାର ଫୁଲଟି ।
ଫୁଲଟି ଉପରେ ନଜର ପଡ଼ିଛି ତ ସୋନିଙ୍କ ଶିରାପ୍ରଶିରା ଶିରିଶିରି କରି ଉଠିଲା । ସବୁଦିନର ରାଗ ଏକାବେଳକେ ଶୁଝାଇଦେବେ ଭାବି ପାଟି ଟାକୁଟାକୁ ହୋଇ ଆସିଲା । କ’ଣ ନାଇଁ କ’ଣ କହିଦେବାକୁ ଭାବି ବସୁଥିଲେ ସେ ।
ଅଥଚ ସେତେବେଳକୁ ବୁଢ଼ାଟା ଭୋଗ ପୁଡ଼ିଆଟା ସୋନିଙ୍କ ଆଡ଼କୁ ବଢ଼ାଇ କହି ବସିଲେ : ଝିଅ! ଆଜି ଗୋଟେ ଅଦ୍ଭୁତ ଘଟଣା ଘଟିଲାରେ! କ’ଣ କହିବି ସେ କଥା । ତୋତେ କହିଲାବେଳକୁ ବି କାନ୍ଦ ଲାଗୁଛି । ତୁ ତ ଜାଣୁ । ସବୁଦିନ ମୁଁ ତମରି ବାଡ଼ିରୁ ଫୁଲ ନିଏ । ଆମ ବାଡ଼ିର କିଛି ଫୁଲ ମିଶାଇ ମାଳ ଦି’ଟା କରେ । ଗୋଟେ ପୁଅ ଅଟୋରେ ଲଗାଏ, ଆଉ ଗୋଟେ ଦକ୍ଷିଣକାଳୀ ପାଇଁ ।
ଏବେତ ଫୁଲ ହେଉନାହିଁ । ମାଳ କୁଆଡୁ ହେବ ! ଏଇ ମନ୍ଦାର ଫୁଲଟି ନେଇଥିଲି । ବଡ଼ପଣ୍ଡା ଫୁଲ ଲଗାଉଥିଲେ । ମୁଁ ହାତଯୋଡଟାକୁଟାକୁ ହୋଇ ଆସିଲା । କ’ଣ ନାଇଁ କ’ଣ କହିଦେବାକୁ ଭାବି ବସୁଥିଲେ ସେ ।
ଅଥଚ ସେତେବେଳକୁ ବୁଢ଼ାଟା ଭୋଗ ପୁଡ଼ିଆଟା ସୋନିଙ୍କ ଆଡ଼କୁ ବଢ଼ାଇ କହି ବସିଲେ : ଝିଅ! ଆଜି ଗୋଟେ ଅଦ୍ଭୁତ ଘଟଣା ଘଟିଲାରେ! କ’ଣ କହିବି ସେ କଥା । ତୋତେ କହିଲାବେଳକୁ ବି କାନ୍ଦ ଲାଗୁଛି । ତୁ ତ ଜାଣୁ । ସବୁଦିନ ମୁଁ ତମରି ବାଡ଼ିରୁ ଫୁଲ ନିଏ । ଆମ ବାଡ଼ିର କିଛି ଫୁଲ ମିଶାଇ ମାଳ ଦି’ଟା କରେ । ଗୋଟେ ପୁଅ ଅଟୋରେ ଲଗାଏ, ଆଉ ଗୋଟେ ଦକ୍ଷିଣକାଳୀ ପାଇଁ ।
ଏବେତ ଫୁଲ ହେଉନାହିଁ । ମାଳ କୁଆଡୁ ହେବ ! ଏଇ ମନ୍ଦାର ଫୁଲଟି ନେଇଥିଲି । ବଡ଼ପଣ୍ଡା ଫୁଲ ଲଗାଉଥିଲେ । ମୁଁ ହାତଯୋଡ଼ି ଠିଆ ହୋଇଥିଲି ।
