ନାରୀ କଲ୍ୟାଣ ଆଶ୍ରମ କୋଲକାତାର ପ୍ରସିଦ୍ଧ ମାଣିକ ତଲ୍ଲା ଷ୍ଟ୍ରୀଟ୍ରେ ଅବସ୍ଥିତ । ଆଶ୍ରମର ସେକ୍ରେଟାରୀ ହେଉଛନ୍ତି ସର୍ବେଶ୍ୱର ଗାଙ୍ଗୁଲି । ଗୃହହୀନ, ପତିହରା, ଅଭାବ ଅନଟନ ଗ୍ରସ୍ତା ନାରୀମାନଙ୍କୁ ଆଶ୍ରୟ ଦେବା ସହିତ ଭବିଷ୍ୟତରେ ସମ୍ମାନର ସହ ଜୀବନଯାପନ ପାଇଁ ଶିକ୍ଷା ପ୍ରଦାନ କରିବା ହିଁ ଆଶ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ।
ଆଶ୍ରମର ବିଭିନ୍ନ କାର୍ଯ୍ୟ ତଦାରଖ କରିବାକୁ ସେକ୍ରେଟାରୀ ସର୍ବେଶ୍ୱର ପ୍ରତ୍ୟହ ପ୍ରାୟ ସନ୍ଧ୍ୟା ସାତଟା ବେଳକୁ ଆସନ୍ତି । ଅନୁଷ୍ଠାନର ସବୁ କାର୍ଯ୍ୟ ବୁଝାସୁଝା କରି ସେ ଅର୍ଦ୍ଧରାତ୍ର ବେଳକୁ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଅନୁଷ୍ଠାନ କାର୍ଯ୍ୟରେ କଠୋର ଶ୍ରମ ଏବଂ ଶ୍ରଦ୍ଧା ଦେଖି, ସଂସ୍ଥାର ଅନ୍ୟାନ୍ୟ ସଦସ୍ୟ, ପରିଚାଳକ ଏବଂ ଉଚ୍ଚପଦସ୍ଥ କର୍ମଚାରୀଗଣ ତାଙ୍କୁ ଶ୍ରଦ୍ଧାସମ୍ମାନ ପ୍ରଦର୍ଶନ କରୁଥିଲେ ।
ସେକ୍ରେଟାରୀ ସର୍ବେଶ୍ୱରଙ୍କ ପ୍ରତ୍ୟେକ ଆଦେଶ ଏବଂ ପରାମର୍ଶ, ସଂସ୍ଥାର ମହିଳା ସୁପରିନଟେଣ୍ଡେଣ୍ଟ ଏବଂ ମେଟ୍ରନ୍ଙ୍କ ଦ୍ୱାରା ଯଥାବିଧି ପାଳିତ ହେଉଥିଲା । ପ୍ରତ୍ୟହ ସେମାନେ ପ୍ରତ୍ୟେକ ଝିଅମାନଙ୍କୁ ସାକ୍ଷାତ କରି ସେମାନଙ୍କ ଦୁଃଖ ସମସ୍ୟା ସମ୍ପର୍କରେ ପଚାରି ବୁଝନ୍ତି । ରୋଷେଇଶାଳକୁ ଯାଇ ଖାଦ୍ୟପେୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତନଖି କରିଥାନ୍ତି । ପ୍ରତ୍ୟେକ ଝିଅଙ୍କ ଶିକ୍ଷା ଏବଂ ପ୍ରଗତି ବିଷୟକ ରିପୋର୍ଟ ମଧ୍ୟ ସେମାନେ ଲେଖି ରଖୁଥିଲେ ।
ସର୍ବେଶ୍ୱରଙ୍କ ଶାନ୍ତ ସରଳ ବ୍ୟବହାରରେ ପ୍ରତ୍ୟେକ ନାରୀ ପ୍ରଭାବିତ । ସେମାନଙ୍କର ଯେକୌଣସି ପ୍ରକାରର ଅଭିଯୋଗ ଆଦିକୁ ସେ ଖୁବ୍ ଧୈର୍ଯ୍ୟର ସହ ଶୁଣି ଆବଶ୍ୟକତା ପୂରଣ କରୁଥିଲେ ।
ସର୍ବେଶ୍ୱରଙ୍କ ଅଫିସ୍ ପ୍ରକୋଷ୍ଠଟି ଦୁଇଭାଗରେ ବିଭକ୍ତ । ପ୍ରଥମ ଭାଗରେ ଥିଲା ତାଙ୍କ ଅଫିସ୍ । ଏକ ପ୍ରକାଣ୍ଡ ଟେବୁଲ୍କୁ ଲାଗି ଦଶ ବାରଟି ଚେଆର୍ ସେଠାରେ ପଡ଼ିଛି । ସେ ବସୁଥିବା ଚେଆର ପଛ ପାଖକୁ ଗୋଟିଏ ସ୍କ୍ରିନ୍ ଝୁଲୁଛି । ସ୍କି୍ରନ୍ ଅପରପାଶ୍ୱର୍ରେ ପଲଙ୍କଟିଏ ପଡ଼ିଛି । ସର୍ବେଶ୍ୱର କାର୍ଯ୍ୟ କଲାବେଳେ କ୍ଲାନ୍ତି ଅନୁଭବ କଲେ ସେଇ ପଲଙ୍କ ଉପରେ ଲୋଟି ବିଶ୍ରାମ କରନ୍ତି । ମେଟ୍ରନ୍ଙ୍କୁ କହି କୌଣସି ଜଣେ ନିର୍ଦ୍ଦିଷ୍ଟ ଝିଅକୁ ଡକେଇ ଆଣନ୍ତି । ସେ ଆସି ତାଙ୍କ ଗୋଡ଼ ହାତ ଘଷାଘଷି କରିଦିଏ, ମୁଣ୍ଡ ଚିପିଦିଏ ।
