ନ ସରି ସରେନା ଯାହା
ଜୀବନର ପ୍ରୀତିଗୀତି
କେବେ ସରେ ନାହିଁ କେବେ ଭରେ ନାହିଁ
ମନର ପିଆଲା
କେହି ତ ନକହେ ଇତି ।
ଜୀବନର ଏଇ ଚଲାପଥ ଧାରେ
କିଏ କେତେ ଥିବେ ସାଥି
କେହି ରହିବେନି… କେହି ଡାକିବେନି
ଯେଝା ବାଟ ଧରି ଚାଲିଯିବେ ସବୁ
ପାହିଲା ବେଳକୁ ରାତି ।
ଅନ୍ଧାର ମନେ ଅନ୍ଧ ଜୀବନେ
ଦୁଇଦିନ ପାଇଁ ବନ୍ଧୁ,
ଆସିଛି, ଜାଣିବି ଅବୁଝାଏ ମନ
କାହା ପାଇଁ ଏତେ
ତୁହାଇ ତୁହାଇ କାନ୍ଦୁ ।
ମୁଁ ଚାଲି ଯିବି ତୁମେ ଚାଲିଯିବ
ତଥାପି ସରିବ ନାହିଁ,
ଯିବା ଆସିବାର ଏଇ ଲୀଳାଖେଳା
ଚାଲିଚି ଚାଲିବ
ମନ ଜମା ମାନେ ନାହିଁ ।
ଜୀବନର ଏଇ ଚଲାପଥ ଧାରେ
କିଏ କେତେ ଥିବେ ସାଥି
ହାତ ତୋ’ର ଧରି ନେବେନାହିଁ କେହି
ଢାଳିବେନି ଲୁହ
ତୋ ସାଥେ ମିଳାଇ ଛାତି ।