ମୋ ମନକୁ ଏକଥା କାହିଁକି ଆସିଲା କେଜାଣି; କହିଦେଲି; ମା’ ମୁଁ ସିନା ମାଳ ଆଣୁଛି କିନ୍ତୁ ଏସବୁ ମୋ ଝିଅ ବାଡ଼ିର । ତା’ରି ଲାଗି ତୁ ଫୁଲ ପାଉଛୁ । ମଣ୍ଡି ହେଉଛୁ । ତା’ ଗୁହାରି ଶୁଣ ମା’ । ତା’ କୋଳପୂର୍ଣ୍ଣ କର । ମୁଁ ତ ଏତିକି କହିଛି: ମା’ ମଥାରୁ ମନ୍ଦାର ଫୁଲଟା ଖସି ପଡ଼ିଲା ।
ବଡ଼ପଣ୍ଡା ଫୁଲଟି ଆଣି ମୋ ହାତକୁ ବଢ଼ାଇଦେଲେ । ମା’ ପରା ସିଏ । ସବୁ ଜାଣେ । ନେ’ ଫୁଲଟିକୁ ମୁଣ୍ଡରେ ମାରି ରଖ । ତୋ’ ମନୋବାଞ୍ଛା ସେ ନିଶ୍ଚେ ପୂରଣ କରିବେ ।
ବୁଢ଼ା କାନ୍ଦ କାନ୍ଦ ହୋଇ ଭୋଗ ପୁଡ଼ିଆଟାକୁ ବଢ଼ାଇ ଦେଲା ସୋନିଙ୍କ ଆଡକୁ ।
ସୋନି ସମ୍ଭାଳି ପାରିଲେନି ନିଜକୁ ।
ଲୁହ ଲୁହରେ; ଭୋଗ ସହିତ ବୁଢ଼ାର ଲୋଳିତ ହାତ ଦୁଇଟିକୁ ଟାଣି ଆଣିଲେ । ନିଜ କପାଳରେ ଛୁଆଁଇ ରଖିଦେଲେ ବହୁବେଳ ଯାଏ ।
ମୁଁ ଠିଆ ହୋଇଥିଲି ।
ମୋ ମନକୁ ଏକଥା କାହିଁକି ଆସିଲା କେଜାଣି; କହିଦେଲି; ମା’ ମୁଁ ସିନା ମାଳ ଆଣୁଛି କିନ୍ତୁ ଏସବୁ ମୋ ଝିଅ ବାଡ଼ିର । ତା’ରି ଲାଗି ତୁ ଫୁଲ ପାଉଛୁ । ମଣ୍ଡି ହେଉଛୁ । ତା’ ଗୁହାରି ଶୁଣ ମା’ । ତା’ କୋଳପୂର୍ଣ୍ଣ କର । ମୁଁ ତ ଏତିକି କହିଛି: ମା’ ମଥାରୁ ମନ୍ଦାର ଫୁଲଟା ଖସି ପଡ଼ିଲା ।
ବଡ଼ପଣ୍ଡା ଫୁଲଟି ଆଣି ମୋ ହାତକୁ ବଢ଼ାଇଦେଲେ । ମା’ ପରା ସିଏ । ସବୁ ଜାଣେ । ନେ’ ଫୁଲଟିକୁ ମୁଣ୍ଡରେ ମାରି ରଖ । ତୋ’ ମନୋବାଞ୍ଛା ସେ ନିଶ୍ଚେ ପୂରଣ କରିବେ ।
ବୁଢ଼ା କାନ୍ଦ କାନ୍ଦ ହୋଇ ଭୋଗ ପୁଡ଼ିଆଟାକୁ ବଢ଼ାଇ ଦେଲା ସୋନିଙ୍କ ଆଡକୁ ।
ସୋନି ସମ୍ଭାଳି ପାରିଲେନି ନିଜକୁ ।
ଲୁହ ଲୁହରେ; ଭୋଗ ସହିତ ବୁଢ଼ାର ଲୋଳିତ ହାତ ଦୁଇଟିକୁ ଟାଣି ଆଣିଲେ । ନିଜ କପାଳରେ ଛୁଆଁଇ ରଖିଦେଲେ ବହୁବେଳ ଯାଏ ।