ସର୍ବେଶ୍ୱରଙ୍କ ବୟସ ପାଖାପାଖି ଚଉବନ-ପଞ୍ଚାବନରୁ କମ୍ ହେବନାହିଁ । ସବୁ ଝିଅମାନେ ତାଙ୍କୁ ମଉସା ଡାକନ୍ତି । ତାଙ୍କ ବୟସ ଏବଂ ପକ୍ୱକେଶ ଦେଖି ସବୁ ଯୁବତୀ କନ୍ୟା ତାଙ୍କୁ ସମ୍ମାନ ଦେଇଥାନ୍ତି । ତାଙ୍କ ନିଜ ଅଫିସ୍ ଭିତରେ ତାଙ୍କୁ ସାକ୍ଷାତ କରିବାକୁ ସୁଦ୍ଧା ଭୟ କରନ୍ତି ନାହିଁ ।
୧୯୭୪ ଜାନୁଆରୀ ଠାରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ସର୍ବେଶ୍ୱର ଗାଙ୍ଗୁଲି ନବଯୁବତୀଙ୍କୁ ଡକାଇ ନିଜ ଦେହ ଏବଂ ହାତ-ଗୋଡ଼ ମାଲିସ୍ କରାଇଲେ । ସେମାନଙ୍କ ମଧ୍ୟରେ କୁମାରୀ କଲ୍ୟାଣୀ, କୁମାରୀ ପ୍ରମିଳା, ଆଉ ଆଶ୍ରମର ସର୍ବାପେକ୍ଷା ରୂପସୀ ଯୁବତୀ କୁମାରୀ ମଲ୍ଲିକା ମଧ୍ୟ ଥିଲେ ।
କୁମାରୀ ମଲ୍ଲିକା ଏବେ ଯୌବନର ପୁଷ୍ପ ଉଦ୍ୟାନରେ ପଦାର୍ପଣ କରିଥିଲା । ଅଙ୍ଗଲତାରେ ତା’ର କନକର କାନ୍ତି ଲହଡ଼ି ଭାଙ୍ଗୁଥିଲା । ସୁଶ୍ରୀ କମନୀୟା ମଲ୍ଲିକା ଚମ୍ପକବର୍ଣ୍ଣା । ଦନ୍ତପନ୍ତିରୁ ମୋତିର ଲାବଣ୍ୟ ଝରୁଛି । ମୁଖମଣ୍ଡଳରେ ଗୋଲାପର ରଙ୍ଗ । ଏ କମନୀୟ ପୁଷ୍ପଟିକୁ ଅନେକ ଅବଲୋକନ କରିଛନ୍ତି । ନାରୀ କଲ୍ୟାଣ ଆଶ୍ରମରେ ତାକୁ ଦେଖିବାକୁ ବହୁ ଖାନଦାନୀ ଲୋକ, ବିଳାସବ୍ୟସନୀ ବ୍ୟକ୍ତିଙ୍କ ଗାଡ଼ି ମଧ୍ୟ ଆସି ଚକ୍କର କାଟୁଥାଏ । ଆଶ୍ରମକୁ କିଛି ଦାନଦେବା ବାହାନାରେ ବେଳବେଳେ ମଧ୍ୟ ସେମାନେ ଆଶ୍ରମରେ ପ୍ରବେଶ କରିଥାନ୍ତି ।
ଦାନବୀର ଲୋକେ, କୁମାରୀ ମଲ୍ଲିକାର ବିଗତ ଜୀବନର ପରିଚୟ ଜାଣିବାକୁ ଖୁବ୍ ଆଗ୍ରହୀ । ସେମାନେ ସର୍ବେଶ୍ୱର ଗାଙ୍ଗୁଲିଙ୍କୁ ସାକ୍ଷାତ କରି କୁମାରୀ ମଲ୍ଲିକାକୁ ଡକାନ୍ତି । ତା’ସହ କିଛି ସମୟ ଆଳାପ କରି, ତା’ ହାତରେ ପାଞ୍ଚଶହ, ହଜାରେ ଦୁଇହଜାର ଟଙ୍କାର ଚେକ୍ ଦାନ ସ୍ୱରୂପ ଦେଇଯାଆନ୍ତି ।
ରୂପସୀ କୁମାରୀ ମଲ୍ଲିକାର ତନୁଲତାର ସୌନ୍ଦର୍ଯ୍ୟକୁ ଆକଣ୍ଠ ପାନ କରିବାକୁ ସବ ଦାନବୀରଙ୍କ ପ୍ରଚଣ୍ଡ ଅଭୀପ୍ସା କ୍ରମଶଃ ବଳବତ୍ତର ହେଉଥିଲା । କେମିତି ତା’ ମୋହିନୀ କଟାକ୍ଷର ସାମାନ୍ୟ ଇଙ୍ଗିତ ପାଇବେ ସେଥିପାଇଁ କୋଲକାତାର କେତେକ ଧନିକ ବ୍ୟକ୍ତି, ସର୍ବେଶ୍ୱର ଗାଙ୍ଗୁଲିଙ୍କ ସହ ଘନିଷ୍ଠତା ସ୍ଥାପନ କରିବାରେ ଲାଗିଲେ । ସେମାନେ ଜାଣିଥିଲେ- ସର୍ବେଶ୍ୱର ଗାଙ୍ଗୁଲିର ସହାୟତା ବିନା କୁମାରୀ ମଲ୍ଲିକାର ସାନ୍ନିଧ୍ୟ ପାଇବା ଅସମ୍ଭବ ।
କ୍ରମେ କୋଲକାତାର ବହୁ ଧନୀ, ମାନୀ ବ୍ୟକ୍ତିଙ୍କ ଗହଣରେ ସର୍ବେଶ୍ୱର ଗାଙ୍ଗୁଲିଙ୍କ ସମ୍ମାନ ବୃଦ୍ଧି ପାଇବାରେ ଲାଗିଲା । ପ୍ରତ୍ୟହ ସେ କାହା ଗୃହରେ ଚା’-କଫି, କାହା ଗୃହରେ ଲଞ୍ଚ ଏବଂ କେଉଁଠି ଡିନର ଆଦି ପାଇଁ ଆମନ୍ତ୍ରିତ ହେବାରେ ଲାଗିଲେ । କେତେକ ତାଙ୍କୁ ଦାମୀ ବ୍ରାଣ୍ଡର ସୁରା ମଧ୍ୟ ପିଆଇ ଦିଅନ୍ତି; ତାଙ୍କ ସହ ହସଖେଳରେ ମାତିଉଠନ୍ତି । ଶେଷରେ କୁମାରୀ ମଲ୍ଲିକାର କଥା ତାଙ୍କ ଆଗରେ ପକାଇ ଦିଅନ୍ତି… ।
