ମୂଳ ଲେଖା: ଡାକ୍ତର ନରେନ୍ଦ୍ର ଲାହା
ମୂଲ୍ୟ
ତାଙ୍କ ଖେଳର ସ୍ତର
କମିଛି ଯେତିକି,
ପ୍ରଦର୍ଶନର ମୂଲ୍ୟ
ବଢ଼ିଛି ସେତିକି ।
ପରିଚ୍ଛନ୍ନତା
ସେ
ନିଜେ କରନ୍ତିନି ସ୍ନାନ,
କୁହନ୍ତି
ପରିଚ୍ଛନ୍ନତାର ଗୁଣ ।
ସ୍ଳୋଗାନ
ସ୍ଳୋଗାନ ତାଙ୍କର
ବଡ଼ ବ୍ୟବସାୟ,
ଅନ୍ୟ ସବୁ କ୍ଷତି
ଅଯଥା ସମୟ ।
ଠକ
କହିବାକୁ ଗଲେ
ଠକାମୀ ହିଁ ତାର ଅସଲରୂପ,
ହାତରେ ଜାମ୍ ଧରି
କହୁଥାଏ ସମସ୍ତଙ୍କୁ
ପିଉଅଛି ସୁପ ।
ପାଣିପାଗ ପ୍ରୀତି
ଶୀତରେ ତାଙ୍କର
ରହିଥାଏ ମନ,
ଯେବେ ଜମିଥାଏ
ସୁଦୀର୍ଘ ଭାଷଣ ।
ଉଦ୍ଘାଟନ
ସେ
କାଟନ୍ତୁ ଫିତା
ନିୟମ ଭିତରେ,
ରହିଥାନ୍ତୁ
ଉଦ୍ଘାଟକ-ମନ୍ତ୍ରୀ
ପଦପଦବୀରେ ।
ପୋଷ୍ଟର
ସେମାନେ ଖାଲି
ଦେଖନ୍ତି ପୋଷ୍ଟର
ନଦେଖି ସିନେମା,
ଚରିତ୍ର ସମ୍ପର୍କରେ
ଭାଷଣରେ ରଖନ୍ତି ନାହିଁ
ଫୁଲଷ୍ଟପ୍, କମା ।
ଅଇଁଠା
ସେମାନେ
କୁହନ୍ତି ସମାଜବାଦୀ
ଏଡ଼ିକି ନିଲଠା,
ନିଜ ଚାକରକୁ
ଖୁଆନ୍ତି ଅଇଁଠା ।
ଭାଷଣ କଳା
ଭାଷଣରେ
ଥାଏ ତାଙ୍କ
ସ୍ୱର ଆଉ ଲୟ,
ଭୋଟ ପାଇଁ
ତାଙ୍କ ନାଚ
ଆଉ ଏକ ବିସ୍ମୟ ।