ସର୍ବେଶ୍ୱର ଗାଙ୍ଗୁଲି ମଧ୍ୟ ଖୁବ୍ ହୁସିଆର ଖେଳାଳି । ସେ ଜାଣିଥିଲେ ‘ନା’ ଶବ୍ଦଟି ଉଚ୍ଚାରଣ କଲେ ତାଙ୍କ ମାନ-ସମ୍ମାନ ଖାଇବା ପିଇବା ଏବଂ ଆଶ୍ରମକୁ ମିଳୁଥିବା ଦାନ ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ତେଣୁ ସମସ୍ତଙ୍କୁ ହଁ, ହଁ କହି ପ୍ରତୀକ୍ଷା କରିବାକୁ କହି ସେ ଚାଲିଯା’ନ୍ତି । ତାଙ୍କ ସ୍ୱୀକାରୋକ୍ତି ଶୁଣି ମଧ୍ୟ ସେମାନେ ଖୁସି । ଅପୂର୍ବ ଉନ୍ମାଦନାରେ ସେମାନଙ୍କ ଦେହ ଶିହରିତ ହୋଇଉଠେ । ସେମାନେ ତା’ର ସବୁପ୍ରକାର ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ । ସେମାନଙ୍କ ଭିତରେ କେତେକ ଏମିତି ଲୋକ ବି ଥିଲେ ଯେଉଁମାନେ କେବଳ କୌଣସି ସୁନ୍ଦରୀର ସମ୍ଭୋଗ ମାତ୍ର କାମନା କରୁଥିଲେ । ସେମାନଙ୍କ ପାଇଁ କୁମାରୀ ମଲ୍ଲିକା ଥିଲା ସର୍ବୋତ୍ତମ । ସେଥିପାଇଁ ଆଶ୍ରମକୁ ଯେତେ ଦାନ ଦେଲେ ମଧ୍ୟ କିଛି ଭାବିବାର ନାହିଁ । ତଥାପି ଆଶ୍ରମର ଅନ୍ୟ କେତେ ଝିଅଙ୍କୁ, ସର୍ବେଶ୍ୱର ସେମାନଙ୍କ ପିପାସା ମେଣ୍ଟାଇବା ପାଇଁ ବନେ୍ଦାବସ୍ତ କରି ଦେଉଥିଲେ ଏବଂ ସେ ବାବଦରେ ମଧ୍ୟ ପ୍ରଚୁର ଅର୍ଥ ଆଦାୟ କରୁଥିଲେ ।
ଦିନେ ରାତିରେ ଅତ୍ୟଧିକ ମଦ୍ୟପାନ କରିବା ହେତୁ ସର୍ବେଶ୍ୱର ନିଜ ଘରକୁ ଯିବା ପାଇଁ ସାହସ କଲେନାହିଁ । ନିଜ ଦେହରେ ମାଲିସ୍ କରାଇବାକୁ ରାତି ଏଗାରଟାରେ ସେ ମେଟ୍ରନ୍କୁ କହି କୁମାରୀ ପ୍ରମିଳାଙ୍କୁ ପାଖକୁ ଡକାଇଲେ । ସେତେବେଳକୁ ପ୍ରମିଳା ଶୋଇ ପଡ଼ିଥିଲା । ତଥାପି ତାକୁ ବାଧ୍ୟ ହୋଇ ଆସିବାକୁ ପଡ଼ିଲା ।
କୁମାରୀ ପ୍ରମିଳା, ସର୍ବେଶ୍ୱରଙ୍କ ଦେହ-ହାତ ଚିପି ଦେଉଥାଏ । କିଛି ସମୟ ପରେ ସର୍ବେଶ୍ୱରଙ୍କ ଦେହରେ ସମ୍ଭୋଗ ବାସନା ଜାଗ୍ରତ ହେଲା । ସେ କାମନାବାସନାକୁ ଚରିତାର୍ଥ କରିବା ପାଇଁ ବ୍ୟଗ୍ର ହୋଇପଡ଼ିଲେ । ନିଜେ ଉଠିଯାଇ ରୁମ୍ର ଲାଇଟ୍ ଲିଭାଇ ଦେବା ପରେ ପ୍ରମିଳା ଇଚ୍ଛା ବିରୁଦ୍ଧରେ ତା’ ସହ ସମ୍ଭୋଗରେ ମାତିଗଲେ । ତଥାପି ତାଙ୍କ କାମ-କ୍ଷୁଧା ଶାନ୍ତ ହେଲାନାହିଁ । କାମାଗ୍ନି ହୁତ୍ହୁତ୍ ହୋଇ ଜଳୁଥାଏ ।
ପ୍ରାୟ ଏକଘଣ୍ଟା ବିଶ୍ରାମ ନେବା ପରେ ସେ ଓଲ୍ଡମଙ୍କ୍ ହୁଇସ୍କିରୁ ଅଦେ୍ର୍ଧକ ବାହାର କରି ପାନ କଲେ । ମଦିରାର ତ୍ୱରିତ ପ୍ରକ୍ରିୟା ଫଳରେ ତାଙ୍କ ମୁଖ ପୁଣି ରୂପ-ଯୌବନ ସୁଷମା ପାନ କରିବାକୁ ଚାହିଁଲା । କାମ-କ୍ଷୁଧା ଅସମ୍ଭାଳ କରିବାରୁ ସେ ପୁଣି ମେଟ୍ରନ୍କୁ କହି କୁମାରୀ ମଲ୍ଲିକାକୁ ଡକାଇଲେ । ସେତେବେଳକୁ ସେ ଗଭୀର ନିଦ୍ରାଗତ ଥିଲା । ମଉସା ଡାକୁଥିବା ଶୁଣି ବାଧ୍ୟ ହୋଇ ଆସିଲା ।
ସେତେବେଳକୁ ରାତି ସାଢ଼େ ବାଆର । ନିଜ ଦେହରେ ପୀଡ଼ା ହେଉଥିବାରୁ ସର୍ବେଶ୍ୱର ଟିକିଏ ଚିପାଚିପି କରିଦେବାକୁ ମଲ୍ଲିକାକୁ କହିଲେ । ମଲ୍ଲିକା ମାଲିସ୍ କରିବାରେ ଲାଗିଲା । ଅଳ୍ପ ସମୟ ପରେ ପ୍ରକୋଷ୍ଠର ଆଲୋକ ହଠାତ୍ ଲିଭିଗଲା । ଏମିତି କ’ଣ ହେଲା? ମଲ୍ଲିକା ବିସ୍ମୟ ଚକିତ ।
ସର୍ବେଶ୍ୱର ଗାଙ୍ଗୁଲି କାମାନ୍ଧ ପାଗଳ ହୋଇ ମଲ୍ଲିକାକୁ ଧରି ପକାଇଲେ । ଅଚାନକ ଏଭଳି ଆକ୍ରମଣକୁ ମଲ୍ଲିକା ପ୍ରତିରୋଧ କଲା, ଅନେକ କାକୁତି ମିନତି ହେଲା, କିନ୍ତୁ ସବୁ ବ୍ୟର୍ଥ, ନିଷ୍ଫଳ । ସେ ବେହୋସ ହୋଇପଡ଼ିଲା । ସର୍ବେଶ୍ୱର ନିଜ କାମକ୍ଷୁଧା ନିବାରଣ ପାଇଁ କିଛି ହେଲେ ବାକି ରଖିଲେ ନାହିଁ ।
ସେଦିନ ରାତିରେ ସର୍ବେଶ୍ୱର ଗାଙ୍ଗୁଲି ମଦିରା ନିଶାରେ ଉନ୍ମତ୍ତ ହୋଇ ‘ନାରୀ କଲ୍ୟାଣ ଆଶ୍ରମ’ର ଦୁଇଟି ସରଳ ନିରୀହ କୁମାରୀ କନ୍ୟାଙ୍କ ସତୀତ୍ୱ ନଷ୍ଟ କରିଦେଲେ ।
କୁମାରୀ ମଲ୍ଲିକା, କୁମାରୀ ପ୍ରମିଳାଠାରୁ ବୟସରେ ସାନ । ସେଇ ଅଭିଶପ୍ତ ଦିନଠାରୁ ତାକୁ ଭୟଙ୍କର ଜ୍ୱର ହେଲା । ସାତଦିନ ପର୍ଯ୍ୟନ୍ତ ବିଛଣାରୁ ଉଠିପାରିଲା ନାହିଁ । କୁମାରୀ ପ୍ରମିଳା ତା’ର ବହୁ ସେବା ଶୁଶ୍ରୂଷା କଲା । ସମଗ୍ର ଦେହରେ ଭୟଙ୍କର ବ୍ୟଥା ଯନ୍ତ୍ରଣା ଭରି ରହିଥିଲା । ୨୮, ଅପ୍ରେଲ ୧୯୭୪ ଦିନ ଜ୍ୱର ପ୍ରକୋପ ସାମାନ୍ୟ ଉପଶମ ହେଲା ।
୨୯, ଅପ୍ରେଲ ୧୯୭୪ ଦିନ ଆଉ ଏକ ବିଶେଷ ଘଟଣା ଘଟିଲା । ମାଣିକତଲ୍ଲା ପୋଲିସ୍ ଷ୍ଟେସନ ଇନ୍ଚାର୍ଜ ନିର୍ମଳ ଚନ୍ଦ୍ର କର ସେଦିନ ‘ନାରୀ କଲ୍ୟାଣ ଆଶ୍ରମ’କୁ ଯାଞ୍ଚ କରିବାକୁ ସଦଳବଳେ ଆସିଲେ ।
ଆଶ୍ରମରୁ କୌଣସି ଜଣେ ଯୁବତୀ ରାତିରେ ଚାଲିଯାଇଥିବା ସମ୍ବାଦ ପୋଲିସ ଜାଣିବାକୁ ପାଇଥିଲା । କାରଣ ହାବଡ଼ା ଷ୍ଟେସନଠାରେ ଗୋଟିଏ ସୁନ୍ଦରୀ ଯୁବତୀକୁ ପୋଲିସ ଦେଖି ସନେ୍ଦହ କରିଥିଲା । ତାକୁ ପ୍ରଶ୍ନ କରିବାରୁ ସେ କେବଳ କାନ୍ଦିଲା… କିନ୍ତୁ କିଛି ସମୟ ପରେ କହିଲା- ‘ନାରୀ କଲ୍ୟାଣ ଆଶ୍ରମ’ରୁ ସେ ପଳେଇ ଆସିଛି ଏବଂ ସେ ଦିଲ୍ଲୀ ଚାଲିଯିବ । ସନ୍ଦିଗ୍ଧ ଚିତ୍ତରେ ପୋଲିସ ତାକୁ ଧରିଲା । ଝିଅଟି ନିଜ ପରିଚୟ ଦେବାବେଳେ ନିଜ ନାମ ‘ରାଗିଣୀ’ କହିଥିଲା ।
ସେତେବେଳକୁ ଦିନ ଦୁଇଟା ବାଜୁଥାଏ । ମାଣିକତଲ୍ଲାର ପୋଲିସ୍ ସବ୍ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏ ସମ୍ପର୍କରେ ଛାନ୍ବିନ୍ କରିବାକୁ ନାରୀ କଲ୍ୟାଣ ଆଶ୍ରମରେ ଆସି ପହଞ୍ଚିଗଲେ ।
ସେତେବେଳକୁ ସର୍ବେଶ୍ୱର ଗାଙ୍ଗୁଲି ଅନୁପସ୍ଥିତ । ସେଠାକାର ମହିଳା ସୁପରିନ୍ଟେଣ୍ଡେଣ୍ଟ ଏବଂ ମେଟ୍ରନ୍ଙ୍କ ସହ ପୋଲିସ୍ କଥାବାର୍ତ୍ତା କରି ଅଫିସ୍ରୁ ବାହାରି ଆସିଥିଲେ ।
ସେତିକିବେଳେ କୁମାରୀ ମଲ୍ଲିକା ପୋଲିସ୍ ଇନ୍ସପେକ୍ଟରଙ୍କୁ ଏକାନ୍ତରେ କିଛି କହିବା ପାଇଁ ଅନୁରୋଧ କଲେ । ପୋଲିସ ଇନ୍ସପେକ୍ଟର ମଲ୍ଲିକାର ରୁମ୍କୁ ଯାଇ ତା’ କଥା ଶୁଣିଲେ । ତା’ର ଅତି ଦୟନୀୟ କରୁଣ କାହାଣୀ ଶୁଣି ସେ ଗଭୀର ମର୍ମାହତ ହେବା ସହ ଅବାକ୍ ହୋଇପଡ଼ିଲେ ।
କୁମାରୀ ମଲ୍ଲିକା ପରେ କୁମାରୀ ପ୍ରମିଳାଠାରୁ ମଧ୍ୟ ପୋଲିସ ଇନ୍ସପେକ୍ଟର ବୟାନ ନେଲେ । ପ୍ରମିଳା ମଧ୍ୟ ନିଜର କରୁଣ ଅନୁଭୂତି କାନ୍ଦି କାନ୍ଦି ତାଙ୍କ ଆଗରେ ପ୍ରକାଶ କଲା । ସର୍ବେଶ୍ୱର ଗାଙ୍ଗୁଲି ତା’ ସହ ସମ୍ଭୋଗ କରିବା ପୂର୍ବରୁ ନିଜ ଷ୍ଟିଲ୍ ଆଲମାରିରୁ ଫ୍ରେଞ୍ଚଲେଦର୍ ବାହାର କରି ବ୍ୟବହାର କରିଥିବା କଥା ମଧ୍ୟ ସେ ତାଙ୍କ ସମ୍ମୁଖରେ ପ୍ରକାଶ କଲା ।
ପୋଲିସ ଇନ୍ସପେକ୍ଟର ଦୁଇ ଯୁବତୀଙ୍କ ବୟାନ ଲିପିବଦ୍ଧ କରିସାରି ସେମାନଙ୍କର ଦସ୍ତଖତ ମଧ୍ୟ ଉକ୍ତ କାଗଜରେ ନେଲେ । ତା’ପରେ ଏ ପାଶବିକ ଅତ୍ୟାଚାର ସମ୍ପର୍କିତ ରିପୋର୍ଟ ଥାନାରେ ଦରଜ ହେଲା । ରିପୋର୍ଟ ଦେବା ପରେ ପୋଲିସ୍ର କ୍ରୂର ଦୃଷ୍ଟି ସର୍ବେଶ୍ୱର ଗାଙ୍ଗୁଲି ଉପରେ ପଡ଼ିଲା । ତାଙ୍କରି ଗୃହରେ ହିଁ ସର୍ବେଶ୍ୱରକୁ ପୋଲିସ୍ ଗିରଫ କଲା । ତା’ ଷ୍ଟିଲ୍ ଆଲମାରୀରେ ଥିବା ଫ୍ରେଞ୍ଚ ଲେଦରକୁ ମଧ୍ୟ ସିଜ୍ କରାଗଲା । ତା’ ଭିତରୁ ଏକ ବଡ଼ ଓସାରିଆ ରୁମାଲ୍ ମଧ୍ୟ ହସ୍ତଗତ ହେଲା, ସେଇଟା ଖାଲି ରକ୍ତ ଦାଗରେ ପରିପୂର୍ଣ୍ଣ । ଏଇ ରୁମାଲ୍ରେ ହିଁଁ ସର୍ବେଶ୍ୱର ସମ୍ଭୋଗ ପରେ ମଲ୍ଲିକାର ରକ୍ତ ପୋଛିଥିଲା… ।
ପୋଲିସ୍ ପ୍ରାଥମିକ ଅନୁସନ୍ଧାନ କରିସାରିବା ପରେ ୩୭୨ ଦଫାରେ କେସ୍ ସେସନ୍ସ କୋର୍ଟରେ ଦାୟର କଲା ।
ସେସନ୍ସ କୋର୍ଟରେ ଅଭିଯୁକ୍ତ ସର୍ବେଶ୍ୱର ଗାଙ୍ଗୁଲି ନିଜର ବୟାନ ଦେଇ କହିଲା- ମଲ୍ଲିକା ଆଉ ପ୍ରମିଳା ସାଥିରେ ସେ କୌଣସି ପ୍ରକାର ଜୋର୍ ଜବରଦସ୍ତି କରିନାହିଁ । ପୋଲିସ୍ ଏ ସମ୍ପର୍କରେ ତାଙ୍କ ନାମରେ ମିଥ୍ୟା ଆରୋପ କରିଛି । ଏ ମିଥ୍ୟା ରିପୋର୍ଟ, ଅନରାରୀ ସରକାରୀ ସେକ୍ରେଟାରୀ ବରୁଣ କୁମାର ସରକାର, ପୋଲିସ ଇନ୍ସପେକ୍ଟର ଏବଂ ସେ ଦୁଇ ଝିଅଙ୍କୁ ମିଶାଇ ଦାଏର କରିଛନ୍ତି । ବରୁଣ କୁମାର ସରକାର ଏବଂ ଉକ୍ତ ତରୁଣୀ ଦ୍ୱୟଙ୍କ ସହିତ ପୋଲିସର ସମ୍ବନ୍ଧ ରହିଛି । ବରୁଣ ସରକାରଠାରୁ ଟଙ୍କା ପଇସା ଲାଞ୍ଚ ନେଇ ପୋଲିସ୍ ମୋତେ ବଦନାମ କରିବାକୁ ଏ କେସ୍ କରିଛି ।
ସେସନ୍ସ କୋର୍ଟରେ ଅଭିଯୁକ୍ତ ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ତେଇଶଜଣ ଉପସ୍ଥିତ ଥିଲେ । କୁମାରୀ ମଲ୍ଲିକା ଏବଂ କୁମାରୀ ପ୍ରମିଳା ମାନ୍ୟବର ଜଜ୍ଙ୍କ ସମ୍ମୁଖରେ ଉପସ୍ଥିତ ରହି ନିଜ ନିଜର ଦୟନୀୟ ବିବୃତ୍ତି ଦେଇଥିଲେ ।
ମଲ୍ଲିକା ବିବୃତ୍ତି ଦେଇ କହିଲା- ବର୍ତ୍ତମାନ ଉପସ୍ଥିତ ଥିବା ସର୍ବେଶ୍ୱର ଗାଙ୍ଗୁଲିଙ୍କୁ ମୁଁ ଜାଣେ । ସେ ନାରୀ କଲ୍ୟାଣ ଆଶ୍ରମର ଅନରାରି ଜେନେରାଲ ସେକ୍ରେଟାରୀ । ଆଶ୍ରମର କାର୍ଯ୍ୟ ଦେଖିବାକୁ ସେ ପ୍ରତିଦିନ ସନ୍ଧ୍ୟା ସାତଟା ବେଳେ ଆସନ୍ତି, ନିଜ ଦପ୍ତରରେ ବସି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟ କରନ୍ତି । ନିଜ ଦପ୍ତରକୁ ସେ ଦୁଇଭାଗ କରିଦେଇଛନ୍ତି । ସମ୍ମୁଖ ଭାଗଟା ନିଜର ଅଫିସ୍, ପଛଭାଗରେ ତାଙ୍କର ଶୟନକକ୍ଷ । ସେଠି ଗୋଟେ ପଲଙ୍କ ପଡ଼ିଛି । ପଲଙ୍କଠାରୁ ଦୁଇଫୁଟ ଛଡ଼ାରେ ଗୋଟିଏ ଷ୍ଟିଲ୍ ଆଲମାରି ଅଛି । ସେଥିରେ ତାଙ୍କର ବ୍ୟକ୍ତିଗତ କାଗଜପତ୍ର ଏବଂ ଜିନିଷ ଆଦି ରହେ ।
ଘଟଣାଦିନ ରାତିରେ ଅଭିଯୁକ୍ତ, ମେଟ୍ରନ୍ଙ୍କ ଜରିଆରେ କୁମାରୀ ପ୍ରମିଳାଙ୍କୁ ରାତି ପ୍ରାୟ ଏଗାରଟାରେ ଡକାଇଲେ । ପ୍ରମିଳା ଯାଇ ତାଙ୍କ ଦପ୍ତରକୁ ପ୍ରବେଶ କରିବା ପରେ ଅଭିଯୁକ୍ତ ମେଟ୍ରନ୍କୁ ବାହାରକୁ ପଠାଇଦେଲେ । ଭିତରୁ ଶିକୁଳି ଦେଇଦେଲେ । ଅଭିଯୁକ୍ତ ପଲଙ୍କ ଉପରେ ଶୋଇ ପ୍ରମିଳାଙ୍କୁ ତାଙ୍କ ଦେହ ମାଲିସ୍ କରିବାକୁ କହିଲେ । ମାଲିସ୍ ବେଳେ ଅଭିଯୁକ୍ତ କାମ ବାସନାରେ ଉତ୍ତେଜିତ ହୋଇ ପ୍ରମିଳାଙ୍କ ଇଚ୍ଛା ବିରୋଧରେ ପାଶବିକ ଅତ୍ୟାଚାର କଲେ । ସେତେବେଳେ ପାଟିତୁଣ୍ଡ କଲେ ତାକୁ ମାରିଦେବାକୁ ମଧ୍ୟ ଧମକଚମକ ଦେଇଥିଲେ ।
ଏ ଘଟଣାର ପ୍ରାୟ ଘଣ୍ଟାକ ପରେ ମୋତେ ମଧ୍ୟ ମେଟ୍ରନ୍ଙ୍କ ଜରିଆରେ ସେ ଡକାଇଲେ । ସେତେବେଳକୁ ରାତି ସାଢ଼େବାରଟା । ମୁଁ ଶୋଇଥିଲି । ମେଟ୍ରନ୍ ମୋତେ ନିଦରୁ ଉଠାଇ ‘ମଉସା’ଙ୍କ ପାଖକୁ ଯିବାକୁ କହିଲେ । ମଉସାଙ୍କ ଦେହ ଅସୁସ୍ଥ ଥିବା କଥା ମଧ୍ୟ ମେଟ୍ରନ୍ କହିଲେ ।
ମୁଁ ‘ମଉସା’ (ଅଭିଯୁକ୍ତ)ଙ୍କୁ ଆନ୍ତରିକ ଶ୍ରଦ୍ଧା ସମ୍ମାନ ଦେଉଥିଲି । ତାଙ୍କ ଅସୁସ୍ଥ ଖବର ଶୁଣି ମୁଁ ଏକପ୍ରକାର ବିଚଳିତ ଅବସ୍ଥାରେ ଗଲି । ସେ ତାଙ୍କ ବିଛଣାରେ ଲୋଟି ଆରାମ କରୁଥାନ୍ତି । ମୁଁ ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିବା ମାତ୍ରେ ସେ ନିଜେ ଉଠି ରୁମ୍ର ଦରଜାକୁ ଭିତରୁ ବନ୍ଦ କରିଦେଲେ । ଏହା ଦେଖି ମୁଁ ଚକିତ ହେଲି । ତଥାପି ସାହସର ସହିତ ଚେଆର୍ରେ ବସିଥାଏ । ମଉସା ତାଙ୍କ ମୁଣ୍ଡ ଚିପି ଦେବା ପାଇଁ ମୋତେ କହିଲେ । ମୁଁ ଚେଆର୍ରୁ ଉଠି ଯାଇ ତାଙ୍କ ମୁଣ୍ଡ ଚିପିଲି । ମୁହଁରୁ ତାଙ୍କର ଉକ୍ରଟ ମଦ ଗନ୍ଧ ବାହାରୁଥାଏ । ଆଖି ଦୁଇଟା ଳାଲ ଦିଶୁଥାଏ ।
ହଠାତ୍ ସେ ବେଡ୍ ସୁଇଚ୍ ଟିପି ରୁମ୍ର ଆଲୋକ ନିଭେଇ ଦେଲେ, ରୁମ୍ସାରା ଅନ୍ଧାର । ତା’ପରେ ଅଭିଯୁକ୍ତ ମୋତେ ଜବରଦସ୍ତ ତାଙ୍କ ଉପରକୁ ଟାଣିଲେ । ମୋତେ ପାଶବଦ୍ଧ କରି ଆଲିଙ୍ଗନ କରିବାକୁ ଉଦ୍ୟତ ହେଉଥାନ୍ତି । କିନ୍ତୁ ମୋ’ ଶକ୍ତି ଅନୁସାରେ ମୁଁ ପ୍ରତିରୋଧ କଲି । ତାଙ୍କଠାରୁ ମୁକୁଳିବାକୁ ପ୍ରାଣପଣେ ଚେଷ୍ଟା କଲି । ଦାନ୍ତରେ ତାଙ୍କ ହାତକୁ କାମୁଡ଼ି ଦେଲି । ସେ ମୋତେ ଗଳାଚିପି ମାରି ଦେବାକୁ ଧମକ ଦେଉଥାନ୍ତି । ଶେଷରେ ମୁଁ ଆଉ ପାରିଲି ନାହିଁ । ମୋ ବାରଣ ଏବଂ ଇଚ୍ଛା ବିରୁଦ୍ଧରେ ସେ ସମ୍ଭୋଗ କଲେ । ଫଳରେ ମୁଁ ବେହୋସ୍ ହୋଇପଡ଼ିଥିଲି । ଏକ ସପ୍ତାହ ପର୍ଯ୍ୟନ୍ତ ଜ୍ୱରରେ ପୀଡ଼ିତ ହେଲି । ଭୟଙ୍କର ଯନ୍ତ୍ରଣାରେ ମୋ’ ଦେହ ନିସ୍ତେଜ ହୋଇ ପଡ଼ିଥିଲା ।
୨୮, ଅପ୍ରେଲ ୧୯୭୪ ଦିନ ଏକଥା ମୁଁ ମାଣିକତଲ୍ଲାର ପୋଲିସ୍ ଇନ୍ସପେକ୍ଟରଙ୍କୁ କହି ରିପୋର୍ଟ କଲି । ମୁଁ ନିଜ ହାତରେ ରିପୋର୍ଟ ଲେଖି ଦସ୍ତଖତ ମଧ୍ୟ କରିଛି । ପୁଣି ମନେପକାଇ କହିଲା- ମୋ’ ସଙ୍ଗେ ପାଶବିକ ଅତ୍ୟାଚାର କରିବା ପୂର୍ବରୁ ଅଭିଯୁକ୍ତ କଳାରଙ୍ଗର ବଟିକାଟିଏ ଖାଇଥିଲେ । ତାହା ଅଫିମ କି କୌଣସି ନିଶା ବଟିକା ହୋଇଥିବ ବୋଲି ମୁଁ ଭାବିଥିଲି । ମୁଁ ସେ କୋଠରିରୁ ବାହାରିବା ବେଳକୁ ଅଭିଯୁକ୍ତ ମୋତେ ଦଶ ଟଙ୍କିଆ ନୋଟ୍ଟିଏ ଦେଇ ଘଟଣା କାହାରି ଆଗରେ ପକାଶ ନକରିବାକୁ ତାଗିଦ୍ କରିଥିଲେ । ଯଦି ତାଙ୍କ ବିରୁଦ୍ଧରେ କୌଣସି କଥା ପ୍ରକାଶ କରେ, ତେବେ ତା’ ପାଇଁ କଠୋର ଦଣ୍ଡ ପାଇବାକୁ ବ୍ୟବସ୍ଥା କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ।
ସେସନ୍ସ କୋର୍ଟରେ ଆଉ ଜଣେ ଅପ୍ରାପ୍ତ ବୟସ୍କା ବାଳିକାର ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଗଲା । ତା’ ନାମକ କୁମାରୀ କଲ୍ୟାଣୀ । ତାକୁ ଦେଖିବାକୁ ଏବଂ ତା’ ବୟାନ ଶୁଣିବାକୁ ଶହ ଶହ ବ୍ୟକ୍ତି ସେଦିନ ସେସନ୍ସ ଜଜ୍ ଆଲିପୁର ଅଦାଲତଠାରେ ରୁଣ୍ଡ ହୋଇଥିଲେ । କୁମାରୀ କଲ୍ୟାଣୀ ମୂକ ଏବଂ ବଧିର । ସେ କେମିତି ତା’ ବୟାନ ଦେବ ତାହା ଦେଖିବାକୁ ସମସ୍ତଙ୍କ ମନରେ କୌତୂହଳ ସୃଷ୍ଟି ହୋଇଥିଲା ।
ତେବେ କୌଣସି ଓକିଲ ଦ୍ୱାରା ତା’ଠାରୁ ବୟାନ ନେବା ସମ୍ଭବ ନଥିଲା । ତେଣୁ ସରକାରଙ୍କ ତରଫରୁ କୋଲକାତାର ‘ଡେଫ୍ ଏଣ୍ଡ ଡମ୍ବ’ ସ୍କୁଲର ପ୍ରିନ୍ସପାଲ ହାତରେ ଇସାରା ଦ୍ୱାରା କଲ୍ୟାଣୀଠାରୁ ବୟାନ ଗ୍ରହଣ କରି ସେସନ୍ସ ଜଜ୍ ଏବଂ ଜୁରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ।
ଅଭିଯୁକ୍ତ ସର୍ବେଶ୍ୱର କିଭଳି ତା’ ମୁହଁ ବନ୍ଦ କଲା ଶାଢ଼ି ଜବରଦସ୍ତ ଖୋଲିଲା, ତାକୁ ପଲଙ୍କ ଉପରେ ଶୁଆଇ ପାଶବିକ ଅତ୍ୟାଚାର କଲା ସେସବୁ ହାତର ଇସାରାରେ କଲ୍ୟାଣୀ ପ୍ରକାଶ କରୁଥିଲା । ସମ୍ଭୋଗ ପରେ ତାକୁ ଦଶ ଟଙ୍କିଆ ନୋଟ୍ଟିଏ ଦେବା କଥା ମଧ୍ୟ ସେ ଇସାରା ମାଧ୍ୟମରେ ପ୍ରକାଶ କଲା ।
କୁମାରୀ କଲ୍ୟାଣୀ ଏବଂ କୁମାରୀ ମଲ୍ଲିକାର ବିବୃତ୍ତିକୁ ଜୁରୀ ଏବଂ ସେସନ୍ସ ଜଜ୍ ସଂପୂର୍ଣ୍ଣ ବିଶ୍ୱାସ କଲେ । ଆହୁରି କେତେକ ଛୋଟ ଛୋଟ ବାଳିକା ମଧ୍ୟ ଦେଇଥିବା ବୟାନ, ସତ୍ୟ ରୂପେ ପ୍ରମାଣିତ ହେଲା । ଅଭିଯୁକ୍ତ ନିଜ ଦେହ ଚିପିବାକୁ, ମାଲିସ କରିବାକୁ ମଧ୍ୟ ଏଇ ଛୋଟ ଛୋଟ ଝିଅଙ୍କୁ ଅନେକବାର ଡକାଉଥିଲା । ଷ୍ଟିଲ୍ ଆଲମାରିରୁ ସିଜ୍ କରାଯାଇଥିବା ଫ୍ରେଞ୍ଚ କ୍ୟାପ୍ ଫଳରେ ଅଭିଯୁକ୍ତର କଳଙ୍କିତ ଚରିତ୍ର ସମ୍ପର୍କରେ ପ୍ରମାଣ ମିଳିଗଲା ।
ଅଭିଯୁକ୍ତ ସର୍ବେଶ୍ୱର ଯେଉଁଦିନ ରାତିରେ ମଲ୍ଲିକା ସହ ପାଶବିକ ସମ୍ଭୋଗ କରିଥିଲା, ତା’ ପରଦିନ ସେ ବରୁଣ କୁମାର ସରକାରଙ୍କୁ ଏକଥା କହିଥିଲା । ବରୁଣ କୁମାର ଏ ଘଟଣାକୁ ସଂସ୍ଥାର ଉଚ୍ଚ କର୍ମକର୍ତ୍ତାଙ୍କ ନିକଟରେ ମଧ୍ୟ ପ୍ରକାଶ କରିଥିଲା ।
ସେସନ୍ସ ଜଜ୍ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଶୁଣିବା ପରେ ଜୁରୀଙ୍କ ସହାୟତାରେ ଘଟଣାର ଗୁରୁତ୍ୱ ଏବଂ ଗମ୍ଭୀରତା ପ୍ରତି ଦୃଷ୍ଟି ଦେଲେ । ମଲ୍ଲିକା ସହ ପାଶବିକ ସମ୍ଭୋଗ ସକାଶେ ଅଭିଯୁକ୍ତ ଅପରାଧୀ ରୂପେ ଘୋଷିତ ହେଲା, କିନ୍ତୁ ପ୍ରମିଳା ସହ ପାଶବିକ ସମ୍ଭୋଗ କରିବା ହେତୁ ଅଭିଯୁକ୍ତକୁ ଦୋଷୀ ରୂପେ ସାବ୍ୟସ୍ତ କରାଗଲା ନାହିଁ । କାରଣ ଡାକ୍ତରୀ ପରୀକ୍ଷା ଦ୍ୱାରା ଜଣାପଡ଼ିଲା, ପ୍ରମିଳାର ବୟସ ଅଠର ବର୍ଷରୁ ଅଧିକ ।
କୁମାରୀ ମଲ୍ଲିକା ଅପ୍ରାପ୍ତ ବୟସ୍କା ହେତୁ ତା’ ସହ ପାଶବିକ ଅତ୍ୟାଚାର କରିଥିବା ଅପରାଧରେ ଅଭିଯୁକ୍ତ ସର୍ବେଶ୍ୱର ଗାଙ୍ଗୁଲିକୁ ସାତବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଗଲା ।
ଅଭିଯୁକ୍ତ ସର୍ବେଶ୍ୱର ଗାଙ୍ଗୁଲି ଏହି ଶୁଣାଣି ବିରୋଧରେ କୋଲକାତା ହାଇକୋର୍ଟରେ ଅପିଲ କଲା । ସେଠାରେ ପୁନର୍ବାର ଏ ମାମଲାର ବିଧିବଦ୍ଧ ବିଚାର ଚାଲିଲା । ମାନ୍ୟବର ବିଚାରପତି ସଂପୂର୍ଣ୍ଣ ପ୍ରମାଣର ସତ୍ୟତା ସମ୍ପର୍କରେ ବିଚାର କରି ନିଜର ରାୟ ଶୁଣାଇଲେ- ଅଭିଯୁକ୍ତ ସର୍ବେଶ୍ୱର ଗାଙ୍ଗୁଲି ଏକ ଭୟଙ୍କର ବ୍ୟଭିଚାରୀ ଏବଂ ଅପରାଧୀ । କୁମାରୀ କନ୍ୟାମାନଙ୍କର ଯୌବନ ଏବଂ ସତୀତ୍ୱ ନଷ୍ଟ କରିଥିବା ହେତୁ ତାକୁ ଅତି କମ୍ରେ ସାତବର୍ଷ ସଶ୍ରମ କାରାଦଣ୍ଡ ଏବଂ ଦଶହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଗଲା ।